ରୋଚକ ଇତିହାସ
ତେବେ କାନ୍ସର ବର୍ତ୍ତମାନ ଯେପରି ଭବ୍ୟ ଏହାର ଇତିହାସ ସେତିକି ରୋଚକ । ଏହାର ଇତିହାସ ଖୁବ ପୁରୁଣା ଓ ଐତିହ୍ୟ ସମ୍ପର୍ଣ୍ଣ । ଏହାର ଆରମ୍ଭରୁ ନେଇ ଯାତ୍ରା ସବୁବେଳେ ବିଶ୍ବ ଚଳଚ୍ଚିତ୍ରର ଭବ୍ୟତାକୁ ଦର୍ଶାଇଥାଏ । କିଭଳି ବିଶ୍ବ ଚଳଚ୍ଚିତ୍ର ଉଦ୍ୟେଗ କିଭଳି ଅନେକ ବାଧା ବିଘ୍ନକୁ ଏଡାଇ ସବୁବେଳେ ଆଗକୁ ବଢୁଛି ଏହା କାନ୍ସ ଫେଷ୍ଠିଭାଲର ଇତିହାସକୁ ଦେଖିଲେ ଜାଣି ହୋଇଥାଏ ।
ହିଟଲରଙ୍କ ସମୟରେ କାନ୍ସ
୧୯୩୮ ମସିହାରେ ଭେନିସ୍ ଫିଲ୍ମ ଫେଷ୍ଟିଭାଲ୍ ଆରମ୍ଭ କରାଯାଇଥିଲା, କିନ୍ତୁ ସେହି ସମୟରେ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲର ଏବଂ ଇଟାଲୀର ମୁସୋଲିନି ନିଜର ପସନ୍ଦର ଲୋକଙ୍କୁ ଆୱାର୍ଡ ବାଣ୍ଟି ଦେଉଥିଲେ। ସେମାନଙ୍କ ଏକଛତ୍ରବାଦରେ ଅତିଷ୍ଠ ହୋଇ ଅନେକ ଜ୍ୟୁରି ସଦସ୍ୟ ଭେନିସ୍ ଫିଲ୍ମ ଫେଷ୍ଟିଭାଲ୍ ଛାଡିଦେଲେ ଏବଂ ଏକ ଫ୍ରି ଫେଷ୍ଟିଭାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ଯାହାର ସ୍ଥାନ ପ୍ୟାରିସର କାନ୍ସ ସହର ସ୍ଥିର କରାଗଲା। ଫ୍ରେଞ୍ଚ୍ ସରକାର ଏହାର ଦସ୍ତାବିଜରେ ସ୍ୱାକ୍ଷର କରି ଏହାକୁ ଅଫିସିଆଲ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଘୋଷଣା କରିଥିଲେ । ତେବେ ପ୍ରଥମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୧-୨୦ ସେପ୍ଟେମ୍ବର ୧୯୩୯ ରେ ଅନୁଷ୍ଠିତ ହେବାର ଥିଲା। ଏହାର ଏକ ଦିନ ପୂର୍ବରୁ ଗାଲା ନାଇଟ୍ ରଖାଯାଇଥିଲା, କିନ୍ତୁ ସେପ୍ଟେମ୍ବର ୧ ରେ ଯେତେବେଳେ ଉତ୍ସବ ଆରମ୍ଭ ହେଲା, ହିଟଲରଙ୍କ ଦ୍ୱାରା ପୋଲାଣ୍ଡ ଉପରେ ଆକ୍ରମଣ କରାଯିବାରୁ ସେରେମନିରେ ହଙ୍ଗାମା ସୃଷ୍ଟି ହେଲା ଏବଂ କାର୍ଯ୍ୟକ୍ରମକୁ ୧୦ ଦିନ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା । ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡିଗଲା ଯେତେବେଳେ ଫ୍ରାନ୍ସ ଏବଂ ୟୁନାଇଟେଡ୍ କିଙ୍ଗଡମ୍ ମଧ୍ୟରେ ଯୁଦ୍ଧ ଘୋଷଣା ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୬ ବର୍ଷ ପର୍ଯ୍ୟନ୍ତ ଟଳି ଯାଇଥିଲା।
ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୬ ବର୍ଷର ଅପେକ୍ଷା ଶେଷ ହେଲା ଏବଂ ପ୍ରଥମ ସେରେମନି ୨୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ୧୯୪୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୨୦ଟି ଦେଶ ଅଂଶଗ୍ରହଣ କରିଥିଲେ । ହେଲେ ୧୯୪୭ରେ ପରିଚାଳନାଗତ ତ୍ରୁଟି ଯୋଗୁଁ ମାତ୍ର ୧୬ଟି ଦେଶ ଏଥିରେ ଭାଗ ନେଇଥିଲେ । ପରବର୍ତ୍ତୀ ବର୍ଷ ୧୯୪୮ରେ ବଜେଟ୍ ଅଭାବରୁ ଏହି ସେରେମନି ଆଦୌ ହୋଇପାରିଲା ନାହିଁ । ୧୯୪୯ରେ ପୁଣି ଥରେ ଇଭେଣ୍ଟ ମ୍ୟାନେଜମେଣ୍ଟକୁ ନେଇ ଲୋକେ ନିରାଶ ହେଲେ । ୧୯୫୦ ମସିହାରେ ଖର୍ଚ୍ଚ ବହନ କରି ନପାରିବାରୁ ପୁଣି ଥରେ ଫିଲ୍ମ ଫେଷ୍ଟିଭାଲ୍ ଆୟୋଜିତ ହେଲା ନାହିଁ । ତେବେ ଏହାପରେ କିନ୍ତୁ ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ, କେବଳ କରୋନା ମହାମାରୀ ଯୋଗୁଁ ୨୦୨୦ ମସିହାରେ ଏହି ସେରେମନିକୁ ବାତିଲ କରାଯାଇଥିଲା ।




