କୃଷ୍ଣଙ୍କ ପ୍ରେମରେ ଅଷ୍ଟ୍ରେଲିଆର ରାଧା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ମନ କି ବାତ୍‌ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲୀୟ ମହିଳା ଜଗତତାରିଣୀଙ୍କ ସମ୍ପର୍କରେ କହିଛନ୍ତି । ତାଙ୍କର କୃଷ୍ଣ ଭକ୍ତି ପାଇଁ ପ୍ରଧାନମନ୍ତ୍ରୀ ଜଗତତାରିଣୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ବୃନ୍ଦାବନରେ ଦୀର୍ଘ ସମୟ ବିତାଇଛନ୍ତି । ପଶ୍ଚିମ ଅଷ୍ଟ୍ରେଲିଆରେ କ୍ରିକେଟ୍‌ ପାଇଁ ପ୍ରସିଦ୍ଧ ପର୍ଥ ସହରରେ ଜଗତତାରିଣୀ ସେକ୍ରେଡ୍‌ ଇଣ୍ଡିଆ ଗ୍ୟାଲେରୀ ନିର୍ମାଣ କରିଛନ୍ତି । ମେଲବୋର୍ଣ୍ଣରେ ଜନ୍ମିତା ଜଗତତାରିଣୀଙ୍କୁ ଏହି ପ୍ରେରଣା ମିଳିଥିଲା ଯେତେବେଳେ ସେ ଭାରତକୁ ଆସିଥିଲେ […]

Samaya Live Picture
Published On

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ମନ କି ବାତ୍‌ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲୀୟ ମହିଳା ଜଗତତାରିଣୀଙ୍କ ସମ୍ପର୍କରେ କହିଛନ୍ତି । ତାଙ୍କର କୃଷ୍ଣ ଭକ୍ତି ପାଇଁ ପ୍ରଧାନମନ୍ତ୍ରୀ ଜଗତତାରିଣୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ବୃନ୍ଦାବନରେ ଦୀର୍ଘ ସମୟ ବିତାଇଛନ୍ତି । ପଶ୍ଚିମ ଅଷ୍ଟ୍ରେଲିଆରେ କ୍ରିକେଟ୍‌ ପାଇଁ ପ୍ରସିଦ୍ଧ ପର୍ଥ ସହରରେ ଜଗତତାରିଣୀ ସେକ୍ରେଡ୍‌ ଇଣ୍ଡିଆ ଗ୍ୟାଲେରୀ ନିର୍ମାଣ କରିଛନ୍ତି । ମେଲବୋର୍ଣ୍ଣରେ ଜନ୍ମିତା ଜଗତତାରିଣୀଙ୍କୁ ଏହି ପ୍ରେରଣା ମିଳିଥିଲା ଯେତେବେଳେ ସେ ଭାରତକୁ ଆସିଥିଲେ ।

କୃଷ୍ଣଙ୍କ ପ୍ରେମରେ ଅଷ୍ଟ୍ରେଲିଆର ରାଧା
ସେ କୃଷ୍ଣଙ୍କ ପ୍ରେମରେ ପଡ଼ି ପ୍ରାୟ ୧୩ ବର୍ଷ ବୃନ୍ଦାବନରେ ରହିଥିଲେ । ଜଗତତାରିଣୀ ନିଜ ଦେଶକୁ ଫେରିବା ପରେ ମଧ୍ୟ ବୃନ୍ଦାବନକୁ ଭୁଲି ପାରିନଥିଲେ । ଏଭଳି ପରିସ୍ଥିତିରେ ସେ ପର୍ଥରେ ଏକ ବୃନ୍ଦାବନ ସ୍ଥାପନ କରିଥିଲେ ।ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଭାରତର ତୀର୍ଥଯାତ୍ରା ଏବଂ ସଂସ୍କୃତିର ଝଲକ ମିଳିଥାଏ । ସେଠାରେ ଏମିତି ଏକ କଳାକୃତି ଅଛି ଯେଉଁଥିରେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ତାଙ୍କ ଛୋଟ ଆଙ୍ଗୁଠିରେ ଉଠାଇଛନ୍ତି, ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥାଏ । ଲୋକମାନେ ତାଙ୍କୁ ଜଗତତାରିଣୀ ମାତା ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ୨୧ ବର୍ଷ ବୟସରେ ଜଗତତାରିଣୀ ଥିଏଟର ଏବଂ କଳା ପ୍ରତି ଆଗ୍ରହ ଦେଖାଇଥିଲେ । ଏଥିପାଇଁ ସେ ମେଲବର୍ଣ୍ଣରୁ ସିଡନୀକୁ ଯାଇଥିଲେ । ସେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଯାଇଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନଥିଲେ ଏବଂ ସମଗ୍ର ବିଶ୍ୱ ଭ୍ରମଣ କରିବା ପରେ ଭାରତ ଆସିଥିଲେ । ସେ ୧୯୭୦ରେ ବୃନ୍ଦାବନକୁ ତାଙ୍କର ଠିକଣା କରିଦେଇଥିଲେ ।

କୃଷ୍ଣଙ୍କ ପ୍ରେମରେ ଅଷ୍ଟ୍ରେଲିଆର ରାଧା
ଭାରତୀୟ ପରମ୍ପରା, ଖାଦ୍ୟ, କଳା ତାଙ୍କୁ ଏତେ ପ୍ରଭାବିତ କଲା ଯେ ସେ ଏଥିରେ ହିଁ ସର୍ବଦା ମଗ୍ନ ହୋଇରହିଲେ । ଏହାସହ ସେ ଇସ୍କନ ସଂସ୍ଥା ସହ ମଧ୍ୟ ଜଡ଼ିତ ହେଲେ । ୧୯୮୦ ଦଶକରେ ପାଶ୍ଚାତ୍ୟ ଦେଶ ମହିଳାଙ୍କ ପାଇଁ ବୃନ୍ଦାବନର ସଂସ୍କୃତିରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କି;ୁ ସେହି ସମୟ ମଧ୍ୟରେ ମଧ୍ୟ ଜଗତତାରିଣୀ ତାଙ୍କ କାର୍ଯ୍ୟ ଦ୍ୱାରା ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିପାରିଥିଲେ ଏବଂ ସମସ୍ତଙ୍କ ବିଶ୍ୱାସ ହାସଲ କରିଥିଲେ । ଏପରିକି ସେଠାକୁ ଆସୁଥିବା ଲୋକଙ୍କୁ ବୃନ୍ଦାବନର ସଂସ୍କୃତି ବିଷୟରେ କହିବାକୁ ଲାଗିଲେ । ସେ ଦେଶର ଅନ୍ୟ ଧାର୍ମିକ ସ୍ଥାନ ପରିଦର୍ଶନ ମଧ୍ୟ କଲେ । ୧୯୯୬ରେ ଅଷ୍ଟ୍ରେଲିଆ ଫେରିଥିଲେ, କି;ୁ ନିଜ ଦେଶରେ ପହଞ୍ଚିବା ପରେ ମଧ୍ୟ ସେ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ ।