ଜୀବନର ଶେଷ ୭ ମିନିଟ୍
ମୃତ୍ୟୁ ବିଷୟରେ ଜାଣିବାର ଯିଜ୍ଞାଷା ପ୍ରତ୍ୟେକ ବ୍ୟକ୍ତିଙ୍କର ଥାଏ । ମୃତ୍ୟୁ ପରେ କିମ୍ବା ଠିକ୍ ପୂର୍ବରୁ କ’ଣ ହୁଏ, ଏହାର ଅନୁଭବ କ’ଣ ? ତାହାକୁ ନେଇ ନାନା ପ୍ରଶ୍ନ ଉଠେ । ବାସ୍ତବରେ ମୃତୁ୍ୟର ଶେଷ ୭ ମିନିଟରେ ଆମ ମସ୍ତିଷ୍କ ହଠାତ୍ ଅଧିକ ସକ୍ରିୟ ହୋଇଯାଇଥାଏ । ଏହି ଅଦ୍ଭୁତ ଗତିବିଧି ଉପରେ ଯଥେଷ୍ଟ ବୈଜ୍ଞାନିକ ଅନୁସନ୍ଧାନ ପରେ ମୃତ୍ୟୁ ପୂର୍ବରୁ ମସ୍ତିଷ୍କର ଇଲେକ୍ଟ୍ରୋ କେମେଷ୍ଟ୍ରି ସମ୍ପର୍କରେ ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ […]
ମୃତ୍ୟୁ ବିଷୟରେ ଜାଣିବାର ଯିଜ୍ଞାଷା ପ୍ରତ୍ୟେକ ବ୍ୟକ୍ତିଙ୍କର ଥାଏ । ମୃତ୍ୟୁ ପରେ କିମ୍ବା ଠିକ୍ ପୂର୍ବରୁ କ’ଣ ହୁଏ, ଏହାର ଅନୁଭବ କ’ଣ ? ତାହାକୁ ନେଇ ନାନା ପ୍ରଶ୍ନ ଉଠେ । ବାସ୍ତବରେ ମୃତୁ୍ୟର ଶେଷ ୭ ମିନିଟରେ ଆମ ମସ୍ତିଷ୍କ ହଠାତ୍ ଅଧିକ ସକ୍ରିୟ ହୋଇଯାଇଥାଏ । ଏହି ଅଦ୍ଭୁତ ଗତିବିଧି ଉପରେ ଯଥେଷ୍ଟ ବୈଜ୍ଞାନିକ ଅନୁସନ୍ଧାନ ପରେ ମୃତ୍ୟୁ ପୂର୍ବରୁ ମସ୍ତିଷ୍କର ଇଲେକ୍ଟ୍ରୋ କେମେଷ୍ଟ୍ରି ସମ୍ପର୍କରେ ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ ଜୀବନର ଶେଷ ସମୟରେ ମସ୍ତିଷ୍କରେ ଗାମା ତରଙ୍ଗ ଫ୍ରିକୁ୍ୟଏନ୍ସି ଅଚାନକ ବଢ଼ିଯାଇଥାଏ ଯାହା ସମ୍ପୂର୍ଣ୍ଣ ଅସାଧାରଣ ।
ମୃତ୍ୟୁର ଶେଷ କ୍ଷଣରେ ମସ୍ତିଷ୍କର ଗତିବିଧି ତୀବ୍ର ଅବସ୍ଥାରେ ପହଞ୍ଚିଯାଏ । କିଛି ଅଧ୍ୟୟନ ଅନୁମାନରେ କୁହାଯାଇପାରେ ଅନ୍ତିମ ମୁହୂର୍ତ୍ତରେ ମସ୍ତିଷ୍କରେ ସ୍ୱପ୍ନ ଓ ସ୍ମୃତିର ରୋମନ୍ଥନ ହୁଏ । ଏହି ରହସ୍ୟମୟ ଅନୁଭବକୁ ‘ମୃତୁ୍ୟ ପୂର୍ବର ୭ ମିନିଟ୍ର ସ୍ନାୟୁବିକ ଗତିବିଧି’ (ସେଭେନ୍ ମିନିଟ୍ସ ଅଫ୍ ନ୍ୟାଚୁରାଲ୍ ଆକଫିଭିଟି ବିଫୋର ଡେଥ୍) କୁହାଯାଏ । ବିଶ୍ୱାସ କରାଯାଏ, ଏହି ସାତ ମିନିଟରେ ବ୍ୟକ୍ତି ନିଜ ଜୀବନର ମୁହୂର୍ତ୍ତଗୁଡ଼ିକୁ ଚଳଚ୍ଚିତ୍ରର ରିଲ୍ ପରି ମନେ ପକାଇଥାଏ ।
ଆହୁରି ମଧ୍ୟ କୁହାଯାଏ ମୃତ ଘୋଷଣା ପରେ ମଧ୍ୟ ମାନବ ମସ୍ତିଷ୍କ ୭ ମିନିଟ୍ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଏହି ସମୟ ମଧ୍ୟରେ ମସ୍ତିଷ୍କର କଣ୍ଟେକ୍ସ ପ୍ରକ୍ରିୟା ଆକଫିଭ ଥିବାରୁ କିଛିକ୍ଷଣ ପାଇଁ ଶରୀର ଓ ମସ୍ତିଷ୍କକୁ ଅମ୍ଳଜାନ ମିଳିଯାଏ । ସେଥିପାଇଁ ଆମ ମନରେ ମୃତୁ୍ୟ ଘୋଷଣା ପରେ ମଧ୍ୟ ଜୀବୀତ ଥିବାର ଦ୍ୱନ୍ଦ ଉପୁଜିଥାଏ ।
ଶେଷ ୭ ମିନିଟରେ କ’ଣ ହୁଏ ?
୧. ଅନୁସନ୍ଧାନ ଅନୁସାରେ ପ୍ରଥମ ମିନିଟ୍କୁ ୱାର୍ମ ଅପ୍ ପର୍ଯ୍ୟାୟ ବୋଲି କୁହାଯାଏ । ଏହି ସମୟରେ ଜୀବନର ଗୁରୁତ୍ୱପୂର୍ଣ୍ଣ କଥାସବୁ ମନେପଡ଼େ । କୁହାଯାଏ ମହିଳାମାନେ ଏହି ସମୟରେ ନିଜ ଜନ୍ମ ସମୟ ଓ ପିତାମାତାଙ୍କ ଚେହେରାକୁ ମନେପକାଇଥାନ୍ତି ।
୨. ଦ୍ୱିତୀୟ ମିନିଟ୍ରେ ବ୍ୟକ୍ତି ବାଲ୍ୟବନ୍ଧୁ, ପ୍ରଥମ ଖେଳ ସମୟ, ଭାଇଭଉଣୀଙ୍କ ସହ ବିତାଇଥିବା କ୍ଷଣକୁ ମନେ ପକାଇଥାଏ ।
୩. ତୃତୀୟ ମିନିଟରେ ବ୍ୟକ୍ତି ନିଜ ଅନ୍ତରଙ୍ଗ ଓ ପ୍ରେମ ଅନୁଭବକୁ ମନେପକାଇଥାଏ ।
୪. ଚତୁର୍ଥ ମିନିଟରେ ମନୁଷ୍ୟ ନିଜ ସାରା ଜୀବନର ଏକାନ୍ତକାଳକୁ ସ୍ମରଣ କରିଥାଏ ।
୫. ପଞ୍ଚମ ମିନିଟରେ ବ୍ୟକ୍ତି ନିଜ ଜୀବନର ଚମତ୍କାରୀ ମୁହୂର୍ତ୍ତଗୁଡିକୁ ଦେଖିଥାଏ ।
୬. ଷଷ୍ଠ ମିନିଟରେ ବ୍ୟକ୍ତି ନିଜ ଚରିତ୍ରର ମୂଲ୍ୟାଙ୍କନ କରିଥାଏ । ଜୀବନକାଳରେ ନିଜ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିଛନ୍ତି ତାହା ମନେପକାଇଥାଏ ।
୭. ସପ୍ତମ ମିନିଟ୍ର ଅନୁଭବ ରହସ୍ୟମୟ ରହିଛି । ଏହି ଶେଷ କ୍ଷଣ ସମ୍ପର୍କରେ ବୈଜ୍ଞାନିକମାନେ କୌଣସି ସ୍ପଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରି ନାହାନ୍ତି ।




