ଶୁଖୁଛି ହ୍ରଦ

ଶୁଖୁଛି ହ୍ରଦ
Ipsita Picture
By: Ipsita


ବର୍ତ୍ତମାନ ଧୀରେଧୀରେ ଗରମ ଓ ତାପମାତ୍ରା ବଢିବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ଆମର ପରିବେଶ ଉପରେ ପଡୁଥିବାର ଦେଖିବାକୁ ମିଳୁଛି । ଏହା ପ୍ରଭାବରୁ ଆମ ପୃଥିବୀକୁ ବିଭିନ୍ନ କ୍ଷତି ପହଞ୍ଚୁଛି । ନିକଟରେ ହୋଇଥିବା ସର୍ଭେ ଅନୁସାରେ ୧୯୯୦ ପରେ ବିଶ୍ୱର ଅଧିକରୁ ଅଧିକ ହ୍ରଦ ଶୁଖିସାରିଛି । କେବଳ ହ୍ରଦ ନୁହେଁ ଅନ୍ୟ ବଡବଡ ଜଳ ସ୍ରୋତ ମଧ୍ୟ ଶୁଖିବାରେ ଲାଗିଛି । ଯାହାର ପ୍ରମୁଖ କାରଣ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଆଦି ରହିଛି । ତେବେ ଏହି କାରଣରୁ ହିଁ ଅନେକ ସ୍ଥାନରେ ପାଣିର ଅଭାବ ଦେଖିବାକୁ ମିଳୁଛି । କୃଷି ପାଇଁ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସେହିଭଳି ହାଇଡ୍ରୋପାଓ୍ୱାର ପାଇଁ ମଧ୍ୟ ପାଣି ମିଳୁନାହିଁ । ଗବେଷକ ମାନେ କରିଥିବା ଏହି ଗବେଷଣା ଅନୁଯାୟୀ ଯୁରୋପ ଓ ଏସିଆରେ ଥିବା କୈସ୍ପିୟନ ସାଗର, ଦକ୍ଷିଁଣ ଆମେରିକାର ଟିଟିକାକା ଝିଲ ଆଦିରେ ଅନେକ ଦିନ ଧରି ପାଣି କମିବାରେ ଲାଗିଛି । ଏହି ହ୍ରଦ ଗୁଡିକର ଜଳସ୍ତର ପ୍ରତିବର୍ଷ ୨୨ ଗିଗାମିଟର କମୁଥିବା ଜଣାପଡିଛି । ଏହା ଗତ ତିରିଶ ବର୍ଷ ଧରି ଚାଲିଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ଏନେଇ ସବିଶେଷ ତଥ୍ୟ ବର୍ଜିନିଆୟୁନିଭର୍ସିଟି ପକ୍ଷରୁ ପ୍ରଦାନ କରାଯାଇଛି । ଏହି ରିପୋର୍ଟ ଅନୁସାରେ ହ୍ରଦ ଗୁଡିକର ଜଳସ୍ତର ୫୬ ପ୍ରତିଶତ କମିବାରେ ଲାଗିଛି । ତେଣୁ ଏନେଇ ଆମକୁ ବର୍ତ୍ତମାନ ସଚେତନ ହୋଇ ପଦକ୍ଷେପ ନେବାର ବେଳ ଆସିଛି, ନଚେତ ଭବିଷ୍ୟତରେ ପାଣି ଟୋପେ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଖୁବଶୀଘ୍ର ଏଥିପାଇଁ ପଦକ୍ଷେପ ନେବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

Read More ଚିକିତ୍ସା କରିବାରୁ ଜେଲ ଦଣ୍ଡ

Tags:

Related Posts