ଜାଣନ୍ତୁ ଘରେ କେଉଁ ପକ୍ଷୀ ବସା ବାନ୍ଧିଲେ ହୋଇଥାଏ ଶୁଭ
ବେଳେ ବେଳେ ଦେଖାଯାଏ ଅନେକ ପ୍ରକାର ପକ୍ଷୀ ଆମ ଘର ମାନଙ୍କରେ ବସା ବାନ୍ଧି ଥାନ୍ତି I ଆମ ଘରକୁ ଅପରିଷ୍କାର କରିବା ଭୟରେ ଆମେ ପକ୍ଷୀ ବସାକୁ ବାହାର କରିଦେଇ ଥାଉ I କିନ୍ତୁ ଆପଣ ଜାଣନ୍ତି କି ଘରେ ସବୁ ପକ୍ଷୀ ବସା ବାନ୍ଧିବା ଶୁଭ ହୋଇ ନଥାଏ I ଆସନ୍ତୁ ଜାଣିବା କେଉଁ ପକ୍ଷୀ ଘରେ ବସା ବାନ୍ଧିଲେ ଶୁଭ ହେବା ସହିତ ଘର ଧନ ଧାନ୍ୟରେ ପୂର୍ଣ୍ଣ ହେବା କେଉଁ ପକ୍ଷୀ […]
ବେଳେ ବେଳେ ଦେଖାଯାଏ ଅନେକ ପ୍ରକାର ପକ୍ଷୀ ଆମ ଘର ମାନଙ୍କରେ ବସା ବାନ୍ଧି ଥାନ୍ତି I ଆମ ଘରକୁ ଅପରିଷ୍କାର କରିବା ଭୟରେ ଆମେ ପକ୍ଷୀ ବସାକୁ ବାହାର କରିଦେଇ ଥାଉ I କିନ୍ତୁ ଆପଣ ଜାଣନ୍ତି କି ଘରେ ସବୁ ପକ୍ଷୀ ବସା ବାନ୍ଧିବା ଶୁଭ ହୋଇ ନଥାଏ I ଆସନ୍ତୁ ଜାଣିବା କେଉଁ ପକ୍ଷୀ ଘରେ ବସା ବାନ୍ଧିଲେ ଶୁଭ ହେବା ସହିତ ଘର ଧନ ଧାନ୍ୟରେ ପୂର୍ଣ୍ଣ ହେବା କେଉଁ ପକ୍ଷୀ ବସା ବାନ୍ଧିଲେ ଘରକୁ ବିପତ୍ତି ମାଡି ଆସିଥାଏ I
ଘରଚଟିଆ : ବହୁ ପୂର୍ବରୁ ଗାଁ ମାନଙ୍କରେ ଥିବା ଚାଳ ଘରେ ଘର ଚଟିଆ ବସା ବାନ୍ଧୁଥିବା ର ଦେଖା ଯାଉଥିଲା I କିନ୍ତୁ କାଳକ୍ରମେ ଗାଁ ମାନଙ୍କରେ ଚାଳ ଘର କମି ଯିବା ସହିତ ପ୍ରଦୂଷଣ ଯୋଗୁଁ ଘର ଚଟିଆ ମଧ୍ୟ ବିଲୁପ୍ତ ପ୍ରାୟ I କିନ୍ତୁ ଘରେ ଯଦି ଏହି ପକ୍ଷୀ ବସା ତିଆରି କରନ୍ତି ତାହା ଅତ୍ୟନ୍ତ ଶୁଭ ହୋଇଥାଏ I ସେହିଭଳି ଆପଣ ଯଦି ସକାଳୁ ଉଠି ଘରଚଟିଆର କିଚିରିମିଚିରି ଶବ୍ଦ ଶୁଣନ୍ତି ଏହା ସକରାତ୍ମକତାର ଏକ ସୂଚକ I ଏହାର ଅର୍ଥ ହେଉଛି ଘରେ ସୁଖ ଶାନ୍ତି ଏବଂ ଧନ-ସମୃଦ୍ଧି ହେବାକୁ ଯାଉଛି I
କୁକୁଡ଼ା: ଅନେକ ଲୋକ ଘରେ କୁକୁଡ଼ା ପାଳନ କରିଥାନ୍ତି I କୁକୁଡ଼ା ରଖିବା ପାଇଁ ଘରେ ସ୍ୱତନ୍ତ୍ର ଭାବରେ କୁକୁଡ଼ା ଭାଡ଼ି ରହିଥାଏ I କିନ୍ତୁ ଯଦି ଆପଣଙ୍କ ଘରେ ଅନ୍ୟ କାହାରି କୁକୁଡ଼ା ଆସି କେଉଁଠାରେ ବସା ବାନ୍ଧେ, ତେବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ I ଏହାବାଦ ଯଦି ଆପଣଙ୍କ ଘରେ ଅନେକ ଦିନରୁ କୌଣସି ସମସ୍ୟା ଲାଗି ରହିଥାଏ ତାହା ମଧ୍ୟ ଅତିଶୀଘ୍ର ଶେଷ ହୋଇଥାଏ I
କଳା ପିମ୍ପୁଡି : ଯଦି ଘରେ ମନ୍ଦା ମନ୍ଦା ହୋଇ କଳା ପିମ୍ପୁଡ଼ି ବସା କରୁଥାନ୍ତି I ତେବେ ଏହା ଆଗକୁ ହେବାକୁ ଥିବା ଶୁଭ ଫଳର ପ୍ରତୀକ I ଏହାର ଅର୍ଥ ଆପଣଙ୍କର ଭଲ ଦିନ ଆସିବାକୁ ଯାଉଛି I ଅନ୍ୟପକ୍ଷରେ, ଘରେ ଯଦି ନାଲି ପିମ୍ପୁଡ଼ିମେଳା ଦେଖା ଯାଉଥାନ୍ତି,ତେବେ ଏହା ଘର ପ୍ରତି ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରର ମୁଖିଆଙ୍କ ସମସ୍ୟା ବଢିଥାଏ I
ପାରା : ଘରେ ପାରା ବସା ତିଆରି କରିବା ଉଭୟ ଶୁଭ ଏବଂ ଅଶୁଭ ଫଳ ଦେଇଥାଏ I ସାଧାରଣତ ପାରା ମାନେ ଘରେ ବହୁତ ଅପରିଷ୍କାର କରିଥାନ୍ତି I ତେଣୁ ଅନେକ ଲୋକ ଘରେ ପାରା ବସା କରିବାକୁ ଦେଇ ନଥାନ୍ତି I କିନ୍ତୁ ଯଦି ଘରେ ଧଳା ପାରା ଉଡିଆସି ରହିଥାଏ କିମ୍ବା ବସା ବାନ୍ଧେ ଏହା ଘର ପ୍ରତି ଶୁଭ ହୋଇଥାଏ I

ମହୁମାଛି : ଘରେ ମହୁମାଛି ବା ବିରୁଡି ବସା ବାନ୍ଧିଲେ ଏହା ଘର ଲୋକଙ୍କୁ ନିନ୍ଦା ଅପବାଦରେ ପକାଇଥାଏ I ଘରେ ବିରୁଡି ବସା ହେଲେ ଭାତୃ ବିବାଦ ବଢିବା ସହିତ ମହୁମାଛି ବସା ବାନ୍ଧିଲେ ଘରେ କୌଣସି ବଡ ଦୁର୍ଘଟଣା ଘଟିବାର ସୂଚନା ଦେଇଥାଏ I ଯେଉଁ କାରଣରୁ ବ୍ୟକ୍ତି ଅସୁବିଧାରେ ପଡ଼ିପାରେ I ତେଣୁ ଘରେ ମହୁ ମାଛି କିମ୍ବା ବିରୁଡି ବସା ବାନ୍ଧିବା ଆରମ୍ଭ କରିବା ଜାଣି ପାରିଲେ ତାହାକୁ ତୁରନ୍ତ ଭାଙ୍ଗି ଦେଇ ସେହି ସ୍ଥାନରେ ହଳଦୀ ପାଣି ଛିଞ୍ଚି ଦିଅନ୍ତୁ I
ଚେମେଣିଆ : ଚେମେଣିଆ ଏପରି ଏକ ପ୍ରାଣୀ, ଯାହା ଘରକୁ ପଶିବା ଅଶୁଭ ବୋଲି ଧରାଯାଏ I ଏହାବାଦ ସେ ଯଦି ଘରେ ବସା ବାନ୍ଧନ୍ତି , ତେବେ ସେହି ଘରକୁ ଭୟଙ୍କର ବିପତ୍ତି ମାଡିଆସିଥାଏ I ଚେମେଣିଆ ଅତ୍ୟନ୍ତ ନକାତ୍ମକ ଶକ୍ତିର ପ୍ରତୀକ ହୋଇଥାନ୍ତି I ଯଦି ଏହି ଜୀବ କେତେବେଳେ ବି ଘରକୁ ପସିଆସେ ତୁରନ୍ତ ତାକୁ ବାହାର କରି ଘରେ ଗଙ୍ଗା ପାଣି ଛିଞ୍ଚି ଦିଅନ୍ତୁ I ଏବଂ ତାଙ୍କୁ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ I




