ଜାଣନ୍ତୁ ରୁଦ୍ରାକ୍ଷ ବ୍ରାସଲେଟ ପିନ୍ଧିବାର ନିୟମ

ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ସହିତ ଯୋଡ଼ା ଯାଇଥାଏ I ରୁଦ୍ର ଅର୍ଥ ଶିବ ଏବଂ ଅକ୍ଷ ଅର୍ଥ ଶିବଙ୍କର ଆଖିରୁ ବାହାରିଥିବା ଅଶ୍ରୁ I ପୌରାଣିକ କଥା ଅନୁଯାୟୀ ଥରେ ଭଗବାନ ଶିବ ଏକ ଧ୍ୟାନମଗ୍ନ ସ୍ଥିତିରେ ରହି ଅନେକ ଦିନ ପର୍ଯ୍ୟନ୍ତ ଆଖି ଖୋଲି ନଥିଲେ ଏବଂ ତା’ପରେ ତାଙ୍କ ଆଖିରୁ ଅଶ୍ରୁ ବୋହି ପୃଥିବୀ ଉପରେ ପଡ଼ି ଜମାଟ ବାନ୍ଧି ଗଲା I ଏହାକୁ ରୁଦ୍ରIକ୍ଷ କୁହାଗଲା I ରୁଦ୍ରାକ୍ଷକୁ ଧାରଣ କରିବାରେ ଅନେକ […]

Samaya Live Picture
Published On

ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ସହିତ ଯୋଡ଼ା ଯାଇଥାଏ I ରୁଦ୍ର ଅର୍ଥ ଶିବ ଏବଂ ଅକ୍ଷ ଅର୍ଥ ଶିବଙ୍କର ଆଖିରୁ ବାହାରିଥିବା ଅଶ୍ରୁ I ପୌରାଣିକ କଥା ଅନୁଯାୟୀ ଥରେ ଭଗବାନ ଶିବ ଏକ ଧ୍ୟାନମଗ୍ନ ସ୍ଥିତିରେ ରହି ଅନେକ ଦିନ ପର୍ଯ୍ୟନ୍ତ ଆଖି ଖୋଲି ନଥିଲେ ଏବଂ ତା’ପରେ ତାଙ୍କ ଆଖିରୁ ଅଶ୍ରୁ ବୋହି ପୃଥିବୀ ଉପରେ ପଡ଼ି ଜମାଟ ବାନ୍ଧି ଗଲା I ଏହାକୁ ରୁଦ୍ରIକ୍ଷ କୁହାଗଲା I ରୁଦ୍ରାକ୍ଷକୁ ଧାରଣ କରିବାରେ ଅନେକ ନିୟମ ରହିଥାଏ I ଏହାକୁ ଧାରଣ କଲେ ମନରେ ଶାନ୍ତି,ଏକାଗ୍ରତା ବୃଦ୍ଧି ପାଇବା ସହିତ ଅନେକ ରୋଗ ନାଶ ହୋଇ ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ I ଅନେକ ଲୋକ ରୁଦ୍ରାକ୍ଷର ମାଳା ସହିତ ହାତରେ ବ୍ରେସଲେଟ୍ ଆକାରରେ ମଧ୍ୟ ପିନ୍ଧି ଥାନ୍ତି I ଆସନ୍ତୁ ଜାଣିବା ରୁଦ୍ରାକ୍ଷର ବ୍ରେସଲେଟ୍ ପିନ୍ଧିବାର ନିୟମ ସବୁ କଣ :

– ରୁଦ୍ରାକ୍ଷର ବ୍ରେସଲେଟ୍ ଏହାରଣ କଲେ ରୋଗ ନାଶ ହେବା ସହିତ ମନରେ ସକାରତ୍ମକ ଶକ୍ତି ଆସିଥାଏ I
– ରୁଦ୍ରାକ୍ଷର ବ୍ରେସଲେଟ୍ ଧାରଣ କଲେ ମନ ସମ୍ମାନ ବୃଦ୍ଧି ହୋଇଥାଏ I
– ଏହା ଶନିଙ୍କ ପ୍ରକୋପରୁ ରକ୍ଷା କରିଥାଏ I
– ଶରୀରର ରକ୍ତ ସଂଚାଳନ ପ୍ରକ୍ରିୟାକୁ ଠିକ କରିଥାଏ I
– କ୍ୟାରିଅରର ଉନ୍ନତି ସହିତ ସଫଳତା ମିଳିଥାଏ I
– ଗ୍ରହ ଦୋଷ ଖଣ୍ଡନ ହୁଏ I
– ମାନସିକ ରୋଗ ଦୂର ହୋଇ ମନ ଶାନ୍ତ ହୋଇଥାଏ I

ରୁଦ୍ରାକ୍ଷ ଧାରଣ କରିବାର ନିୟମ

– ରୁଦ୍ରାକ୍ଷକୁ ସର୍ବଦା ଲାଲ କିମ୍ବା ହଳଦିଆ ସୂତାରେ ଧାରଣ କରନ୍ତୁ I
– ଏହାକୁ କୌଣସି ପୂର୍ଣ୍ଣମୀ କିମ୍ବା ସୋମବାର ଦିନ କ୍ଷୀରରେ ଅଭିଷେକ କିମ୍ବା ଶିବ ମନ୍ଦିରରେ ପୂଜା କରି ଧାରଣ କରନ୍ତୁ
– ରୁଦ୍ରାକ୍ଷ ଧାରଣ କରି ଆମିଷ ଖାଆନ୍ତୁ ନାହିଁ I
– ସ୍ନାନ ପରେ ଓଁ ନମଃ ଶିବାୟ ଜପ କରି ଏହାକୁ ଧାରଣ କରନ୍ତୁ I
– ଏହାକୁ ଧାରଣ କରି କୌଣସି ଅଶୌଚ କର୍ମ କିମ୍ବା ଶ୍ମାଶନକୁ ଯାଆନ୍ତୁ ନାହିଁ I
– ଶୋଇବା ପୂର୍ବରୁ ରୁଦ୍ରାକ୍ଷକୁ ବାହାର କରି କୌଣସି ଭଲ ସ୍ଥାନରେ ରଖି ଶୁଅନ୍ତୁ I
– ପରାମର୍ଶ ଅନୁଯାୟୀ ରୁଦ୍ରାକ୍ଷକୁ ସୁନା,ରୂପା,କିମ୍ବା ସ୍ପଟିକ ସହିତ ମିଶାଇ ମାଳା ତିଆରି କରନ୍ତୁ I

Tags: