କଇଁଛ ଠେକୁଆ

କଇଁଛ ଠେକୁଆ
Ipsita Picture
By: Ipsita

 

Read More ଶୈବାଳରୁ ବିଜୁଳି

ଏଭଳି ଅନେକ ଗପ ରହିଛି ଯେଉଁଥିରେ ଆମକୁ ଜୀବନର ଶିକ୍ଷା ମିଳିଥାଏ । ଏହି ଗପଗୁଡିକ ସବୁବେଳେ ସମସ୍ତଙ୍କର ଅତି ପ୍ରିୟ ହୋଇଥାଏ । ଆଈମା ପେଡିରେ ଏଭଳି ଅନେକ ଗଳ୍ପର ଉଦାହରଣ ସବୁବେଳେ ଦେଖିବାକୁ ମିଳିଥାଏ, ଯାହା ଜୀବନର ନୀତିଶିକ୍ଷା ସହିତ ମନୋରଞ୍ଜନ ମଧ୍ୟ କରାଇଥାଏ ।

Read More ଶୀତଦିନେ ରୁମ ହିଟର ବ୍ୟବହାର

ଏହି କାହାଣୀ ତାଲିକା ଖୁବ ଲମ୍ବା, ଏଥିରେ ଅନେକ ଗଳ୍ପ ସାମିଲ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା କଇଁଛ ଠେକୁଆ ଗଳ୍ପ । ଏହା ଏପରି ଏକ ଗଳ୍ପ ଯେଉଁଥିରେ ଧୀରପାଣି ପଥର କାଟେର ନୀତିଶିକ୍ଷା ମିଳିଥାଏ । କିଭଳି ଧୀରସୁସ୍ଥେ ଆମ ଯେଉଁ କାର୍ଯ୍ୟ କରିବା ସେଥିରେ ସଫଳତା ନିଶ୍ଚିତ ମିଳିବ ସେହି ଶିକ୍ଷା ଦିଆଯାଇଥାଏ । କିଭଳି ଜୀବନରେ ସଫଳତା ପାଇବାକୁ ହେଲେ ଆମକୁ ପରିଶ୍ରମ ଲଗାତାର କରିବାକୁ ହେବ ତାହା ଏହି ଗଳ୍ପ ମାଧ୍ୟମରେ ଆମକୁ ପିଲାଦିନୁ ଶିକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗଳ୍ପର ମୂଳ ବିଷୟ ବସ୍ତୁ । ଏକଦା ଗୋଟିଏ ଜଙ୍ଗଲରେ ଠେକୁଆ ଓ କଇଁଛ  ବାସ କରୁଥିଲେ । ଉଭୟ ନିଜ ନିଜ ଜୀବନରେ ଖୁସିରେ ଥାଆନ୍ତି । ଠେକୁଆ ଖୁବ ଜୋରରେ ଦୌଡି ପାରୁଥିବାରୁ ତାର ଭାରି ଗର୍ବ ଥାଏ । ସେ ସବୁବେଳେ କଇଁଛର ମଜାକ ଉଡାଉଥାଏ । ଦିନେ  ଠେକୁଆ କହିଲା କଇଁଛ ଭାଇ ମୁଁ ତୁମ ସହିତ ଦୌଡ ପ୍ରତିଯୋଗିତା କରିବାକୁ ଚାହୁଁଛି, ଯଦି ତୁମେ ଜିତିବ ତେବେ ମୁଁ ଆଉ ତୁମକୁ କେବେ ବି ହଇରାଣ କରିବି ନାହିଁ । ଏହାପରେ କଇଁଛ ରାଜି ହୋଇଗଲା ଦୌଡ ପାଇଁ । ଠେକୁଆ ଖୁବ ଖୁସିଥିଲା କାରଣ ସେ ଜାଣିଥିଲା ସେ କଇଁଛକୁ ସଙ୍ଗେସଙ୍ଗେ ହରାଇଦେବ । ଏହାପରେ ଉଭୟଙ୍କର ଦୌଡ ଦେଖିବାକୁ ଜଙ୍ଗଲର ଅନେକ ପଶୁ ଏକାଠି ହେଲେ, ଦୌଡ ଆରମ୍ଭ ହେଲା । ଦୌଡ ଆରମ୍ଭରୁ ଠେକୁଆ ଖୁବ ଜୋରରେ ଦୌଡି ଅଧିକ ଆଗକୁ ଚାଲିଗଲା । କଇଁଛ ଧୀରେଧୀରେ ବାଟ ଚାଲୁଥାଏ । କିଛି ବାଟ ଯିବା ପରେ ଠେକୁଆ ଦେଖିଲା କଇଁଛ ଅନେକ ପଛରେ ପଡିଯାଇଛି, ତେଣୁ ସେ ଭାବିଲା କିଛି ସମୟ ବିଶ୍ରାମ ନେଇଯିବ । ଯାହା ପରେ ଉଠି ପୁଣି ଦୌଡିବା ଆରମ୍ଭ କରିବ । ଏହିପରି ଭାବି ସେ କିଛି ସମୟ ବିଶ୍ରାମ ନେଇଗଲା । ହେଲେ ଏହାରି ଭିତରେ ତାକୁ ନିଦ ଲାଗିଗଲା । କିନ୍ତୁ ଏପଟେ କଇଁଛ ଧୀରେଧୀରେ ଚାଲୁଥିବାରୁ ତାକୁ ଥକ୍କା ଲାଗିଲା ନାହିଁ କି ସେ ଅଧା କାର୍ଯ୍ୟରେ ବିଶ୍ରାମ ନେବା କଥା ଭାବିଲା ନାହିଁ । ସେ ଧୀରେଧୀରେ ଚାଲିଚାଲି ଠେକୁଆକୁ ଅତିକ୍ରମ କରି ଆଗକୁ ଚାଲିଗଲା । ଠେକୁଆର ନିଦ ଭାଙ୍ଗିଲା ବେଳକୁ କଇଁଛ ପ୍ରତିଯୋଗିତା ଜିତି ସାରିଲାଣି । ଏହିପରି ଭାବେ ଠେକୁଆ ନିଜ ଗର୍ବ କାରଣରୁ କଇଁଛଠାରୁ ହାରି ଗଲା , ହେଲେ କଇଁଛ ନିଜର ଲଗାତାର ପରିଶ୍ରମ କାରଣରୁ ଠେକୁଆକୁ ହରାଇବାରେ ସମର୍ଥ ହୋଇପାରିଲା । ତେଣୁ କଥାରେ କୁହାଯାଇଛି ଧୀର ପାଣି ପଥର କାଟେ ।

Read More ୨୫୫ କୋଟିର ଅଣ୍ଡା

Tags: