ଏକ କୋଟି ଟଙ୍କାରେ ଲଡୁ ନିଲାମ

ଏକ କୋଟି ଟଙ୍କାରେ ଲଡୁ ନିଲାମ
Ipsita Picture
By: Ipsita
Published On

 

ହାଇଦ୍ରାବାଦରେ ଗଣେଶ ଉତ୍ସବ ଅବସରରେ ଏକ ୫ କିଲୋଗ୍ରାମ ଓଜନର ପ୍ରସାଦ ଲଡୁ ନିଲାମୀରେ ୧.୦୧ କୋଟି ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାର ବିଷୟ ପାଲଟିଛି । ବାନ୍ଦଲାଗୁଡ଼ା ଜାଗିର ସ୍ଥିତ କୀର୍ତ୍ତି ରିଚମଣ୍ଡ ଭିଲ୍ଲାରେ ଗଣେଶ ବିସର୍ଜନ ପୂର୍ବରୁ ଏହା ଅନୁଷ୍ଠିତ ହୋଇଥାଏ । ଏହି ଅନେକ ବର୍ଷ ପୁରୁଣା ପାରମ୍ପରିକ ନିଲାମ ପ୍ରକ୍ରିୟାରେ ହାଇଦ୍ରାବାଦର 'ଶକ୍ତିମାନ ଗ୍ରୁପ୍'ର ସଦସ୍ୟମାନେ ମିଳିତ ଭାବେ ଏହି ସର୍ବାଧିକ ବୋଲି ଲଗାଇ ଲଡୁଟିକୁ କିଣିଛନ୍ତି । ଏହି ସମ୍ପ୍ରଦାୟରେ ଏହି ଲଡୁକୁ ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଉଥିବା ବେଳେ ୨୦୧୬ ମସିହାରେ ମାତ୍ର ୨୫,୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରଥା ଗତବର୍ଷ ୧.୬୬ କୋଟି ଟଙ୍କାରେ ପହଞ୍ଚିଥିଲା । ଏହି ନିଲାମୀରୁ ମିଳୁଥିବା ଅର୍ଥକୁ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ସାମାଜିକ କାମରେ ବିନିଯୋଗ କରାଯାଉଥିବା ବେଳେ ଗତବର୍ଷ ୭୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି' ଓ ୧୫୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା । ଏଥର ମିଳିଥିବା ଅର୍ଥରାଶିକୁ ଟ୍ରଷ୍ଟ ଜରିଆରେ ପ୍ରାୟ ୬୦ଟି ସ୍ୱେଚ୍ଛାସେବୀ ସଂସ୍ଥାକୁ ଦାନ କରାଯିବ ବୋଲି ଜଣାପଡ଼ିଛି ।

Tags: