ଡେଟ୍‌ରେ ଯିବାକୁ ପ୍ରୋତ୍ସାହନ ରାଶି

ଡେଟ୍‌ରେ ଯିବାକୁ ପ୍ରୋତ୍ସାହନ ରାଶି
Ipsita Picture
By: Ipsita


ନିକଟରେ ଦକ୍ଷିଣ କୋରିଆରେ କିଛି ଦିନହେବ ଭୟଙ୍କର ଜନସଙ୍କଟ ଦେଖିବାକୁ ମିଳୁଛି । ଏଠାରେ ଦୁନିଆର ସବୁଠାର କମ ଜନ୍ମ ହାର ରହିଛି । ତେବେ ଏଭଳି ସମସ୍ୟାକୁ ସାମନା କରିବାକୁ ସେଠିକାର ସରକାରଙ୍କ ପକ୍ଷରୁ ଏକ ନୂଆ ନିୟମ କରାଯାଇଛି । ସରକାର ପକ୍ଷରୁ ଏକ ମ୍ୟାଚ ମେକିଂ ପ୍ରୋଗ୍ରାମର ଆରମ୍ଭ କରାଯାଇଛି । ଏହି ପ୍ରୋଗ୍ରାମରେ ଝିଅ ପୁଅଙ୍କୁ ମିଶାଯାଇଥାଏ, ଯେପରି ସେମାନେ ବିବାହ କରି ପରିବାର ଆରମ୍ଭ କରିବେ । ଡେଟିଂ ଆରମ୍ଭ କରିବା ପୂର୍ବରୁ ପୁଅ ଝିଅଙ୍କୁ ୩୦ ହଜାର ଟଙ୍କା ମିଳିଥାଏ । ସେହିଭଳି ବିବାହ କରିବା ପରେ ସେମାନଙ୍କୁ ୧୨ ଲକ୍ଷ ଟଙ୍କା ମିଳିଥାଏ । ଏପରିକି ଦମ୍ପତିଙ୍କୁ ଘର କିଣିବାରେ ମଧ୍ୟ ସରକାର ସହଯୋଗ କରିବା ନେଇ ଘୋଷଣା ହୋଇଛି । ନିୟମ ଅନୁସାରେ ଏହି ପ୍ରୋଗ୍ରାମରେ ୨୪ରୁ ୪୩ ବର୍ଷର ଲୋକମାନେ ଭାଗ ନେଇ ପାରିବେ । ଏଥିପାଇଁ ଆବେଦନ କରିବା ପରେ ସାକ୍ଷାତକାର ଜରିଆରେ ଏମାନଙ୍କୁ ଚୟନ କରାଯିବ ।

ସମ୍ବନ୍ଧିତ ଖବର ଉଦ୍ଭାବନର ସମ୍ଭାବନା

Tags: