ମାଟିରୁ ବିଜୁଳି

ମାଟିରୁ ବିଜୁଳି
Ipsita Picture
By: Ipsita
Published On

 

ଜାପାନର ଜଣେ ଇଞ୍ଜିନିୟର ସାତୋଶୀ ନାକାଗାୱା ମାଟି ଏବଂ ଖାତରୁ ବିଜୁଳି ପ୍ରସ୍ତୁତ କରିବାର ଏକ ଅଭିନବ କୌଶଳ ବିକଶିତ କରିଛନ୍ତି । ଯେଉଁଥିରେ ମାଟି ଭିତରେ ଜିଙ୍କ୍ ଓ କପର ଇଲେକ୍ଟ୍ରୋଡ୍ ଲଗାଇ ମାଟିରେ ଥିବା ଆର୍ଦ୍ରତା ଓ ଆୟନ୍ ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି । ଏହି ପ୍ରଯୁକ୍ତିବିଦ୍ୟାରେ ୧,୫୦୦ କାଠ ବାକ୍ସରେ ମାଟି ଓ ଖାତ ଭରି ୮୦୦ ଏଲଇଡି ଲାଇଟ୍ ଜଳାଯାଉଥିବା ବେଳେ ୨,୦୦୦ କଣ୍ଟେନର ବିଶିଷ୍ଟ ଅନ୍ୟ ଏକ ସେଟ୍ଅପ୍ରୁ ୧୦୦ ୱାଟ୍ ବିଜୁଳି ଉତ୍ପାଦନ କରାଯାଉଛି । ଯାହା ଦ୍ୱାରା ରାଇସ୍ କୁକର୍ ଭଳି ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଚାଲିପାରୁଛି । ଇଞ୍ଜିନିୟର ନାକାଗାୱାଙ୍କ ଅନୁଯାୟୀ ସୌର କିମ୍ବା ପବନ ଶକ୍ତି ଭଳି ଏହି ପ୍ରକ୍ରିୟା ପାଣିପାଗ ଉପରେ ନିର୍ଭର କରେ ନାହିଁ । ଦୂରଦୂରାନ୍ତ ଅଞ୍ଚଳରେ ଛୋଟ ସେନ୍ସର ଓ କମ୍ ଶକ୍ତି ଆବଶ୍ୟକ କରୁଥିବା ଯନ୍ତ୍ରାଂଶ ଚଳାଇବାରେ ଏହା ବେଶ୍ ସହାୟକ ହୋଇପାରିବ । ଯଦିଓ ବିଶେଷଜ୍ଞମାନଙ୍କ ମତରେ ଏହି ସିଷ୍ଟମ୍ରୁ ଉତ୍ପାଦିତ ବିଜୁଳି ସାଧାରଣ ବ୍ୟାଟେରୀ ତୁଳନାରେ ଯଥେଷ୍ଟ କମ୍, ତଥାପି ବଡ଼ ଧରଣର ବିଦ୍ୟୁତ୍ ଉତ୍ପାଦନ ବଦଳରେ ସ୍ଥାନୀୟ କ୍ଷୁଦ୍ର ଆବଶ୍ୟକତା ପୂରଣ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ବିକଳ୍ପ ସାବ୍ୟସ୍ତ ହୋଇପାରିଛି ।

Tags: