ଇଂଲଣ୍ଡ ଗଲା ଭାରତୀୟ ଅଟୋ
ଇଂଲଣ୍ଡ ଭ୍ରମଣରେ ଆସିଥିବା ବ୍ରିଟେନର ହେଲେନ୍ ଏବଂ ମିକ୍ ନାମକ ଏକ ଦମ୍ପତି ଚେନ୍ନାଇରୁ ଏକ ଲାଲ୍ ଓ କଳା ରଙ୍ଗର ବାଜାଜ୍ ଅଟୋ-ରିକ୍ସା କିଣି ଏହାକୁ ଇଂଲଣ୍ଡ ନେଇଥିବା ଜଣାପଡିଛି । ସେମାନେ ଏହି ଅଟୋର ନାମ ‘ଟିମି ଦି ଟିନ୍ କ୍ୟାନ୍’ ରଖିଥିଲେ ଏବଂ ୭୫ ଦିନ ମଧ୍ୟରେ ଗୋଆ, ଜୟପୁର, ମୁମ୍ବାଇ ଓ ଆଗ୍ରା ସମେତ ଭାରତ ଅନେକ ସ୍ଥାନ ବୁଲିଥିଲେ । ନିଜ ଯାତ୍ରା ସମୟରେ ସେମାନେ ଅଟୋ ନାମରେ ଏକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଖୋଲିଥିଲେ, ଯାହାର ୧୭,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି । ଭାରତ ଭ୍ରମଣ ଶେଷ କରିବା ପରେ, ସେମାନେ ଜାହାଜ ଯୋଗେ ଅଟୋଟିକୁ ୟୁକେ ପଠାଇଥିଲେ । ଯାହା ଛଅ ମାସର ସମୁଦ୍ର ଯାତ୍ରା ପରେ ୨୦୨୬ ଅକ୍ଟୋବରରେ ଲଣ୍ଡନରେ ପହଞ୍ଚିଛି । ତେବେ ବ୍ରିଟିଶ୍ ରାସ୍ତାରେ ଚଲାଇବା ପୂର୍ବରୁ ଏହାକୁ ଆବଶ୍ୟକୀୟ ସୁରକ୍ଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ଏବଂ ୟୁକେ ମାନଦଣ୍ଡ ପୂରଣ କରିବା ପାଇଁ କିଛି ପରିବର୍ତ୍ତନ ମଧ୍ୟ କରିବାକୁ ପଡ଼ିପାରେବୋଲି ଜଣାପଡିଛି ।
Tags:




