ଶ୍ରମିକ ଦିବସ

ଶ୍ରମିକ ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ମେମାସ ପହିଲା ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଶ୍ରମିକ ଦିବସବା ମେଦିବସଭାବେ ପାଳନ କରାଯାଇଥାଏ । ଶ୍ରମଜୀବୀ ମଣିଷଙ୍କର ଅଧିକାର, ସମ୍ମାନ ଏବଂ ସେମାନଙ୍କ ଅବିରତ ସଂଘର୍ଷର ଏକ ପ୍ରତୀକ ଭାବେ ଏହାକୁ ପାଳନ କରାଯାଇଥାଏ ।  ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ହେମାର୍କେଟ୍ ଦଙ୍ଗାରୁ ଏହି ଦିବସ ପାଳନର ଆରମ୍ଭ ହୋଇଥିଲା । ସେହି ସମୟରେ ଶ୍ରମିକମାନେ ଦୈନିକ କାର୍ଯ୍ୟ ସମୟକୁ ହ୍ରାସ କରି ମାତ୍ର ୮ ଘଣ୍ଟା କରିବା ଦାବିରେ ଆନ୍ଦୋଳନ କରି ନିଜର ପ୍ରାଣବଳି ଦେଇଥିଲେ। ଭାରତରେ ପ୍ରଥମ କରି ୧୯୨୩ ମସିହା ମେ୧ ତାରିଖରେ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ) ଠାରେ ହିନ୍ଦୁସ୍ତାନର ଲେବର କିଷାନ ପାର୍ଟି ଦ୍ୱାରା ଏହି ଦିବସ ପାଳନ କରାଯାଇଥିଲା। ଏହି ଦିବସର ମୁଖ୍ୟ ତାପ୍ତର୍ଯ୍ୟ ହେଉଛି ଶ୍ରମିକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନ ଏବଂ ସାମାଜିକ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା । ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରମିକ ଦିବସର ଗୁରୁତ୍ୱ କମିନାହିଁ, ବରଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସମାବେଶ, ଶୋଭାଯାତ୍ରା ଏବଂ ଆଲୋଚନାଚକ୍ର ମାଧ୍ୟମରେ ଶ୍ରମିକଙ୍କ ହକ୍ ପାଇଁ ସ୍ୱର ଉତ୍ତୋଳନ କରାଯାଉଛି ।

Tags: