କ୍ୟାମ୍ପରେ ଶିଖୁଛନ୍ତି ଜୀବନର ମହତ୍ତ୍ବ

କ୍ୟାମ୍ପରେ ଶିଖୁଛନ୍ତି ଜୀବନର ମହତ୍ତ୍ବ
Ipsita Picture
By: Ipsita
Published On

 

ଚୀନ୍ରେ ଆଜିକାଲି ଧନୀ ପରିବାରର ପିଲାମାନଙ୍କୁ ଶ୍ରମ ଓ ଚାଷକାର୍ଯ୍ୟ ଶିଖାଇବା ପାଇଁ ଏକ ସ୍ୱତନ୍ତ୍ର 'ହାର୍ଡସିପ୍ ସମର କ୍ୟାମ୍ପ'ର ଆୟୋଜନ କରାଯାଉଛି । ଏହି କ୍ୟାମ୍ପ ପାଇଁ ଅଭିଭାବକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେଉଁଠାରେ ପିଲାମାନେ ଚାଷକାର୍ଯ୍ୟ, ଘୁଷୁରି ପାଳନ ଏବଂ ଗଛର ଛାଲ ଛଡ଼ାଇବା ଭଳି କଠିନ କାମ ଶିଖୁଛନ୍ତି । ଏହି କ୍ୟାମ୍ପର ୧୦ ଦିନିଆ ଫି୪,୦୦୦ ୟୁଆନ୍ (ପ୍ରାୟ ୪୮ ହଜାର) ରହିଛି । କ୍ୟାମ୍ପରେ ପହଞ୍ଚିବା ପରେ ପିଲାମାନଙ୍କର ମୋବାଇଲ୍ ଫୋନ୍ ଜମା ରଖାଯାଏ ଏବଂ ସେମାନଙ୍କ କାର୍ଯ୍ୟ ଅନୁସାରେ ହିଁ ସେମାନଙ୍କୁ ଜିନିଷପତ୍ର ଯୋଗାଇ ଦିଆଯାଏ । କାମ ନକଲେ ପିଲାମାନଙ୍କୁ ଖାଇବାକୁ କେବଳ ସିଝା ଆଳୁ ମିଳିଥାଏ । କ୍ୟାମ୍ପ ଆୟୋଜକଙ୍କ କହିବା ଅନୁଯାୟୀ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ପରିଶ୍ରମୀ କରି ଗଢ଼ିତୋଳିବା ଏବଂ କଠିନ ଶ୍ରମ ଓ ଚାଷ ମାଧ୍ୟମରେ ରୋଜଗାର କରିବାର ପ୍ରକୃତ ମୂଲ୍ୟ ବୁଝାଇବା । ଅନେକ ସମୟରେ ଭିଡିଓରେ ପିଲାମାନେ କାନ୍ଦି କାନ୍ଦି ଘରକୁ ଫେରିବାକୁ ନିବେଦନ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। କିଛି ଅଭିଭାବକଙ୍କ ମତରେ, ପିଲାମାନଙ୍କୁ ସହରର ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନଶୈଳୀରୁ ବାହାର କରିବା ଅତ୍ୟନ୍ତ ଜରୁରୀ ।

Tags: