ସାଇକେଲ ଚଳାଇବାକୁ ଲାଇସେନ୍ସ

ସାଇକେଲ ଚଳାଇବାକୁ ଲାଇସେନ୍ସ
Ipsita Picture
By: Ipsita
Published On

 

ସାଧାରଣତଃ ଯେ କୌଣସି ଗାଡି ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକତା ପଡିଥାଏ । ହେଲେ ଏଭଳି  ଏକ ସମୟ ଥିଲା ଯେତେବେଳେ ଭାରତର ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ମଧ୍ୟ ଲାଇସେନ୍ସର ଆବଶ୍ୟକତା ପଡ଼ୁଥିଲା ।  ପ୍ରାୟ ୭୦-୮୦ ବର୍ଷ ପୂର୍ବେ ବ୍ରିଟିଶ ଶାସନ କାଳରେ ପୌରପାଳିକାଗୁଡ଼ିକ ସାଇକେଲ ଉପରେ ହୁଇଲ୍ ଟ୍ୟାକ୍ସବା ଚକ୍ର କର ଲାଗୁ କରୁଥିଲେ । ଯେଉଁଥିପାଇଁ ପ୍ରତିବର୍ଷ ୨ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡ଼ୁଥିଲା, ଯାହା ସେହି ସମୟରେ ଏକ ବଡ଼ ଅଙ୍କର ଅର୍ଥ ଥିଲା । ପଞ୍ଜିକରଣ ପରେ କାଗଜ ପରିବର୍ତ୍ତେ ପିତଳ ବା ଆଲୁମିନିୟମର ଏକ ଛୋଟ ବିଲ୍ଲା ବା ଟୋକନ୍ ଦିଆଯାଉଥିଲା । ଯାହାକୁ ସାଇକେଲର ଫ୍ରେମରେ ଲଗାଇବା ବାଧ୍ୟତାମୂଳକ ଥିଲା । ଏହାସହ  ଘଣ୍ଟି କିମ୍ବା ଲାଇଟ୍ ନଥାଇ ସାଇକେଲ ଚଳାଇଲେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଥିଲା । ୧୯୪୦ ରୁ ୧୯୬୦ ଦଶକ ମଧ୍ୟରେ ଅନେକ ରାଜ୍ୟରେ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ୧୯୭୦ ଦଶକ ପରେ ଏହି ବ୍ୟବସ୍ଥା ଧୀରେ ଧୀରେ ବନ୍ଦ ହୋଇଗଲା । କାରଣ ଟିକସରୁ ମିଳୁଥିବା ଆୟ ତୁଳନାରେ ଖର୍ଚ୍ଚ ଯଥେଷ୍ଟ ଅଧିକ ହୋଇଥିଲା ।

Tags: