ଫଳ ଖାଇବା ଜରୁରୀ
ଗ୍ରୀଷ୍ମ ଦିନେ ପ୍ରବଳ ଖରା ଓ ଝାଳ ଯୋଗୁଁ ଶରୀରରୁ ପାଣି ସହ ଜରୁରୀ ଇଲେକ୍ଟ୍ରୋଲାଇଟ୍ସ କମିଯାଏ, ଯାହାଦ୍ୱାରା ଥକାପଣ ଓ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ଲକ୍ଷ୍ନୌର ସିନିୟର ଡାଏଟିସିଆନ୍ ଡକ୍ଟର ପୂନମ ତିୱାରୀଙ୍କ ଅନୁଯାୟୀ, କେବଳ ପାଣି ପିଇବା ଶରୀର ପାଇଁ ଯଥେଷ୍ଟ ନୁହେଁ, ବରଂ ଖାଦ୍ୟରେ ପର୍ଯ୍ୟାପ୍ତ ଜଳୀୟ ଅଂଶ ଥିବା ଫଳ ସାମିଲ କରିବା ଜରୁରୀ। ତରଭୁଜ, ଖରଭୁଜ, କାକୁଡ଼ି ଏବଂ କମଳା ଭଳି ଫଳରେ ୮୦% ରୁ ୯୫% ପର୍ଯ୍ୟନ୍ତ ପାଣି ରହିଥାଏ । ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେବେ ଫଳର ରସ ପିଇବା ଅପେକ୍ଷା ଫଳକୁ କାଟି ଖାଇବା ଅଧିକ ଲାଭଦାୟକ । କାରଣ ଏଥିରୁ ଶରୀରକୁ ଭରପୂର ଫାଇବର ମିଳିଥାଏ ଏବଂ ବ୍ଲଡ୍ ସୁଗାର ନିୟନ୍ତ୍ରିତ ରହେ । ନଡ଼ିଆ ପାଣିକୁ ଏକ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ଭାବେ ଗ୍ରହଣ କରାଯାଇଥାଏ ତେଣୁ ନିଜ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରନ୍ତୁ । ସେହିଭଳି ଫଳ ଖାଇବାର ସଠିକ୍ ସମୟ ହେଉଛି ସକାଳ ଜଳଖିଆ ପରେ କିମ୍ବା ମଧ୍ୟାହ୍ନ ଭୋଜନ ପୂର୍ବରୁ । ଫଳକୁ କାଟି ଫ୍ରିଜରେ ରଖିଲେ ଏହାର ହାଇଡ୍ରେଟିଂ ଗୁଣରେ ବିଶେଷ ପରିବର୍ତ୍ତନ ହୁଏନାହିଁ, କିନ୍ତୁ ଏହାକୁ ସର୍ବଦା ଏୟାରଟାଇଟ୍ କଣ୍ଟେନରରେ ରଖିବା ଉଚିତ୍ । ନିଜ ଖାଦ୍ୟରେ ଅନ୍ୟ ପୋଷଣଯୁକ୍ତ ଖାଦ୍ୟ ସହିତ ଫଳକୁ ସାମିଲ କରନ୍ତୁ ।




