ପଥରକୁ ଚାଟି ଡାଇନୋସର ଖୋଜା
By: Ipsita
ଜୀବାଶ୍ମକୁ ଚିହ୍ନି ବୈଜ୍ଞାନିକମାନେ ସବୁବେଳେ ବହୁ ପୂରାତନ ଜୀବଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥାଆନ୍ତି । ତେବେ ଏଥିରେ ଏକ ପ୍ରକାର ଟେଷ୍ଟ କରାଯାଇଥାଏ, ଯାହାକୁ ଲିକ ଟେଷ୍ଟ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ବୈଜ୍ଞାନିକମାନେ ଜିଭରେ ଚାଟି ଜୀବାଶ୍ମକୁ ଯାଞ୍ଚ କରନ୍ତି, ଯାହା ପାଖାପାଖି ୩୦୦ ବର୍ଷ ପୁରୁଣା ପ୍ରକ୍ରିୟା । ଏହି ପ୍ରକ୍ରିୟା କାରଣରୁ ଡାଇନୋସର ଭଳି ଜୀବଙ୍କର ହାଡକୁ ଖୋଜିବାରେ ଖୁବ ସାହାଯ୍ୟ ମିଳିଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରନ୍ତି । ସେହିଭଳି ଏହି ପ୍ରକ୍ରିୟା କେଉଁଗୁଡିକ ପଥର ଓ କେଉଁ ଗୁଡିକ ଜୀବାଶ୍ମ ତା ମଧ୍ୟରେ ଫରକ କରିବା ସହଜ ହୋଇଥାଏ । ମଣିଷର ଜିଭ ବେଶି ସମ୍ବେଦନଶୀଳ ହୋଇଥାଏ ଯାହାଫଳରେ କେଉଁଟା ଜୀବାଶ୍ମ ଓ କେଉଁଟା ପଥର ଜାଣି ହୋଇଥାଏ । ତେଣୁ ଏହି ପ୍ରକ୍ରିୟାକୁ ବୈଜ୍ଞାନିକମାନେ ଅନୁକରଣ କରିଥାଆନ୍ତି ।
Read More ଏକ ଲକ୍ଷ ଟଙ୍କାର ଛତା
Tags:


