ଯୁବ ନେତୃତ୍ବଙ୍କ ପ୍ରେରଣା

ଯୁବ ନେତୃତ୍ବଙ୍କ ପ୍ରେରଣା
Ipsita Picture
By: Ipsita
Published On

 

ଯୁବ ନେତୃତ୍ବଙ୍କ ପାଇଁ ସେ ଆଜି ବି ପ୍ରେରଣା । ତାଙ୍କର ଯୁବକ ସମୟର ରାଜନୀତି ସବୁବେଳେ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ବିଷୟ ହୋଇ ରହିବ । ୧୯୭୭ର ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ସାରା ଦେଶରେ ବିପର୍ଯ୍ୟୟ ଦେଖୁଥାଏ । ପ୍ରଧାନମନ୍ତ୍ରୀ  ଇନ୍ଦିରା ଗାନ୍ଧି ଏହି ନିର୍ବାଚନରେ କ୍ଷମତା ହରାଇଥାଆନ୍ତି । ସେହି ସମୟରେ ନୂଆନୂଆ ଗଢ଼ା ଯାଇଥାଏ ଜନତା ପାର୍ଟିର ସରକାର । ତେବେ ଏହି ବିପର୍ଯ୍ୟୟ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଥାଏ । ହେଲେ ସେହି ସମୟରେ ବସନ୍ତବାବୁ ସାଜନ୍ତି ଓଡ଼ିଶା କମଗ୍ରେସରର ମେରୁଦଣ୍ଡ । ସେ ସମୟର ଯୁବନେତା ଭାବେ ଆଗକୁ ବାହାରି ଅନ୍ୟମାନଙ୍କ ପାଇଁ ସାଜନ୍ତି ପ୍ରେରଣାର ଉତ୍ସ । ସେ ସମୟର ପ୍ରତିକୂଳ ସ୍ରୋତରେ କଂଗ୍ରେସର ଯାତ୍ରା ସଫଳ କରିବା ପାଇଁ ଅଣ୍ଟା ଭିଡ଼ନ୍ତି କର୍ମ ଯୋଗୀ ବସନ୍ତ ବିଶ୍ବାଳ । ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ, ଉପସଭାପତି ଆଦି ଦାୟିତ୍ୱ ଗ୍ରହଣ କରି ସେ ଦଳର କର୍ମୀମାନଙ୍କୁ ଦିଅନ୍ତି ପ୍ରେରଣା। ଗୋଷ୍ଠୀ କନ୍ଦଳରୁ ଊଦ୍ଧ୍ୱର୍ରେ ରହି ଦୁର୍ବଳ କଂଗ୍ରେସ ସଂଗଠନକୁ ସବଳ କରିବା ପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତୁ । ସମସ୍ତଙ୍କୁ ଏକାଠି କରି ଲଢ଼ିବା ଫଳରେ ୧୯୮୦ର ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଅଭୂତପୂର୍ବ ବିଜୟ ହାସଲ କରେ । ଏହି ନିର୍ବାଚନରେ ସାରା ଦେଶରେ କଂଗ୍ରେସକୁ ଜିଣାଇ ପୁଣି ଶ୍ରୀମତୀ ଇନ୍ଦିରା ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନିଅନ୍ତି । ତେଣୁ  ଶ୍ରୀଯୁକ୍ତ ବିଶ୍ବାଳଙ୍କ ରାଜନୀତି ଜୀବନ ଆଜି ବି ଅନେକ ଯୁବ ନେତୃତ୍ବଙ୍କ ପାଇଁ ପ୍ରେରଣା ପାଲଟିଥାଏ ।

୧୯୮୦ରୁ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା

୧୯୮୦ ନିର୍ବାଚନରେ ବସନ୍ତ ବିଶ୍ବାଳ ତିର୍ତ୍ତୋଲ ବିଧାନସଭା ଆସନରୁ ଆରମ୍ଭ କରିଥିଲେ ନିଜର ରାଜନୀତିର ଯାତ୍ରା । ଏହି ନିର୍ବାଚନ ଥିଲା ତାଙ୍କ ପ୍ରଥମ ରାଜନୈତିକ ପରୀକ୍ଷା, ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲା । ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କ ଆଗ୍ରହକ୍ରମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ବସନ୍ତବାବୁଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଥିଲା । ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ସେ ପୂର୍ତ୍ତ, ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ଉଦ୍ୟମରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ ଜୀବନ୍ୟାସ ପାଇଲା । ସେତେବେଳେ ସେ ଓଡ଼ିଶା ବିକାଶ ଦିଗରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ, ଯାହା ଆଜି ବି ତାଙ୍କୁ ସାରା ଓଡ଼ିଶାର ସ୍ମୃତିରେ ଜୀବନ୍ତ କରି ରଖିଛି । ତାଙ୍କ କର୍ମପାଇଁ ତାଙ୍କୁ ମିଳିଥିଲା କର୍ମଯୋଗୀର ଉପାଧି ।

Tags: