ଘଟଣା ବହୁଳ '୨୫'
୨୦୨୫ରେ କିଛି ଏଭଳି ଘଟଣା ଘଟିଥିଲା ଯାହା ଏହାକୁ ସ୍ମରଣୀୟ ବର୍ଷ କରିପାରିଛି । କିଛି ଲୋକଙ୍କ ଭାଗ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଥିବାବେଳେ କିଛି ଲୋକଙ୍କର ଜୀବନରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା । ଆସନ୍ତୁ ମନେ ପକାଇବା ସେହିଭଳି କିଛି ଘଟଣା ସମ୍ପର୍କରେ ।
ମୋନାଲିସା
ଲିଓ ନାଡୋ ଦାଭେଞ୍ଚିଙ୍କର ମୋନାଲିସ ପେଣ୍ଟିଂ ନୁହେଁ ବର୍ଁ ୨୦୨୫ରେ ଜଣେ ଭାରତୀୟ ଝିଅ ମୋନାଲିସା ଖୁବ ପପୁଲାର ହୋଇଥିଲେ । ସାରା ବିଶ୍ବ ତାଙ୍କୁ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ ମୋନାଲିସା ମହାକୁମ୍ଭ ମେଳାରେ ନିଜ ପରିବାର ସହିତ ମାଳି ବିକ୍ରି କରିବାକୁ ଆସିଥିଲେ । ତାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିଲା । ହେଲେ ତାଙ୍କର ସରଳତା ଓ ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଥିଲା । ସମସ୍ତେ ତାଙ୍କୁ ବଡବଡ ହିରୋଇନଙ୍କ ସହିତ ତୁଳନା କରିବା ଆରମ୍ଭ କରିଥିଲେ । ଚାହୁଁଚାହୁଁ ସେ କିଛି ଦିନ ଭିତରେ ସେ ପାଲଟିଯାଇଥିଲେ ଇଣ୍ଟରନେଟ ସେନସେସନ । ଏହାପରେ ସବୁଆଡେ ତାଙ୍କର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ତାଙ୍କୁ ବଲିଉଡରେ ଫିଲ୍ମରେ ଡେବ୍ୟୁ କରିବାକୁ ମଧ୍ୟ ସୁଯୋଗ ମିଳିଛି । ତେଣୁ କୁମ୍ଭମେଳାର ସେହି ଭାଇରାଲ ଫଟୋ ଓ ଭିଡିଓ ମୋନାଲିସାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

ଦାନ୍ତକାଠି ବିକି ୪୦ ହଜାର
କୁମ୍ଭମେଳାର ଆଉ ଏକ ଘଟଣା ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା । ଚଳିତ କୁମ୍ଭମେଳାରେ ଜଣେ ବ୍ୟକ୍ତି ଦାନ୍ତକିଠି ବିକ୍ରି କରି ଖୁବ ଅଧିକ ଅର୍ଥ ରୋଜଗାର କରିଥିଲେ । ଜଣେ ବ୍ୟକ୍ତି ମାସ ସାରା ପରିଶ୍ରମ କଲେ ଯେତିକି ରୋଜଗାର କରିବା ତା ଠାରୁ ଅଧିକ ଅର୍ଥ ସେ କିଛି ଦିନ ମଧ୍ୟରେ ରୋଜଗାର କରିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ଦାନ୍ତ କାଠି ବିକ୍ରି କରି ୪୦ ହଜାର ଟଙ୍କାର ରୋଜଗାର କରିଥିଲେ । ତାଙ୍କ ବାନ୍ଧବୀଙ୍କ କଥାରେ ସେ କୁମ୍ଭମେଳାରେ ଦାନ୍ତ କାଠି ବିକ୍ରି କରିବାକୁ ଆସିିଥିଲେ, ଯାହା ତାଙ୍କୁ ଖୁବ ଭଲ ରୋଜଗାର ପ୍ରଦାନ କରିଥିଲା ।

ଡିଜିଟାଲ ସ୍ନାନ
କୁମ୍ଭମେଳାର ଆଉ ଏକ ଘଟଣା ଲୋକଙ୍କ ସ୍ମୃତିରେ ଆଜି ବି ଜୀବନ୍ତ ରହିଛି । ଚଳିତ କୁମ୍ଭମେଳାରେ ଲୋକମାନଙ୍କୁ ଡିଜିଟାଲ କୁମ୍ଭ ସ୍ନାନର ସୁବିଧା ମିଳୁଥିଲା । ସୂଚନା ଅନୁସାରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ସୁବିଧା ସେ ଦେଉଥିବା କଥା କହିଥିଲେ । ସେ ନିଜେ କୁମ୍ଭ ମେଳାରେ ଅର୍ଥ ଦେଇଥିବା ବ୍ୟକ୍ତିଙ୍କର ଫଟୋ ଧରି ସ୍ନାନ କରିବେ, ଯାହାକୁ ସେ ଡିଜିଟାଲ ସ୍ନାନର ନାଁ ଦେଇଥିଲେ । ଏହି ସ୍ନାନ ପାଇଁ ଜଣଙ୍କ ପିଛା ସେ ୧୧୦୦ ଟଙ୍କା ଦେୟ ରଖିଥିଲେ । ଲୋକମାନେ ସୋସିଆଲ ମିଡିଆରେ ଏହି ନୂଆ ଥିମର ଖୁବ ମଜାକ ଉଡାଉଥିବା ଦେଖିବାକୁ ମିଳିଥିଲା ।
ଆଇଆଇଟି ବାବା
ମହାକୁମ୍ଭରେ ଅନେକ ସାଧୁ ଏକତ୍ରିତ ହୋଇଥିଲେ ସେଥିମଧ୍ୟରୁ ଆଇଆଇଟି ବାବା ଖୁବ ଭାଇରାଲ ହୋଇଥିଲେ । ଅଭୟ ସିଂ ନାମକ ଏହି ବ୍ୟକ୍ତି ଜଣଙ୍କ ଆଇଆଇଟି ପାସ ଆଉଟ ହେବା ପରେ ବାବା ହୋଇଥିଲେ । ତାଙ୍କୁ ନେଇ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କୁମ୍ଭମେଳାର କିନ୍ତୁ ସେ ପାଲଟିଥିଲେ ଭାଇରାଲ ବାବା ।

କୁଲେଷ୍ଟ କିଡ
ଇଣ୍ଟରନେଟରେ ଜଣେ ୧୧ ବର୍ଷର ବାଳକଙ୍କୁ ମିଳିଥିଲା କୁଲେଷ୍ଟ କିଡର ଟାଇଟଲ । ଇଣ୍ଡୋନେସିଆର ଏହି ବାଳକ ଏକ ବଡଲମ୍ବା ଡଙ୍ଗାର ଧାରରେ ଠିଆହୋଇ ଏକ ପାରମ୍ପରିକ ନୃତ୍ୟ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆର ସମସ୍ତଙ୍କ ରିଲ୍ସରେ ତାର ଭିଡିଓ ଦେଖିବାକୁ ମିଳିଥିଲା । ସେହି ପିଲାର ନୃତ୍ୟ ପାଇଁ ସେହି ବୋଟ ରେସ ମଧ୍ୟ ଖୁବ ପପୁଲାର ହୋଇଯାଇଥିଲା ।
ଲାବୁବୁ ମାନିଆ
୨୦୨୫ରେ ଏକ କଣ୍ଢେଇ ଖୁବ ଭାଇରାଲ ହୋଇଥିଲା, ଯାହାର ନାଁ ଥିଲା ଲାବୁବୁ । ଏହାକୁ ଏକ ଫ୍ୟାଶନ ଷ୍ଟେଟମେଣ୍ଟଭାବେ ମଧ୍ୟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଥିଲା । ବଲିଉଡ ଷ୍ଟାର ଠାରୁ ଠାରୁ ହଲିଉଡ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସମସ୍ତଙ୍କ ନିକଟରେ ଏହି ଲାବୁବୁ ଡଲ ଦେଖିବାକୁ ମିଳିଥିଲା । ଏହା ଯେପରି ଏକ ମାନିଆରେ ପରିଣତ ହୋଇଥିଲା ।
ସାହସୀ ବୃଦ୍ଧା
ବର୍ଷ ୨୦୨୫ରେ କେରଳର ଜଣେ ୭୧ ବର୍ଷୀୟା ବୃଦ୍ଧା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ତାଙ୍କ ଅଦମ୍ୟ ସାହସ ସମସ୍ତଙ୍କୁ ଖୁବ ଉତ୍ସାହିତ କରିଥିଲା । ସୂଚନା ଅନୁଯାୟୀ ବୃଦ୍ଧା ଜଣଙ୍କ ଏତେ ଅଧିକ ବୟସରେ ବି ୧୩ ହଜାର ଫୁଟ ଉପରୁ ସ୍କାଏ ଡାଇଭିଂ କରିଥିଲେ । ଯାହା ତାଙ୍କୁ ସୋସିଆଲ ମିଡିଆରେ ଖୁବ ଭାଇରାଲ କରିଥିଲା । ସବୁ ସ୍ଥାନରେ ତାଙ୍କରି ସାହସର ଆଲୋଚନା ହୋଇଥିଲା । ସେ ୨୦୨୫ବର୍ଷର ସୋସିଆଲ ମିଡିଆ ଷ୍ଟାର ପାଲଟି ଯାଇଥିଲେ ।

ଘିବିଲି ଟ୍ରେଣ୍ଡ
୨୦୨୫ରେ ସବୁଠାରୁ ଅଧିକ ଭାଇରାଲ ହୋଇଥିବା ଟ୍ରେଣ୍ଡ ଥିଲା ଘିବିଲି । ଯେଉଁଥିରେ ଲୋକମାନେ ନିଜର ଫଟୋକୁ ଏକ ଆପ ସାହାଯ୍ୟରେ ଆନିମେଟ କରୁଥିଲେ । ଲୋକଙ୍କର ସୋସିଆଲ ମିଡିଆରେ ଏହି ଫଟୋ ବହୁଳ ମାତ୍ରାରେ ଦେଖିବାକୁ ମିଳିଲା । ସମସ୍ତେ ନିଜନିଜର ଫଟୋକୁ ଘିବିଲି ଆପରେ ପକାଇ ଏହି ଟ୍ରେଣ୍ଡରେ ସାମିଲ ହୋଇଥିଲେ । ଘିବିଲି ଜାପାନର ଏକ ଫଟୋ ଷ୍ଟୁଡିଓ ଯାହା ଖୁବ ପୁରୁଣା, ହେଲେ ୨୦୨୫ରେ ଏହା ଖୁବ ଟ୍ରେଣ୍ଡରେ ରହିଥିଲା । ଘିବିଲି ଷ୍ଟୁଡିଓ ଏକ ଆନିମେଟେଡ ଷ୍ଟୁଡିଓ ଯାହାର ସ୍ଥାପନା ୧୯୮୫ରେ ହୋଇଥିଲା ।
କୋଲ୍ଡପ୍ଲେ ସ୍କାମ
୨୫ର ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା କୋଲ୍ଡ ପ୍ଲେ କନର୍ସଟରେ ଘଟିଥିବା ସ୍କାମ । ସୂଚନା ଅନୁସାରେ ଏହି କନର୍ସଟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବ୍ରାୟନ ଓ ଉକ୍ତ କମ୍ପାନୀର ଏଚ୍ ଆର୍ ଏକ୍ଜୁକ୍ୟୁଟିଭ ଖ୍ରିଷ୍ଟିନ କାବୋଟଙ୍କୁ ଏକ ଅନ୍ତରଙ୍ଗ ମୂହୁର୍ତ୍ତରେ ଦେଖିବାକୁ ମିଳିଥିଲା । ଯାହା ଉଭୟଙ୍କ ମଧ୍ୟରେ ଥିବା ପରକୀୟା ପ୍ରିତିକୁ ପଦାରେ ପକାଇଥିଲା । ଏହି ଘଟଣାରେ ଅନେକ ବାଦ ବିବାଦ ସାମନାକୁ ଆସିଥିଲା, ଯାହା ଅନେକ ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା ।
Related Posts



