ପ୍ଲାଷ୍ଟିକ ଖାଇ ହଜମ କରୁଥିବା ପୋକ
ସାମଗ୍ରୀର ପ୍ୟାକେଜିଂଠାରୁ ଆରମ୍ଭ କରି ପୋଷାକ ତିଆରି ପର୍ଯ୍ୟନ୍ତ, ସମଗ୍ର ଦୁନିଆରେ ପ୍ଲାଷ୍ଟିକ ଅନେକ ଜିନିଷ ପାଇଁ ବ୍ୟବହୃତ ହୋଇଥାଏ । ତଥାପି ଏହାକୁ ପୁନଃବ୍ୟବହାର କରିବା ଏକ ସହଜ କାର୍ଯ୍ୟ ନୁହେଁ । ଅଧିକାଂଶ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ର ଜଳରେ ମିଶି ପରିବେଶକୁ ପ୍ରଦୂଷିତ କରିବା ସହ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ । ଏହି ସମସ୍ୟାର ମୁକାବିଲା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ଏପରି ଏକ ପୋକର ଅନୁସନ୍ଧାନ କରିଛନ୍ତି, ଯାହା ପ୍ଲାଷ୍ଟିକ ଖାଇ ବଞ୍ଚିପାରୁଛି । […]
ସାମଗ୍ରୀର ପ୍ୟାକେଜିଂଠାରୁ ଆରମ୍ଭ କରି ପୋଷାକ ତିଆରି ପର୍ଯ୍ୟନ୍ତ, ସମଗ୍ର ଦୁନିଆରେ ପ୍ଲାଷ୍ଟିକ ଅନେକ ଜିନିଷ ପାଇଁ ବ୍ୟବହୃତ ହୋଇଥାଏ । ତଥାପି ଏହାକୁ ପୁନଃବ୍ୟବହାର କରିବା ଏକ ସହଜ କାର୍ଯ୍ୟ ନୁହେଁ । ଅଧିକାଂଶ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ର ଜଳରେ ମିଶି ପରିବେଶକୁ ପ୍ରଦୂଷିତ କରିବା ସହ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ । ଏହି ସମସ୍ୟାର ମୁକାବିଲା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ଏପରି ଏକ ପୋକର ଅନୁସନ୍ଧାନ କରିଛନ୍ତି, ଯାହା ପ୍ଲାଷ୍ଟିକ ଖାଇ ବଞ୍ଚିପାରୁଛି । ଏହି ପୋକର ନାମ ହେଉଛି ‘ଜୋଫୋବାସ ମୋରିଓ’ ।

ଏହି ପୋକ ଏକପ୍ରକାର କୃମି ପ୍ରଜାତିର । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଜୋଫୋବାସ ମୋରିଓ ପଲିଷ୍ଟାଇରିନ ନାମକ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକକୁ ସହଜରେ ହଜମ କରିପାରୁଛି । ଏହାର କାରଣ ହେଉଛି ପୋକର ଅନ୍ତନଳୀରେ ଥିବା ଜୀବାଣୁ । ଏହି ସୁପରୱର୍ମ ହେଉଛି ଏକ ପୋକ ଯାହା ପକ୍ଷୀ ଏବଂ ସରୀସୃପମାନଙ୍କୁ ଖାଇବାକୁ ଦିଆଯାଏ । ଏହାର ଆକାର ୨ ଇଞ୍ଚ(୫ ସେଣ୍ଟିମିଟର) ପର୍ଯ୍ୟନ୍ତ ହୋଇଥାଏ । ମେକ୍ସିକୋ ଏବଂ ଥାଇଲାଣ୍ଡ ପରି ଦେଶରେ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ରିସର୍ଚ୍ଚରେ ବୈଜ୍ଞାନିକମାନେ ଏହି ପୋକକୁ ତିନୋଟି ଗ୍ରୁପରେ ବିଭକ୍ତ କରିଥିଲେ । ଏଗୁଡ଼ିକୁ ତିନି ସପ୍ତାହ ପାଇଁ ଅଲଗା ଅଲଗା ପ୍ଲାଷ୍ଟିକ ଖାଇବା ଉପରେ ରଖାଗଲା । ଏହି ସମୟରେ ପଲିଷ୍ଟାଇରନ ପ୍ଲାଷ୍ଟିକରୁ ନିର୍ମିତ ଥର୍ମୋକୋଲକୁ ଖାଉଥିବା ପୋକର ଓଜନ ବଢୁଥିବା ଦେଖାଗଲା ।

ଫଳାଫଳ ସ୍ୱରୂପ ଏହି ପୋକ ପଲିଷ୍ଟାଇରନ ଏବଂ ଷ୍ଟାଇରନ ପ୍ଲାଷ୍ଟିକ ଖଣ୍ଡକୁ ଖାଇ ଶେଷ କରିଥିଲେ । ଏହି ପ୍ଲାଷ୍ଟିକ ଖାଦ୍ୟପାତ୍ର ଏବଂ କାର୍ ପାର୍ଟ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହି ପୋକ ଭିତରେ ଥିବା ଜୀବାଣୁ ହିଁ ଏସବୁ ପ୍ଲାଷ୍ଟିକକୁ ହଜମ କରିବାରେ ସାହାଯ୍ୟ କରୁଥିବା ବୈଜ୍ଞାନିକମାନେ କହିଛନ୍ତି । ତେବେ ଏଥିରୁ ସେମାନେ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଏହି ବ୍ୟାକେଫରିଆର ସହଯୋଗରେ ଉଚ୍ଚଗୁଣବତ୍ତାମାନର ବାୟୋପ୍ଲାଷ୍ଟିକ ତିଆରି କରାଯାଇପାରିବ । ବାୟୋପ୍ଲାଷ୍ଟିକ ଜୈବବ ପଦାର୍ଥରୁ ନିର୍ମିତ ପ୍ଲାଷ୍ଟିକ । ତେବେ କ୍ୱିନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ସଦସ୍ୟ ଏହି ନୂଆ ରିସର୍ଚ୍ଚ ସମ୍ପର୍କରେ ତଥ୍ୟ ଦେଇଛନ୍ତି ।




