ରକ୍ତରୁ ଗହଣା

ଫ୍ୟାଶନ ଦୁନିଆରେ ବିଭିନ୍ନ ଜୁଏଲାରୀ ସବୁବେଳେ ଟ୍ରେଣ୍ଡରେ ରହିଥାଏ । ସେହିଭଳି ଏକ ଟ୍ରେଣ୍ଡ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ଏକ ନାଁ ମଧ୍ୟ ଯୁବଗୋଷ୍ଠୀ ଦେଇଛନ୍ତି, ବ୍ଲଡ ପ୍ରିଜଭïର୍ ଜୁଏଲାରୀ । ଏଥିରେ କୌଣସି ଜଣେ ବ୍ୟକ୍ତିଙ୍କର ଅସଲି ରକ୍ତକୁ ବ୍ୟବହାର କରି ଏହି ଜୁଲାରୀ ପ୍ରସ୍ତୁତ କରାଯାଉଛି । ଏହାକୁ ଏହି ଜୁଏଲାରୀ ବକ୍ସରେ ସିଲ କରାଯାଇଥାଏ । ଏହି ରକ୍ତକୁ କିଛି ନିର୍ଦ୍ଧିଷ୍ଟ କେମିକାଲ ଓ ଉପାୟରେ ସଂରକ୍ଷିତ […]

ରକ୍ତରୁ ଗହଣା
Samaya Live Picture
Published On

ଫ୍ୟାଶନ ଦୁନିଆରେ ବିଭିନ୍ନ ଜୁଏଲାରୀ ସବୁବେଳେ ଟ୍ରେଣ୍ଡରେ ରହିଥାଏ । ସେହିଭଳି ଏକ ଟ୍ରେଣ୍ଡ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ଏକ ନାଁ ମଧ୍ୟ ଯୁବଗୋଷ୍ଠୀ ଦେଇଛନ୍ତି, ବ୍ଲଡ ପ୍ରିଜଭïର୍ ଜୁଏଲାରୀ । ଏଥିରେ କୌଣସି ଜଣେ ବ୍ୟକ୍ତିଙ୍କର ଅସଲି ରକ୍ତକୁ ବ୍ୟବହାର କରି ଏହି ଜୁଲାରୀ ପ୍ରସ୍ତୁତ କରାଯାଉଛି । ଏହାକୁ ଏହି ଜୁଏଲାରୀ ବକ୍ସରେ ସିଲ କରାଯାଇଥାଏ । ଏହି ରକ୍ତକୁ କିଛି ନିର୍ଦ୍ଧିଷ୍ଟ କେମିକାଲ ଓ ଉପାୟରେ ସଂରକ୍ଷିତ କରାଯାଇଥାଏ, ଯେପରି ଏହା ଖରାପ ହେବନାହିଁ । ଏହାପରେ ଏହି ରକ୍ତକୁ କୌଣସି ଏକ ଟ୍ରାନ୍ସପରେଣ୍ଟ ସାମଗ୍ରୀରେ ଏହି ରକ୍ତକୁ ରଖାଯାଇ ପ୍ରସ୍ତୁତ କରାଯାଉଛି । ଏଥିରୁ ବିଶେଷଭାବେ ରିଂ, ପେଡେଣ୍ଟ କିମ୍ବା ବ୍ରେସଲେଟ ପ୍ରସ୍ତୁତ କରାଯାଉଛି । ତେବେ ଏହାକୁ ସଠିକ୍‌ ଉପାୟରେ ପ୍ରସ୍ତୁତ କରାଯିବା ପରେ ହିଁ ବ୍ୟବହାର ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି । ତେବେ କିଛି ଲୋକ କିନ୍ତୁ ଏହାକୁ ନାପସନ୍ଦ କରୁଛନ୍ତି । ଏଭଳି ଟ୍ରେଣ୍ଡକୁ ଆଗକୁ ନବଢାଇବାକୁ ସେମାନେ ସୋସିଆଲ ମିଡିଆରେ ମତ ଦେଉଥିବାର ଦେଖିବାକୁ ମିଳୁଛି ।

Tags: