ବଢୁଛି ଆଲୋକ ପ୍ରଦୂଷଣ

ବଢୁଛି ଆଲୋକ ପ୍ରଦୂଷଣ
Ipsita Picture
By: Ipsita
Published On

 

ନିକଟରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ୨୦୧୪ ରୁ ୨୦୨୨ ମଧ୍ୟରେ ବିଶ୍ୱବ୍ୟାପୀ ଆଲୋକ ପ୍ରଦୂଷଣରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି ଯଦିଓ ଏହି ପରିବର୍ତ୍ତନ ସବୁ ସ୍ଥାନରେ ସମାନ ନୁହେଁ କିନ୍ତୁ ହାରାହାରି ଏହା ଖୁବ ଅଧିକ ।  ଏହି ଅଧ୍ୟୟନ ପାଇଁ ପୃଥିବୀର ପ୍ରାୟ ୧୧.୬ ଲକ୍ଷ ଦୈନିକ ସାଟେଲାଇଟ୍ ଚିତ୍ରକୁ ବିଶ୍ଳେଷଣ କରାଯାଇଥିଲା ।  ଯେଉଁଥିରୁ ଜଣାପଡ଼ିଛି ଯେ ନାଇଜେରିଆ ଭଳି ସବ୍-ସାହାରା ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆର ଅଞ୍ଚଳଗୁଡ଼ିକରେ ସହରୀକରଣ ଓ ଭିତ୍ତିଭୂମି ବିକାଶ ଯୋଗୁଁ ରାତିର ଆଲୋକ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଅପରପକ୍ଷରେ, ୟୁରୋପରେ  ଆଲୋକ ବ୍ୟବସ୍ଥା ଏବଂ ପରିବେଶ ନୀତି ଯୋଗୁଁ ରାତିର ଉଜ୍ଜ୍ୱଳତାରେ ୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ଆମେରିକାର ପଶ୍ଚିମ ଉପକୂଳରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆଲୋକ ବଢ଼ୁଛି ଏବଂ ପୂର୍ବ ଉପକୂଳର କିଛି ଅଂଶରେ ଏହା କମିବାରେ ଲାଗିଛି । ଗବେଷକଙ୍କ ଅନୁଯାୟୀ, ବିଶ୍ୱସ୍ତରରେ ଆଲୋକ ବଢ଼ିବା ପ୍ରାୟ ୩୪ ପ୍ରତିଶତ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଆଲୋକ କମିବା ଫଳରେ ଏହା ୧୮ ପ୍ରତିଶତ ଭରଣା ହୋଇପାରିଛି ।

Tags: