କଳିଙ୍ଗର ନୌବାଣିଜ୍ୟ ଓ ବାଲିଯାତ୍ରା
ପ୍ରତ୍ୟେକ ଜାତି ବା ଦେଶର ସାଂସ୍କୃତିକ ଜୀବନ କ୍ଷେତ୍ରରେ ପର୍ବପର୍ବାଣୀ, ଯାନି, ଯାତ୍ରା ଓ ଉତ୍ସବର ଅତି ମହତ୍ୱପୂର୍ଣ୍ଣ ସ୍ଥାନ ରହିଅଛି। ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ଗାରିମାମୟ ଅଧ୍ୟାୟ କାଳଜୟୀ ପରମ୍ପରା ବିଶ୍ୱ ବନ୍ଦନୀୟ। ଓଡିଶାର ନୌବାଣିଜ୍ୟ ବହୁ ପ୍ରାଚୀନ, ଏହି କଥା ଲୋକଶ୍ରୁତି ଓ ଇତିହାସରୁ ଜଣାଯାଏ। ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ କଳିଙ୍ଗରେ ନଦୀପଥ ଓ ସମୁଦ୍ର ପଥରେ ନୌବାଣିଜ୍ୟ ଚାଲୁଥିଲା। ଇତିହାସ କହେ କଳିଙ୍ଗର ନୌବାଣିଜ୍ୟ ବିଶ୍ୱ ବିଖ୍ୟାତ। ସେତେବେଳେ ଆମର ବହୁତ ପ୍ରସିଦ୍ଧ […]
ପ୍ରତ୍ୟେକ ଜାତି ବା ଦେଶର ସାଂସ୍କୃତିକ ଜୀବନ କ୍ଷେତ୍ରରେ ପର୍ବପର୍ବାଣୀ, ଯାନି, ଯାତ୍ରା ଓ ଉତ୍ସବର ଅତି ମହତ୍ୱପୂର୍ଣ୍ଣ ସ୍ଥାନ ରହିଅଛି। ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ଗାରିମାମୟ ଅଧ୍ୟାୟ କାଳଜୟୀ ପରମ୍ପରା ବିଶ୍ୱ ବନ୍ଦନୀୟ। ଓଡିଶାର ନୌବାଣିଜ୍ୟ ବହୁ ପ୍ରାଚୀନ, ଏହି କଥା ଲୋକଶ୍ରୁତି ଓ ଇତିହାସରୁ ଜଣାଯାଏ। ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ କଳିଙ୍ଗରେ ନଦୀପଥ ଓ ସମୁଦ୍ର ପଥରେ ନୌବାଣିଜ୍ୟ ଚାଲୁଥିଲା। ଇତିହାସ କହେ କଳିଙ୍ଗର ନୌବାଣିଜ୍ୟ ବିଶ୍ୱ ବିଖ୍ୟାତ। ସେତେବେଳେ ଆମର ବହୁତ ପ୍ରସିଦ୍ଧ ବନ୍ଦର ଥିଲା,ତାହା ହେଉଛି – ନନୀଗେନ,କାଟିକର୍ଦ୍ଦମ,ପଲୌରା,କୋଳନଗର,କୋଶମ୍ବ,ମନୋଜ,ଦୋସରମ୍, ତନ୍ଦିସ୍,ଗଙ୍ଗେ, ତାମଲିତି, ପଲେୀରା, କଂଟକସିଲାଇ, ଦ‘ପୁର। ଏହା ବ୍ୟତୀତ ଅନ୍ୟ ବନ୍ଦରଗୁଡିକ ହେଲା – ପିପିଲି, ଚାନ୍ଦବାଲି, ଧାମରା, ପାରାଦ୍ୱୀପ, ଚେଳିତୋଳ, ପୁରୀ, ଚିଲିକା ଆଦି ପ୍ରାଚୀନ ବନ୍ଦର ଥିବାର ପ୍ରମାଣ ମିଲେ।
ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟ‘ ବିସ୍ତୃତ ଥିଲା କଳିଙ୍ଗର ସାମ୍ରାଜ୍ୟ। ସେତେବେଳେ ତାମଲିତି ବା ତାମ୍ରଲିପ୍ତି କଳିଙ୍ଗର ଶ୍ରେଷ୍ଠ ବନ୍ଦର ଥିଲା। ଏହି ତାମ୍ରଲିପ୍ତି ବନ୍ଦରରୁ କଳିଙ୍ଗର ସାଧବ ପୁଅମାନେ ଚୀନ,ସିଂହଳ,ଇଣ୍ଡୋନେସିଆ,ମାଳୟ,ବ୍ରହ୍ମଦେଶ,ଥାଇଲାଣ୍ଡ ଓ ଭିଏତ୍ନାମ୍ ଆଦି ଦେଶକୁ ଯାଉଥିଲେ ପାଲଟଣା ବୋଇତରେ। ସାଧବମାନେ ସାଙ୍ଗରେ ନେଉଥିଲେ, ସମ୍ବଲପୁରୀ ବସ୍ତ୍ର, କଟକର ତାରକସି କାରୁକାର୍ଯ୍ୟ,କାଠ,ପଥର ଖୋଦେଇ ମୂର୍ତି ଓ ବିଭିନ୍ନ ସୁଗନ୍ଧ ସାମଗ୍ରୀ। ବିଦେଶରୁ ଆମଦାନୀ କରୁଥିଲେ ସୁନା, ରୂପା, କାଚର ଅଳଙ୍କାର,ଚନ୍ଦ୍ରକା‘ମଣି,ସିଙ୍ଗ ପାନିଆ,ଚୀନ ଦେଶର ରେଶମୀ ବସ୍ତ୍ର,ବାଘ ନଖର ମାଳି,ହାତୀଦାନ୍ତର ଫରୁଆ ଇତ୍ୟାଦି।
ଆମର ଲୋକସାହିତ୍ୟ, ଜନକ ଜାତକ, ଖୁଦୁରୁକୁଣୀ ଓଷା ଓ ଖୁଲଣା ସୁନ୍ଦରୀ କଥାରୁ ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ସ୍ମୃତିଚାରଣ ହୋଇଥାଏ। ସାଧବ ଘରର କଥା ବା ଉତ୍କଳର ଡଙ୍ଗା ଭସା ବୋଇତ କଥା ପିଲାଠାରୁ ବୁଢ଼ା ପର୍ଯ୍ୟ‘କିଏ ନଜାଣେ? କାର୍ତିକ ମାସରେ ବିଦେଶରୁ ସାଧବପୁଅ ଫେରି ଆସୁଥିଲେ। ନୌବାଣିଜ୍ୟର ଏହି ସ୍ତୃତି କଳିଙ୍ଗର ପରମ୍ପରା ଓ ସଂସ୍କୃତିକୁ ସମୃଦ୍ଧ କରୁଥିଲା। କାର୍ତିକ ପୂର୍ଣ୍ଣମାର ହେମାଳ ପାହାନ୍ତିରେ ଆବାଳ ବୃଦ୍ଧବନିତା ଡଙ୍ଗା ଉପରେ ପାନଗୁଆ ରଖି ଦୀପ ଜଳାଇ ‘ଆ…କା…ମା…ବ…ଇ ପାନଗୁଆ ଥୋଇ, ପାନଗୁଆ ତୋର,ମାସକ ଧରମ ମୋର‘ କଦଳୀ ପାଟୁଙ୍ଗାରେ ନୌକାଟିଏ ପ୍ରସ୍ତୁତ କରି ନଈ, ନାଳ ଓ ପୋଖରୀରେ ଭସାଇ ଦେଇଥାଆ‘ି। ଏହା କଳିଙ୍ଗ ଜାତିର ପ୍ରଗତି ପରମ୍ପରା, ବାଣିଜ୍ୟ ଓ ବ୍ୟବସାୟର ପ୍ରତୀକ ବାଲିଯାତ୍ରା ନାମରେ ନାମିତ। କଳିଙ୍ଗ ବା ଓଡିଶାର ବାଣିଜ୍ୟସ୍ଥଳି କଟକର ପିଠି ଉପରେ ଗଡଗଡିଆ ଘାଟରେ ଆଜି ଠିଆ ହୋଇଛି ବାଲିଯାତ୍ରା। ଏହି ବାଲିଯାତ୍ରା ଓଡ୍ରରାଷ୍ଟ୍ରର ଚେଳିତୋଳ ବନ୍ଦରରେ ଅଷ୍ଟମ ଶତାବ୍ଦୀରେ ଖ୍ୟାତି ଲାଭ କରିଥିଲା।
ଆନ୍ତର୍ଜାତୀୟ ନୌବାଣିଜ୍ୟ ଇତିହାସକୁ ପର୍ଯ୍ୟାଲୋଚନା କଲେ କଳିଙ୍ଗ ନୌବାଣିଜ୍ୟର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଅଛି। ଏହି ନୌବାଣିଜ୍ୟର ଗାଥା ସଂସ୍କୃତି ଓ ସଭ୍ୟତାର ସ୍ମୃତିକୁ ସାଉଁଟିବାକୁ ଯାଇ ଓଡିଶାର ମହାନଦୀ ତୀର ବାଲିରେ ଯେଉଁ ମହାମିଳନର ମହାପର୍ବ ବାଲିଯାତ୍ରା ମହୋତ୍ସବ ହୁଏ ତାହା ଜାତୀୟ ସଂହତିର ମହକ ଭଳି ବୋଧ ହୁଏ। ଆଜି କାର୍ତିକ ପୂର୍ଣ୍ଣିମIର ମହାନଦୀ ବାଲିରେ କଟକ ବାଲିଯାତ୍ରା ଗହ ଗହ ନାଦରେ ଫାଟି ପଡୁଛି। ସମୟକ୍ରମେ ୧୯୭୨ ମସିହାରେ ପାରାଦ୍ୱୀପର ପ୍ରଥମ ବାଲିଯାତ୍ରା ଆରମ୍ଭ ହୋଇଥିଲା। କିଛି ଆଂଚଳିକ ସାଂସ୍କୃତିକ ଲୋକମାନଙ୍କୁ ନେଇ। ୧୯୭୫ ମସିହାରୁ ତତ୍କାଳୀନ ବନ୍ଦର ଅଧ୍ୟକ୍ଷଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଆସୁଛି। ୧୯୮୦ ମସିହା ପର୍ଯ୍ୟ‘ଏହି ବାଲିଯାତ୍ରା ପାଳିତ ହୋଇ ପୃଷ୍ଟପୋଷକମାନଙ୍କର ଅଭାବରୁ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଯାଇଥିବା ପାରାଦ୍ୱୀପ ବାଲିଯାତ୍ରା ପୁନର୍ବାର ଉତ୍କଳର ବରପୁତ୍ର ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୯୯୨ ମସିହା ନଭେମ୍ବର ମାସ ୧୦ ତାରିଖ କାର୍ତିକ ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଥିଲା। କଳିଙ୍ଗର ଐତିହାସିକ ନୌବାଣିଜ୍ୟର ଗୌରବମୟ ଜଳଯାତ୍ରାକୁ ପୂନର୍ବାର ସଂସ୍ଥାପନ କରି ବିଜୁବାବୁ ଏ ଜାତିର ଗୌରବ, ଗାରିମାକୁ ପ୍ରତିପାଦିତ କରିଥିଲେ। କଳିଙ୍ଗ ଲଳନା ସୁଶ୍ରୀ ନିବେଦିତା ଆଚାର୍ଯ୍ୟ ସମେତ ଆଠଜଣ ନୌଯାତ୍ରୀଙ୍କୁ ନେଇ ବାଲିଦ୍ୱୀପ ଅଭିମୁଖେ ଜଳଯାତ୍ରା ଆରମ୍ଭ କରିଥିଲା। ଯାତ୍ରା କାଳରେ ସେମାନେ ବିଶାଖାପାଟନା ଚେନ୍ନାଇ, ଆଣ୍ଡାମାନ ନିକୋବର ଦ୍ୱୀପ, ସୁମାତ୍ରା, ଜାକର୍ତା ଦେଇ ଜାନୁଆରୀ ୩୦ ତାରିଖ ୧୯୯୩ ମସିହାରେ ବାଲିଦ୍ୱୀପରେ ପହଁଚିଥିଲେ। ଏହି କଳିଙ୍ଗ – ବାଲିଯାତ୍ରା ଅବସରରେ ବାଲିରେ ଆୟୋଜିତ ଓଡିଶା ଉତ୍ସବକୁ ବାଲିର ରାଜ୍ୟପାଳ ଶ୍ରୀ ଓକା ଉଦ୍ଘାଟନ କରିଥିଲେ। ଏଥିରେ ଇଣ୍ଡୋନେସିଆର ସମାଜ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ହାରେୟତି ସୋବାଦିଓ ଯୋଗଦେଇଥିଲେ। କଳିଙ୍ଗ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ଉତ୍କଳୀୟ ବଣିକମାନଙ୍କର ସମୃଦ୍ଧ ପରମ୍ପରା ଓଡିଶାର ସ୍ୱର୍ଣ୍ଣିମ ଇତିହାସରେ ଚିରକାଳ ପାଇଁ ଲିପିବଦ୍ଧ ହୋଇରହିବ। ଅତୀତର ସେହି ନୌବାଣିଜ୍ୟ ପରମ୍ପରା ଓଡିଆର ଭାବଧାରା, ଇତିହାସ କିମ୍ବଦନ୍ତୀ ଓ ସଂସ୍କୃତିର ଜୟ ଜୟକାର କଥା କହୁଥିବ।




