କାନ୍ସର ରୋଚକ ତଥ୍ୟ

କାନ୍ସର ରୋଚକ ତଥ୍ୟ
Ipsita Picture
By: Ipsita
Published On

 

  • ୧୯୫୪: ଚଳଚ୍ଚିତ୍ର ଚୟନରେ ସ୍ୱଚ୍ଛତା ଏବଂ ନୂତନ ନିର୍ମାତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସ୍ପେଶାଲ୍ ଜ୍ୟୁରୀ ଆୱାର୍ଡବର୍ଗ ଆରମ୍ଭ ହୋଇଥିଲା ।
  • ୧୯୫୫ : ପାମ୍ ଡି-ଓର୍’  ପୁରସ୍କାରର ପ୍ରଚଳନ ହେଲା । ଏହା ପୂର୍ବରୁ ବିଜେତାଙ୍କୁ ଗ୍ରାଣ୍ଡ ପ୍ରିକ୍ସସମ୍ମାନ ଦିଆଯାଉଥିଲା ।
  • ୧୯୫୭ : ଡୋଲୋରେସ୍ ଡି ରିଓ ଏହି ସମାରୋହର ଜ୍ୟୁରୀ ସଦସ୍ୟ ହୋଇଥିବା ପ୍ରଥମ ମହିଳା ଥିଲେ ।
  • ୧୯୮୯ : ପ୍ରଥମ ଥର ପାଇଁ ରେଡ୍ କାର୍ପେଟ୍ ବ୍ୟବହାର କରାଯାଇଥିଲା ।
  • ୧୯୫୧ ରୁ ଏବେ ଯାଏଁ : କେବଳ ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁଁ ଏହି ମହୋତ୍ସବକୁ ବାତିଲ କରାଯାଇଥିଲା ।
  • ୨୦୧୫ : ଫ୍ଲାଟ୍ ଚପଲ ପିନ୍ଧିବାକୁ ନେଇ ବିବାଦ ହୋଇଥିଲା, ଯାହା ବିରୋଧରେ ଅନେକ ବଡ଼ ସେଲିବ୍ରିଟି ସ୍ୱର ଉତ୍ତୋଳନ କରିଥିଲେ।
  • ୨୦୧୮: ବିଶ୍ୱରେ ବଢୁଥିବା ମି-ଟୁମାମଲାକୁ ଦୃଷ୍ଟିରେ ରଖି ଏକ ଟେଲିଫୋନ୍ ହଟ୍ଲାଇନ୍ ଆରମ୍ଭ କରାଯାଇଥିଲା, ଯେଉଁଠାରେ ସେଲିବ୍ରିଟିମାନେ ଅଭିଯୋଗ କରିପାରିବେ।
  • ୨୦୧୫ : ଜେନେରାଲ୍ ଡେଲିଗେଟ୍ ଥିଏରି ଫ୍ରାମକ୍ସ ସେଲ୍ଫି ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।
  • ୧୯୫୦ : ଚେତନ ଆନନ୍ଦ ଆନ୍ତର୍ଜାତୀୟ ଜୁରୀରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ସଦସ୍ୟ ଥିଲେ।
  • ୨୦୦୩ : ଐଶ୍ୱର୍ଯ୍ୟା ରାୟ ଜୁରୀରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ।
  • ୨୦୨୨ : ପ୍ରଥମ ଥର ପାଇଁ ଭାରତକୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପକ୍ଷରୁ 'କଣ୍ଟ୍ରି ଅଫ୍ ଅନର'  ଭାବେ ନିମନ୍ତ୍ରଣ ମିଳିଥିଲା ।
Tags: