ଛୁରିରେ ମସାଜ
ଯେତେବେଳେ ଆମେ ଥକି ଯାଇଥାଉ ସେତେବେଳେ ମାଲିସର ଆବଶ୍ୟକତା କରିଥାଉ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏଥିପାଇଁ ମସାଜ ପାର୍ଲର ଖୋଲୁଛି, ଯେଉଁଠାରେ ଲୋକମାନେ ମାଲିସ କରିବା ପାଇଁ ଯାଉଛନ୍ତି । ତେବେ ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ମାଲିସ ଦେଖିବାକୁ ମିଳିଥାଏ, ସେଥିରୁ ତାଇୱାନ୍ରେ ଦିଆଯାଉଥିବା ମାଲିସ ହଟକେ । ଏଠାରେ ବଡବଡ ଛୁରି ସାହାଯ୍ୟରେ ଲୋକଙ୍କୁ ମସାଜ ଦିଆଯାଇଥାଏ, ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ କଥାଟି ସତ । ଏହି ମସାଜ ପାଖାପାଖି ୨ ହଜାର […]
ଯେତେବେଳେ ଆମେ ଥକି ଯାଇଥାଉ ସେତେବେଳେ ମାଲିସର ଆବଶ୍ୟକତା କରିଥାଉ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏଥିପାଇଁ ମସାଜ ପାର୍ଲର ଖୋଲୁଛି, ଯେଉଁଠାରେ ଲୋକମାନେ ମାଲିସ କରିବା ପାଇଁ ଯାଉଛନ୍ତି । ତେବେ ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ମାଲିସ ଦେଖିବାକୁ ମିଳିଥାଏ, ସେଥିରୁ ତାଇୱାନ୍ରେ ଦିଆଯାଉଥିବା ମାଲିସ ହଟକେ । ଏଠାରେ ବଡବଡ ଛୁରି ସାହାଯ୍ୟରେ ଲୋକଙ୍କୁ ମସାଜ ଦିଆଯାଇଥାଏ, ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ କଥାଟି ସତ । ଏହି ମସାଜ ପାଖାପାଖି ୨ ହଜାର ବର୍ଷ ପୁରୁଣା ବୋଲି ଏଠିକାର ବାସିନ୍ଦା ପ୍ରକାଶ କରନ୍ତି । ଏହି ସହରରେ ଅନେକ ଏଭଳି ପାର୍ଲର ଅଛନ୍ତି, ଯେଉଁଠାରେ ସେମାନେ ଛୁରୀରେ ମସାଜ କରିଥାଆନ୍ତି । ପ୍ରଥମେ ଲୋକଙ୍କ ଶରୀରକୁ କପଡାରେ ଢଙ୍କା ଯାଇଥାଏ, ଏହାପରେ ଛୁରିରେ ହାଲୁକା ହାଲୁକା ମସାଜ ଦିଆଯାଇଥାଏ । ତେବେ ଏହା ଦେଖିବାକୁ ଡର ଲାଗୁଥିଲେ ବି ଯେଉଁମାନେ ମସାଜ କରନ୍ତି, ସେମାନେ ଏହାକୁ ଭଲ କହିଥାଆନ୍ତି । ସେମାନଙ୍କ ପାଇଁ ଏହା ରିଲାକ୍ସି ହୋଇଥାଏ ବୋଲି ଗ୍ରାହକମାନେ ମତ ଦେଇଥାଆନ୍ତି ।




