କନ୍ଧମାଳ

ଓଡ଼ିଶାର କଶ୍ମୀର କହିଲେ କନ୍ଧମାଳର ଦାରିଙ୍ଗବାଡିକୁ ବୁଝାଇଥାଏ । ତେବେ କନ୍ଧମାଳରେ କେବଳ ଦାରିଙ୍ଗବାଡି ନୁହେଁ ଆହୁରି ଅନେକ ସ୍ଥାନ ରହିଛି ଯାହାକୁ ଦେଖିବାକୁ ପ୍ରତିବର୍ଷ ପର୍ଯ୍ୟଟକ ଆସିଥାଆନ୍ତି । ହେଲେ ଏହା ବେଳେବେଳେ ପର୍ଯ୍ୟଟକଙ୍କ ତାଲିକାରୁ ବାଦ ପଡିଥାଏ କାରଣ ଏଗୁଡିକ ଲୁକ୍କାୟତ ଅବସ୍ଥାରେ ରହିଯାଆନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ଥାନ ଯାହା ଖୁବ ସୁନ୍ଦର । ପଟୌଦି ଜଳପ୍ରପାତ ଫୁଲବାଣୀ ସହରଠାରୁ ଖୁବ ନିକଟରେ ରହିଛି ଏହି ସୁନ୍ଦର ଜଳପ୍ରପାତଟି । […]

କନ୍ଧମାଳ
Samaya Live Picture
Published On

ଓଡ଼ିଶାର କଶ୍ମୀର କହିଲେ କନ୍ଧମାଳର ଦାରିଙ୍ଗବାଡିକୁ ବୁଝାଇଥାଏ । ତେବେ କନ୍ଧମାଳରେ କେବଳ ଦାରିଙ୍ଗବାଡି ନୁହେଁ ଆହୁରି ଅନେକ ସ୍ଥାନ ରହିଛି ଯାହାକୁ ଦେଖିବାକୁ ପ୍ରତିବର୍ଷ ପର୍ଯ୍ୟଟକ ଆସିଥାଆନ୍ତି । ହେଲେ ଏହା ବେଳେବେଳେ ପର୍ଯ୍ୟଟକଙ୍କ ତାଲିକାରୁ ବାଦ ପଡିଥାଏ କାରଣ ଏଗୁଡିକ ଲୁକ୍କାୟତ ଅବସ୍ଥାରେ ରହିଯାଆନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ଥାନ ଯାହା ଖୁବ ସୁନ୍ଦର ।
ପଟୌଦି ଜଳପ୍ରପାତ
ଫୁଲବାଣୀ ସହରଠାରୁ ଖୁବ ନିକଟରେ ରହିଛି ଏହି ସୁନ୍ଦର ଜଳପ୍ରପାତଟି । ଏଠାରେ ସଲୁଙ୍କି ନଦୀରୁ ୬୦ ଫୁଟ ତଳକୁ ଏହି ଜଳ ପ୍ରପାତଟି ପ୍ରବାହିତ ହେଉଛି । ଏହି ଜଳପ୍ରପାତର ଶବ୍ଦ ଖୁବ ସୁନ୍ଦର ବଣ ଜଙ୍ଗଲରେ ପଡୁଥିବା ଏହି ପାଣିର ଶବ୍ଦ ଖୁବ ସୁନ୍ଦର ପରିବେଶ ଉତ୍ପନ୍ନ କରିଥାଏ । କନ୍ଧମାଳ ଜିଲ୍ଲାର ଏହା ହେଉଛି ସବୁଠାରୁ ସୁନ୍ଦର ସ୍ଥାନ ।
କୋଟଗ୍ରହ ବନ୍ୟଜନ୍ତୁ ସଂରକ୍ଷଣ
ଫୁଲବାଣି ଠାରୁ ୧୪୦ କିମି ଦୂରରେ ରହିଛି ଏହି ବନ୍ୟଜନ୍ତୁ ସଂରକ୍ଷଣ । ଏଠାରେ ପ୍ରାୟ ଆଦିବାସି ଲୋକ ବସବାସ କରନ୍ତି । ଏହି ସଂରକ୍ଷଣର ଚାରିପଟେ ଜଙ୍ଗଲ ଓ ପାହାଡ ଘେରି ରହିଛି । ଏଠାରେ ଖୁବ ଅଧିକ ପରିମାଣର ଘାସ ପଡିଆ ରହିଛି । ଏହି ସଂରକ୍ଷଣରେ ଅନେକ ପଶୁଙ୍କର ବାସ ରହିଛି । ଶୀତଦିନେ ଏଠାରେ ଅନେକ ଲୋକଙ୍କର ଭିଡ ଯମୁଥିବାର ଦେଖିବାକୁ ମିଳିଥାଏ ।
ବେଲଘର ପ୍ରାକୃତିକ କ୍ୟାମ୍ପ
ଫୁଲବାଣୀଠାରୁ ଟିକେ ଦୂରରେ ଅବସ୍ଥିତ ବେଲଘର ପ୍ରାକୃତିକ କ୍ୟାମ୍ପ ପ୍ରାକୃତିକ ପରିବେଶରେ ଭରପୂର ହୋଇ ରହିଥାଏ । ଏହା ହାତୀମାନଙ୍କ ପାଇଁ ପରିଚିତ । ଏଠାରେ ଥିବା ଇକୋ ରିସର୍ଟ ଖୁବ ସୁନ୍ଦର ହୋଇଥାଏ । ଯେଉଁଠାରେ ରହିବା ଖାଇବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଥାଏ । ଏଠାକୁ ପ୍ରତି ସମୟରେ ଅନେକ ପର୍ଯ୍ୟଟକ ଆସିଥାଆନ୍ତି ।
ପଦ୍ମାବତୀ ସାଞ୍ଚୁରୀ
ଫୁଲବାଣୀ ଠାରୁ ଖୁବ କମ ବାଟରେ ରହିଛି ଏହି ସାଞ୍ଚୁରୀଟି । ଏହି ସାଞ୍ଚୁରୀର ମଧ୍ୟ ଭାଗରେ ରହିଛି ଏକ ବିରାଟ ପୋଖରୀ । ଯାହା ଆଖପାଖ ଅଞ୍ଚଳରେ ଅନେକ ପଶୁ ବସବାସ କରୁଛନ୍ତି । ଏହାର ପରିବେଶ ଖୁବ ଶାନ୍ତ ହୋଇଥାଏ ତେଣୁ ଏଠାକୁ ଲୋକମାନେ ନିଜ ପରିବାର ସହିତ ବୁଲିବାକୁ ଆସନ୍ତି ।
ବିରୁପାକ୍ଷ ମନ୍ଦିର
ଫୁଲବାଣୀର କନ୍ଧମାଳରେ ରହିଛି ଭଗବାନ ଶିବଙ୍କର ବିରୁପାକ୍ଷ ମନ୍ଦିର । ଏଠାରେ ଭଗବାନ ଶିବ ପୂଜା ପାଇଥାଆନ୍ତି । ଏଠିକାର ପରିବେଶ ଖୁବ ସୁନ୍ଦର ଏବଂ ଭକ୍ତିମୟ । ମନ୍ଦିରକୁ ଘେରି ରହିଛି ଅନେକ ବଣ ଜଙ୍ଗଲ ଯାହା ଏହାର ପରିବେଶକୁ ଖୁବ ସୁନ୍ଦର କରିଥାଏ । ମହାଶିବରାତ୍ରୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ମନ୍ଦିରର ପରିବେଶ ଖୁବ ଭକ୍ତିମୟ ହୋଇଉଠେ । ଏଠାରେ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ । ସମସ୍ତେ ଏକାଠି ହୋଇ ଭଗବାନ ଶିବଙ୍କର ପୂଜାଅର୍ଚ୍ଚନା କରିଥାଆନ୍ତି ।
ସୁକେଦି ଜଳପ୍ରପାତ
ଏହି ଜଳପ୍ରପାତଟି ଫୁଲବାଣୀ ଠାରୁ ୪୦ କିମି ଦୂରରେ ରହିଛି । ଏହାର ଚାରିପାଖରେ ଘେରି ରହିଛି ବଡବଡ ପାହାଡ ସହିତ ବଣ ଜଙ୍ଗଲ । ଏହି ଜଳପ୍ରପାତର ଉଚ୍ଚତା ରହିଛି ୪୦ ଫୁଟ । ୪୦ ଫୁଟ ଉଚ୍ଚରୁ ଏହା ଦୁଇଟି ପାହାଡ ଦେଇ ତଳକୁ ପ୍ରବାହିତ ହୋଇଥାଏ । ଏଠାରେ ଅନେକ ପ୍ରକୃତି ପ୍ରେମୀଙ୍କର ଭିଡ ଯମିଥାଏ । ସମସ୍ତେ ଏଠାକୁ ଫିଷ୍ଟ କରିବା ପାଇଁ ଭିଡ ଯମାନ୍ତି ।

Tags: