ଅନ୍ତର୍ଜାତୀୟ ନୃତ୍ୟ ଦିବସ

ଅନ୍ତର୍ଜାତୀୟ ନୃତ୍ୟ ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଏପ୍ରିଲ ୨୯ ତାରିଖକୁ ସାରା ବିଶ୍ୱରେ 'ଅନ୍ତର୍ଜାତୀୟ ନୃତ୍ୟ ଦିବସ'  ଭାବେ ବେଶ୍ ଉତ୍ସାହର ସହ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୃତ୍ୟ କଳାର ପ୍ରଚାର ପ୍ରସାର କରିବା।  ଆଧୁନିକ ବାଲେ ନୃତ୍ୟର ଜନକ ଭାବେ ପରିଚିତ ଜିନ୍-ଜର୍ଜେସ୍ ନୋଭେରେଙ୍କ ଜନ୍ମସ୍ମୃତିରେ ୧୯୮୨ ମସିହାରୁ ୟୁନେସ୍କୋର ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ଦ୍ୱାରା ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା । ନୃତ୍ୟ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆଧ୍ୟାତ୍ମିକତା, ଶାରୀରିକ ସୁସ୍ଥତା ଏବଂ ସାଂସ୍କୃତିକ ପରିଚୟର ବାର୍ତ୍ତା ବାହକ ।  ଏହି ଅବସରରେ ବିଭିନ୍ନ ସ୍ଥାନରେ ନୃତ୍ୟ କର୍ମଶାଳା, ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଓଡ଼ିଶୀ, ଛଉ ଓ ଗୋଟିପୁଅ ଭଳି ପାରମ୍ପରିକ ନୃତ୍ୟ ସମେତ ବିଭିନ୍ନ ଶୈଳୀର ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଏ ।

Tags: