ଅନ୍ତଃରାଷ୍ଟ୍ରୀୟ ଦିବ୍ୟାଙ୍ଗ ଦିବସ 

 ଅନ୍ତଃରାଷ୍ଟ୍ରୀୟ ଦିବ୍ୟାଙ୍ଗ ଦିବସ 
Ipsita Picture
By: Ipsita


୧୯୯୨ ମସିହାରୁ ପ୍ରତିବର୍ଷ ୩ରେ ମିଳିତ ଜାତିସଂଘଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳିତ ହେଉଛି । ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ଦିବ୍ୟାଙ୍ଗଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ସମ୍ମାନ, ଅଧିକାର ପ୍ରଦାନ କରିବା । ଏହା ସହିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ନିମନ୍ତେ ଥିବା ସମସ୍ତ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା । ପ୍ରତିବର୍ଷ ଏହି ଦିନରେ ଦିବ୍ୟାଙ୍ଗଙ୍କ ଏକ ଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାଏ । ଏହା ପଛରେ ଇତିହାସ ମଧ୍ୟ ରହିଛି । ମାର୍ଚ୍ଚ ୧୯୫୬ରେ ବେଲଜିୟମରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦୦୦ରୁ ଅଧିକ ଆହତ ଅଥବା ସ୍ଥାୟୀ ଭାବରେ ଦିବ୍ୟାଙ୍ଗ ହୋଇଯାଇଥିଲେ । ଏହାର ପରବର୍ତ୍ତୀ ବର୍ଷ ଜୁରିଚରେ, ବିଶ୍ୱର ଅନେକ ସଂଗଠନ ମିଳିତ ଭାବରେ ଏକ ବିଶାଳ ଆନ୍ତର୍ଜାତୀୟ ସମ୍ମିଳନୀ ଡାକିଥିଲେ । ସେଠାରୁ, ଦିବ୍ୟାଙ୍ଗ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ । ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଅନେକ ପ୍ରସ୍ତାବ ଏବଂ କାର୍ଯ୍ୟକ୍ରମ ସେଠାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ସେହି ଦିନଠାରୁ, ସମଗ୍ର ବିଶ୍ୱରେ ଏହ ଦିନଟି ଭିନ୍ନକ୍ଷମଙ୍କ ପାଇଁ ଏକ ସାହାଯ୍ୟର ହାତ ବଢାଇବାର ଦିନରେ ପରିଣତ ହୋଇଥିଲା । 

Read More ଲୁହ ବିକ୍ରି କରୁଛନ୍ତି ମହିଳା

Tags:

Related Posts