କୋରାପୁଟ

ଓଡି଼ଶାର ଭୂସ୍ବର୍ଗ କହିଲେ କୋରାପୁଟକୁ ବୁଝାଏ । ଏଠାରେ ଦେଓମାଳି, ରାଣି ଡୁଡୁମା, ଡୁଡୁମା, ଗୁପ୍ତେଶ୍ବର ଭଳି ଅନେକ ସ୍ଥାନ ରହିଛି ବୁଲିବାକୁ । ତେବେ ଏଠାରେ ଆହୁରି ଅନେକ ଛୋଟଛୋଟ ସ୍ଥାନ ମଧ୍ୟ ରହିଛି ଯାହା ଦେଖିବାକୁ ଖୁବ ସୁନ୍ଦର । ଏଠାକୁ ଆପଣ ଗଲେ ଖୁବ ସୁନ୍ଦର ଭାବେ ନିଜ ପରିବାର ସହିତ ସମୟ ବିତାଇ ଆସିପାରିବେ । ଆସନ୍ତୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ । ବାଲଦା ଗୁମ୍ଫା କୋରାପୁଟ ଠାରୁ ୬୦ […]

କୋରାପୁଟ
Samaya Live Picture
Published On

ଓଡି଼ଶାର ଭୂସ୍ବର୍ଗ କହିଲେ କୋରାପୁଟକୁ ବୁଝାଏ । ଏଠାରେ ଦେଓମାଳି, ରାଣି ଡୁଡୁମା, ଡୁଡୁମା, ଗୁପ୍ତେଶ୍ବର ଭଳି ଅନେକ ସ୍ଥାନ ରହିଛି ବୁଲିବାକୁ । ତେବେ ଏଠାରେ ଆହୁରି ଅନେକ ଛୋଟଛୋଟ ସ୍ଥାନ ମଧ୍ୟ ରହିଛି ଯାହା ଦେଖିବାକୁ ଖୁବ ସୁନ୍ଦର । ଏଠାକୁ ଆପଣ ଗଲେ ଖୁବ ସୁନ୍ଦର ଭାବେ ନିଜ ପରିବାର ସହିତ ସମୟ ବିତାଇ ଆସିପାରିବେ । ଆସନ୍ତୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ ।
ବାଲଦା ଗୁମ୍ଫା
କୋରାପୁଟ ଠାରୁ ୬୦ କିମି ଦୂରରେ ରହିଛି ବାଲଦା ଗୁମ୍ଫା, ଯାହା ଜଙ୍ଗଲର ମଝିଭାଗରେ ରହିଛି । ଏହି ଗୁମ୍ଫାର ଉପରିଭାଗଟି ସମତଳ ପଡିଆ ଭଳି । ଏଠାରେ ଏକ ସୁନ୍ଦର ପୋଖରୀ ମଧ୍ୟ ରହିଛି, ଯେଉଁଥିରେ ବିଭିନ୍ନ ପ୍ରକାର ୱାଟର ସ୍ପୋର୍ଟସ ମଧ୍ୟ କରାଯାଉଛି । ଏଠାରୁ ତଳକୁ ଦେଖିବା ଖୁବ ସୁନ୍ଦର ହୋଇଥାଏ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ମନୋରମ ହୋଇଥାଏ ।
ପାଟଦେବୀ ଡଙ୍ଗର ପାର୍କ
କୋରାପୁଟ ସହରର ଖୁବ ନିକଟରେ ଏକ ପାର୍କ ଅଛି, ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଏଠାରୁ ବିଭିନ୍ନ ଫୁଲ ଓ ଫଳ ଗଛ ଆପଣ ଦେଖିପାରିବେ । ଏଠାରୁ ଆପଣ କୋରାପୁଟ ସହରର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ । ଏଠାରେ ଥିବା ବଗିଚାଟି ଖୁବ ସୁନ୍ଦର ହୋଇଥାଏ ଯେଉଁଥିରେ ବିଭିନ୍ନ ଫୁଲ, ଫଳ ଗଛ ସାମିଲ ରହିଛି । ଏହି ପାର୍କର ଉପରି ଭାଗରେ ମାଆ ପାଟଦେବୀଙ୍କର ଏକ ବଡ ପ୍ରତିକୃତି ରହିଛି ।
ଗାଲିଗାବଡାର ଜଳପ୍ରପାତ
କୋରାପୁଟ ସହରଠାରୁ ଟିକେ ଦୂରରେ ରହିଛି ଗାଲିଗାବଡାର ଝରଣା । ଏହି ଜଳପ୍ରପାତଟି ଏକ ପାହାଡ ଉପରୁ ଝରିଥାଏ ଯାହା ଏହାର ସୌନ୍ଦର୍ଯ୍ୟକୁ ବଢାଇଥାଏ । ତେବେ ବିଭିନ୍ନ ସୋପାନ ଦେଇ ଏହି ଜଳ ଗଡୁଥିବାରୁ ଦେଖିବାକୁ ଏହା ଖୁବ ସୁନ୍ଦର ଲାଗିଥାଏ । ଏଠାକୁ ଅନେକ ପର୍ଯ୍ୟଟକଙ୍କର ଭିଡ ଛୁଟିଥାଏ । ଏହି ଜଳପ୍ରପାତଟି ଛୋଟ ହେଲେ ମଧ୍ୟ ଖୁବ ସୁନ୍ଦର ହୋଇଥାଏ ।
ବରି ଜଳପ୍ରପାତ
କୋରାପୁଟର ବରି ଗ୍ରାମରେ ରହିଛି ବରି ଜଳପ୍ରପାତ । ଏହା ଆନ୍ଧ୍ର ଓ ଓଡ଼ିଶା ସୀମାରେ ରହିଛି । ଏହାର ଆଖପାଖ ସୌନ୍ଦର୍ଯ୍ୟରେ ଭରପୂର । ଏହି ବରି ଜଳପ୍ରପାତର ଉଚ୍ଚତା ୩୦୦ ଫୁଟ , ଯାହା ଏହାକୁ ଓଡ଼ିଶାର ଉଚ୍ଚତମ ଜଳପ୍ରପାତରେ ସାମିଲ କରିଥାଏ । ଯେଉଁମାନଙ୍କ ଫଟୋ ଉଠାଇବାକୁ ଭଲ ଲାଗେ ସେମାନଙ୍କ ପାଇଁ ଏହାର ପ୍ରାକୃତିକ ପରିବେଶ ଖୁବ ଉପଯୁକ୍ତ ।
ଜଗନ୍ନାଥ ସାଗର
କୋରାପୁଟର ଜୟପୁର ସହରରେ ରହିଛି ପାଖାପାଖି ୩୦୦ ବର୍ଷ ତଳର ସାଗର, ଯାହାର ନାଁ ଜଗନ୍ନାଥ ସାଗର । ଏହି ସାଗରଟି ୬୭ ହେକ୍ଟର ସ୍ଥାନରେ ପ୍ରସାରିତ ହୋଇଛି । ଏହାର କୂଳରେ ରହିଛି ଏକ ସୁନ୍ଦର ପାର୍କ, ଯାହା ଦେଖିବାକୁ ଖୁବ ସୁନ୍ଦର । ଏହି ସାଗର ସହିତ ପାର୍କର ଭ୍ୟୁ ଖୁବ ସୁନ୍ଦର ହୋଇଥାଏ । ଏହା ଓଡ଼ିଶାର ଏକ ବଡ ହ୍ରଦଭାବେ ପରିଗଣିତ । ଏଠାରେ ବିଭିନ୍ନ ୱାଟର ସ୍ପୋର୍ସ କରିବାର ସୁବିଧା ମଧ୍ୟ ଦିଆଯାଉଛି । ଏହାର ପରିବେଶ ଖୁବ ସୁନ୍ଦର ଓ ଶାନ୍ତ ହୋଇଥାଏ ।
କେଚଲା ଡ୍ୟାମ
କୋରାପୁଟ ସହରରେ ରହିଛି କେଚଲା ଡ୍ୟାମ, ଏହା ମାତ୍ର ୧୦ କିମି ଦୂରରେ ରହିଛି । ଏଠାରେ ଏକ ଖୁବ ସୁନ୍ଦର ପିକନିକ୍ ସ୍ପଟ ମଧ୍ୟ ରହିଛି, ଯେଉଁଠାରେ ଅନେକ ଲୋକ ଭୋଜି କରିବାକୁ ଏକାଠି ହୋଇଥାଆନ୍ତି । ଏଠାରେ ୩୦ ଫୁଟ ଉଚ୍ଚର ଏକ ଜୈନ ମନ୍ଦିର ରହିଛି ଯାହାର ପରିବେଶ ଖୁବ ଆଧ୍ୟାତ୍ମିକତାରେ ଭରପୂର । କୋରାପୁଟ ଏହା ହେଉଛି ଏକ ଖୁବ ପପୁଲାର ଟୁରିଷ୍ଟ ସ୍ପଟ ମଧ୍ୟରୁ ଗୋଟିଏ ।

Tags: