କ୍ରିମ ବଦଳାଇଲା ଜୀବନ
ଚୀନର ଜଣେ ମହିଳାଙ୍କ ଜୀବନ ଗୋଟିଏ କ୍ରିମ କାରଣରୁ ବଦଳିଯାଇଥିବା ସୂଚନା ମିଳିଛି । ସେ ଏକ କ୍ରିମ ବ୍ୟବହାର କରିଥିଲେ ଯାହା ତାଙ୍କ ଚର୍ମର ରଙ୍ଗ ବଦଳାଇ ଲାଲ ଓ ବାଇଗେଣୀ କରିଦେଇଥିଲା । ଏହାସହ ଚର୍ମକୁ ବଦଳାଇ ସାପ ଚମଡା ଭଳି କରିଦେଇଥିଲା । ଏହି କ୍ରିମଟିକୁ ସେ ପାଖାପାଖି ୧୦ ବର୍ଷ ହେଲା ବ୍ୟବହାର କରୁଥିଲେ । ଦୀର୍ଘ ୧୦ ବର୍ଷତଳେ ତାଙ୍କ ପାଦରେ ଏକ ଦାଗ ହେବାସହ ଏହା କୁଣ୍ଡାଇ ହୋଇଥିଲା […]
ଚୀନର ଜଣେ ମହିଳାଙ୍କ ଜୀବନ ଗୋଟିଏ କ୍ରିମ କାରଣରୁ ବଦଳିଯାଇଥିବା ସୂଚନା ମିଳିଛି । ସେ ଏକ କ୍ରିମ ବ୍ୟବହାର କରିଥିଲେ ଯାହା ତାଙ୍କ ଚର୍ମର ରଙ୍ଗ ବଦଳାଇ ଲାଲ ଓ ବାଇଗେଣୀ କରିଦେଇଥିଲା । ଏହାସହ ଚର୍ମକୁ ବଦଳାଇ ସାପ ଚମଡା ଭଳି କରିଦେଇଥିଲା । ଏହି କ୍ରିମଟିକୁ ସେ ପାଖାପାଖି ୧୦ ବର୍ଷ ହେଲା ବ୍ୟବହାର କରୁଥିଲେ । ଦୀର୍ଘ ୧୦ ବର୍ଷତଳେ ତାଙ୍କ ପାଦରେ ଏକ ଦାଗ ହେବାସହ ଏହା କୁଣ୍ଡାଇ ହୋଇଥିଲା । ଯେଉଁଥିପାଇଁ ସେ ଏକ ପରିଚିତ କ୍ରିମ କିଣି ବ୍ୟବହାର କରିଥିଲେ, ଯାହା ଏକପ୍ରକାର ପାରମ୍ପରିକ ଚାଇନିଜ କ୍ରିମ ଥିଲା । ହେଲେ ବର୍ତ୍ତମାନ ଏହି କ୍ରିମର ପାଶ୍ୱର୍ପ୍ରତିକ୍ରିୟା ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛି । ତେବେ ସେ କୌଣସି ଡାକ୍ତରଙ୍କ ପରାମର୍ଶ ନନେଇ ଏହି କ୍ରିମର ବ୍ୟବହାର କରିଥିଲେ ତେଣୁ ତାଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡିଛି ବୋଲି ଡାକ୍ତରମାନେ ବର୍ତ୍ତମାନ ମତ ଦେଉଛନ୍ତି ।


