ଶିଖୁଛନ୍ତି ଆତ୍ମରକ୍ଷାର କୌଶଳ

ଶିଖୁଛନ୍ତି ଆତ୍ମରକ୍ଷାର କୌଶଳ
Ipsita Picture
By: Ipsita
Published On

 

ଚୀନ୍ରେ ପର୍ଯ୍ୟଟକମାନେ ଟଙ୍କା ଖର୍ଚ୍ଚ କରି ବନ୍ୟା ଓ ସାମୁଦ୍ରିକ ଝଡ଼ର କୃତ୍ରିମ ଅନୁଭୂତି ନେବା ପାଇଁ ଏକ ସ୍ୱତନ୍ତ୍ର ସେଣ୍ଟରକୁ ଗସ୍ତ କରୁଛନ୍ତି ।  ଯେଉଁଠାରେ ପ୍ରବଳ ପବନ, ବର୍ଷା ଏବଂ ହଠାତ୍ ପାଣି ମାଡ଼ିଆସିବାର ପରିବେଶ ସୃଷ୍ଟି କରାଯାଇ ଲୋକଙ୍କୁ ଏପରି ବିପଦପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବା ଏବଂ ସୁରକ୍ଷିତ ରହିବାର କୌଶଳ ଶିଖାଯାଉଛି । ହାଙ୍ଗଝୋଉଠାରେ ଅବସ୍ଥିତ ଏହି ସେଣ୍ଟରରେ ପ୍ରବେଶ କରିବା ପାଇଁ ପ୍ରାୟ ୧୨ ହଜାର ଟଙ୍କାର ଟିକେଟ୍ ନେବାକୁ ପଡ଼ୁଥିବାବେଳେ ଏଠାରେ ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବୋହାଇବା ସହ ଭୂତଳ ପାର୍କିଂରେ ବନ୍ୟା ଭଳି ଦୃଶ୍ୟ ତିଆରି କରାଯାଏ । ଯାହାକୁ ଲୋକମାନେ ହେଲମେଟ୍ ଓ ସ୍ୱତନ୍ତ୍ର ପୋଷାକ ପିନ୍ଧି ସାମ୍ନା କରିଥାନ୍ତି । ଜଣେ ମହିଳା ପର୍ଯ୍ୟଟକଙ୍କ କହିବା ଅନୁଯାୟୀ ସିମୁଲେସନ୍ ସମୟରେ ପାଣି ତାଙ୍କ ତଣ୍ଟି ଯାଏଁ ପହଞ୍ଚିଯାଇଥିଲା । ଏହାସହ ଫ୍ଲାସ୍ ଫ୍ଲଡ୍ର ତୀବ୍ର ସ୍ରୋତ ତାଙ୍କୁ ଭସାଇ ନେଇ କଂକ୍ରିଟ୍ ଖୁଣ୍ଟରେ ପିଟିବା ଯୋଗୁଁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିବା ଏହି ସେଣ୍ଟରକୁ ଏପର୍ଯ୍ୟନ୍ତ ୧.୬ ଲକ୍ଷରୁ ଅଧିକ ଲୋକ ପରିଦର୍ଶନ କରିସାରିଛନ୍ତି । ଯେଉଁଠାରେ ମନୋରଞ୍ଜନ ସହ ବିପତ୍ତି ସମୟରେ ଆତ୍ମରକ୍ଷାର ଗୁରୁତ୍ୱପୂର୍ଣ୍ଣ ଉପାୟ ମଧ୍ୟ ଶିକ୍ଷା ଦିଆଯାଉଛି ।

Tags: