ବିବାହରେ ବୀମା ଉପହାର

ବିବାହରେ ବୀମା ଉପହାର
Ipsita Picture
By: Ipsita
Published On

 

ମହାରାଷ୍ଟ୍ରର ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବର ନିଜ ବିବାହ ପ୍ରୀତିଭୋଜିରେ ସାମିଲ ହୋଇଥିବା ଅତିଥିମାନଙ୍କୁ କୌଣସି ପାରମ୍ପରିକ ଉପହାର ବଦଳରେ ଦୁର୍ଘଟଣା ବୀମା ପ୍ରଦାନ କରିଛନ୍ତି । ନାନ୍ଦେଡ଼ ଜିଲ୍ଲା ବାହାଦୁରପୁରା ଗ୍ରାମର ସିଦ୍ଧେଶ୍ୱର ପେଠକର ଓ ମଞ୍ଜୁଷାଙ୍କ ବିବାହରେ ଗ୍ରାମର ପ୍ରାୟ ୩୫୦୦ ଲୋକ ଯୋଗ ଦେଇଥିବା ବେଳେ ବର ଓ ତାଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ୧-୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଯାହାଦ୍ୱାରା ସମଗ୍ର ଗ୍ରାମବାସୀଙ୍କୁ ସମୁଦାୟ ପ୍ରାୟ ୩୪ କୋଟି ଟଙ୍କାର ବୀମା କଭର ମିଳିଛି । ବର ସିଦ୍ଧେଶ୍ୱରଙ୍କ କହିବାନୁଯାୟୀ, ଗ୍ରାମର ଅଧିକାଂଶ ଲୋକ ଗରିବ ଚାଷୀ ଓ ଦିନମଜୁରିଆ ହୋଇଥିବାରୁ ବିଲରେ କାମ କରିବା ସମୟରେ ସର୍ପାଘାତ, ବଜ୍ରପାତ କିମ୍ବା ବନ୍ୟଜନ୍ତୁଙ୍କ ଆକ୍ରମଣ ଭଳି ଅଘଟଣ ଘଟିଲେ ସେମାନଙ୍କ ପରିବାର ଗଭୀର ଆର୍ଥିକ ସଙ୍କଟର ସାମ୍ନା କରିଥାନ୍ତି । ତେଣୁ ସେ ନିଜ ବିବାହକୁ ସମାଜସେବା ସହ ଯୋଡ଼ିବା ପାଇଁ ଏହି ନିଆରା ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ବୀମା ଅଧୀନରେ ଯଦି କୌଣସି ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣା, ସର୍ପାଘାତ, ବଜ୍ରପାତ କିମ୍ବା ଅନ୍ୟ କୌଣସି ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୁଏ, ତେବେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Tags: