ଅନ୍ତର୍ଜାତୀୟ ନର୍ସ ଦିବସ

ଅନ୍ତର୍ଜାତୀୟ ନର୍ସ ଦିବସ
Ipsita Picture
By: Ipsita
Published On

 

ବିଶ୍ୱ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସ ବା ସେବିକାମାନଙ୍କର ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ମେ’ ୧୨ ତାରିଖକୁ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ନର୍ସ ଦିବସ’ ଭାବେ ବେଶ୍ ଉତ୍ସାହର ସହ ପାଳନ କରାଯାଇଥାଏ । ଆଧୁନିକ ନର୍ସିଂର ଜନନୀ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ପାଳିତ ହେଉଥିବା ଏହି ଦିବସର ଇତିହାସ ୧୯୬୫ ମସିହାର । ୧୯୬୫ମସିହାରେ ‘ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ନର୍ସେସ୍’  ପ୍ରଥମ କରି ଏହାକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଣେ ରୋଗୀର ଜୀବନ ବଞ୍ଚାଇବା ଏବଂ ସମାଜକୁ ସୁସ୍ଥ ରଖିବା ଦିଗରେ ନର୍ସମାନଙ୍କର ତ୍ୟାଗ, ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇବା । ଆଜିର ଦିନରେ ବିଭିନ୍ନ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସଚେତନତା ସଭା, ମହମବତୀ ଶୋଭାଯାତ୍ରା ଏବଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନର୍ସମାନଙ୍କୁ ପୁରସ୍କୃତ କରାଯାଇଥାଏ । ସେହିଭଳି ସେମାନଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜରିଆରେ ଏହାକୁ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ନର୍ସମାନେ ହେଉଛନ୍ତି ମୁଖ୍ୟ ସ୍ତମ୍ଭ, ଯେଉଁମାନେ ନିଜ ପରିବାରକୁ ପଛରେ ପକାଇ ଦିନରାତି ରୋଗୀଙ୍କ ସେବାରେ ନିୟୋଜିତ ରୁହନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କର କାର୍ଯ୍ୟକ୍ଷେତ୍ରକୁ ସୁରକ୍ଷିତ ଓ ସୁବିଧାଜନକ କରିବା ଏହି ଦିବସର ପ୍ରକୃତ ସାର୍ଥକତା ଅଟେ ।

Tags: