ଟୁଥବ୍ରସର ଆୟୁଷ

ଟୁଥବ୍ରସର ଆୟୁଷ
Ipsita Picture
By: Ipsita
Published On

 

ଅନେକ ସମୟରେ ଗୋଟିଏ ଟୁଥ ବ୍ରସ ନଷ୍ଟ ନହେବା ପର୍ଯ୍ୟନ୍ତ ଆମେ ବ୍ୟବହାର କରିଥାଉ, ହେଲେ ପ୍ରତି ତିନିରୁ ଚାରି ମାସ ମଧ୍ୟରେ ଟୁଥ୍‌ବ୍ରଶ୍ ବଦଳାଇବା ଉଚିତ । ସେହିଭଳି ଏହାର ବ୍ରିସଲ୍‌ଗୁଡ଼ିକ ଛିଡ଼ିଗଲେ, ବଙ୍କା ହୋଇଗଲେ କିମ୍ବା ଘଷି ହୋଇଗଲେ ଏହା ପୂର୍ବରୁ ମଧ୍ୟ ନୂଆ ବ୍ରଶ୍ ବ୍ୟବହାର କରିବା ଆବଶ୍ୟକ । ତିନି ମାସ ପୂର୍ବରୁ ଯଦି ବ୍ରିସଲ୍‌ଗୁଡ଼ିକ ବାହାରକୁ ବାହାରି ଯାଉଥାଏ, ତେବେ ଆପଣ ଦାନ୍ତ ଘଷିବା ବେଳେ ଅତ୍ୟଧିକ ଚାପ ପ୍ରୟୋଗ କରୁଥିବା ସୂଚନା ମିଳେ। ଯାହା ମାଢ଼ିକୁ କ୍ଷତି ପହଞ୍ଚାଇବା ସହ ଏନାମେଲ୍ କ୍ଷୟ କରାଇପାରେ । ଆମେରିକାର ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ୍’ ପ୍ରତି ତିନିରୁ ଚାରି ମାସରେ କିମ୍ବା ବ୍ରିସଲ୍ ଘଷି ହୋଇଗଲେ ତୁରନ୍ତ ବ୍ରଶ୍ ବଦଳାଇବାକୁ ପରାମର୍ଶ ଦେଇଥାଏ । ୨୦୧୩ ମସିହାରେ ‘ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ନଷ୍ଟ ହୋଇଥିବା କିମ୍ବା ଖରାପ ବ୍ରିସଲ୍ ଦାନ୍ତରୁ ପ୍ଲାକ୍ ସଫା କରିବାର କ୍ଷମତାକୁ କମାଇ ଦେଇଥାଏ । ତେଣୁ ନିୟମିତ ବ୍ରଶ୍ ବଦଳାଇବା ମୁଖ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଇଲେକ୍ଟ୍ରିକ୍ ଟୁଥ୍‌ବ୍ରଶ୍ ବ୍ୟବହାର କରୁଥିଲେ ମଧ୍ୟ ଏହାର ବ୍ରଶ୍ ହେଡ୍‌କୁ ପ୍ରାୟ ପ୍ରତି ତିନି ମାସରେ କିମ୍ବା ନିର୍ମାତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳାଇବା ଆବଶ୍ୟକ । ଏହାକୁ ପ୍ରତି ବ୍ୟବହାର ପରେ ସଫା କରି ଭଲ ଭାବେ ଶୁଖାଇବାକୁ ହେବ ଏବଂ ଖରାପ ବ୍ରିସଲ୍ ଥିବା ହେଡ୍ ବ୍ୟବହାର କରିବା ଉଚିତ ନୁହେଁ । ସେହିପରି ବିଶେଷଜ୍ଞଙ୍କ ମତରେ, ଦାନ୍ତ ଘଷିବା ବେଳେ ଅତ୍ୟଧିକ ଜୋରରେ ଘଷିବା, ଦୁଇ ମିନିଟରୁ କମ୍ ସମୟ ଘଷିବା, ଭୁଲ୍ ତଥା ଆକ୍ରମଣାତ୍ମକ ଭାବେ ଏପଟ-ସେପଟ କରି ବ୍ରଶ୍ କରିବା ପରିବର୍ତ୍ତେ ଧୀରେ ଧୀରେ ଛୋଟ ଗୋଲାକାର ଗତିରେ ସଫା କରିବା, କଠିନ ବ୍ରିସଲ୍ ବଦଳରେ ନରମ ବ୍ରିସଲ୍ ବାଛିବା ଏବଂ ଜିଭ ଓ ମାଢ଼ି ଧାରକୁ ଅଣଦେଖା କରିବା ଭଳି ଭୁଲ୍‌ଗୁଡ଼ିକୁ ଏଡ଼ାଇବା ଉଚିତ । ଅନ୍ୟପକ୍ଷରେ, ଅସୁସ୍ଥତା କିମ୍ବା ଦାନ୍ତ ସଂକ୍ରମଣର ଚିକିତ୍ସା ପରେ ବ୍ୟକ୍ତିଗତ ସ୍ୱଚ୍ଛତା ଦୃଷ୍ଟିରୁ ବ୍ରଶ୍ ବଦଳାଯାଇପାରେ । ଯଦିଓ କେବଳ ବ୍ରଶ୍ ବଦଳାଇବା ଦ୍ୱାରା ରୋଗର ପୁନରାବୃତ୍ତି କିମ୍ବା ଆରୋଗ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ି ନଥାଏ, ହେଲେ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।

Tags: