'ପ୍ଲୁଟୋ' ପାଇଁ ଚିଠି

'ପ୍ଲୁଟୋ' ପାଇଁ ଚିଠି
Ipsita Picture
By: Ipsita
Published On

 

ପ୍ଲୁଟୋକୁ ପୁଣି ଥରେ ଗ୍ରହର ମାନ୍ୟତା ଦେବା ପାଇଁ ଜଣେ ୧୦ ବର୍ଷର ବାଳିକାର ଭାବପ୍ରବଣ ଚିଠି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । କାଏଲା ନାମକ ଛୋଟ ଝିଅଟିଏ ନାସାକୁ ଚିଠି ଲେଖି ଅନୁରୋଧ କରିଛି ଯେ, ପ୍ଲୁଟୋ ସୌରମଣ୍ଡଳର ଏକ ଅଂଶ ଏବଂ ପୂର୍ବରୁ ଏହାକୁ ଏକ ଗ୍ରହ ଭାବେ ଗଣନା କରାଯାଉଥିଲା । ତେଣୁ ଏବେ ଏହାକୁ କେବଳ 'ବାମନ ଗ୍ରହ' ନକହି ପ୍ରକୃତ ଗ୍ରହର ମାନ୍ୟତା ଦିଆଯାଉ। କାଏଲା ନିଜ ଚିଠିରେ ଏ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ଉପସ୍ଥାପନ କରିଛି । ପ୍ଲୁଟୋ କୁଇପର ବେଲ୍ଟରେ ଅବସ୍ଥିତଥିବାବେଳେ ଏହାକୁ ୧୯୩୦ରେ କ୍ଲାଇଡ୍ ଟୋମବାଗ୍ ଆବିଷ୍କାର କରିଥିଲେ ଏବଂ ଏହାର ୫ଟି ଉପଗ୍ରହ ଅଛି । ଚିଠିରେ ନିଜର ହାତଲେଖା କିମ୍ବା ବନାନ ଭୁଲ ପାଇଁ ସେ କ୍ଷମା ମଧ୍ୟ ମାଗିଛି, ଯାହା ସମସ୍ତଙ୍କର ହୃଦୟ  ଜିତିଛି । ନାସା ମଧ୍ୟ ଏହି ଚିଠିର ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ନାସା ଏ ସମ୍ପର୍କରେ ଅନୁଧ୍ୟାନ କରୁଥିବାନେଇ କାଏଲାର ଚିଠିର ଉତ୍ତର ମଧ୍ୟ ଦେଇଛି । ସୋସିଆଲ ମିଡିଆରେ ଚିଠି ଠି ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି ।

Tags: