ଭାରତୀୟ ନୌସେନା ଦିବସ

ଭାରତୀୟ ନୌସେନା ଦିବସ
Ipsita Picture
By: Ipsita


ପ୍ରତିବର୍ଷ ୪ ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ । ୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ଡିସେମ୍ବର ୩, ୧୯୭୧ରେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ଟି ଯୁଦ୍ଧ ଜାହାଜ ପାକିସ୍ତାନ ନୌସେନାକୁ ଟMର ଦେଇଥିଲେ । ଏହି ଅପରେସନ୍‌ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ । ଭାରତର ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିବା କମ୍ମାଣ୍ଡର କେ ପି ଗୋପାଳ ରାଓ ହିଁ ଥିଲେ । ଅପରେସନ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହେଉଅଛି ।

Read More ଶୈବାଳରୁ ବିଜୁଳି

Tags:

Related Posts