୨୪ ଘଣ୍ଟା ହୋଇଥାଏ ବର୍ଷା
ଦୁବାଇରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପର୍ଯ୍ୟଟକଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ଦେବା ପାଇଁ ‘ଦ ହାର୍ଟ ଅଫ୍ ୟୁରୋପ’ ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ ୧ କିଲୋମିଟର ଲମ୍ବର ଏକ ‘ରେନିଂ ଷ୍ଟ୍ରିଟ୍’ ବା ବର୍ଷା ହେଉଥିବା ରାସ୍ତା ଆରମ୍ଭ କରାଯାଇଛି । ଦୁବାଇରେ ଗ୍ରୀଷ୍ମଦିନେ ତାପମାତ୍ରା ୪୦-୫୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଉଥିବାବେଳେ ଏହି ସ୍ୱତନ୍ତ୍ର ରାସ୍ତାରେ ତାପମାତ୍ରା ୨୭ଡିଗ୍ରୀ ସେଲସିୟସରୁ ଅଧିକ ହେବା ମାତ୍ରେ ଲୁଚି ରହିଥିବା ପାଇପ୍ ଗୁଡ଼ିକ ସାହାଯ୍ୟରେ ଥଣ୍ଡା ପାଣିର କୃତ୍ରିମ ବର୍ଷା ଆରମ୍ଭ ହୋଇଯାଏ । ଏଠାରେ ତାପମାତ୍ରା, ଆଦ୍ରତା ଏବଂ ପବନକୁ ନିୟନ୍ତ୍ରଣ କରାଯାଉଥିବା ବେଳେ ଲୋକମାନେ ଛତା ଧରି ବର୍ଷା ଓ ଥଣ୍ଡା ପାଗର ମଜା ନେଉଛନ୍ତି । ୟୁରୋପୀୟ ରାସ୍ତା ଶୈଳୀରେ ନିର୍ମିତ ଏହି ଷ୍ଟ୍ରିଟ୍ ହୋଟେଲ ଓ ରିସର୍ଟ ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ ବୁଲାବୁଲି କରିବା ସହ ଲୋକେ ଆଖପାଖରେ ଥିବା କାଫେ, ରେସ୍ତୋରାଣ୍ଟ, ଫ୍ୟାଶନ୍ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଦୋକାନଗୁଡ଼ିକର ମଧ୍ୟ ଆନନ୍ଦ ନେଇପାରୁଛନ୍ତି ।
Tags:




