ମାଂସ ପାଇଁ ଥାନାରେ
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି ମଟନ୍ ନସିଝିବା କାରଣରୁ ରନ୍ଧା ହୋଇଥିବା ମାଂସ ଧରି ସିଧା ପୋଲିସ୍ ଷ୍ଟେସନରେ ପହଞ୍ଚିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ବଜାରର ଏକ ଦୋକାନରୁ ମଟନ୍ କିଣିଥିଲେ, କିନ୍ତୁ ପ୍ରାୟ ୨୦ ଥର ଚେଷ୍ଟା କରିବା ପରେ ମଧ୍ୟ ମାଂସଟି ପଥର ଭଳି ଶକ୍ତ ରହିଥିଲା ଏବଂ ଆଦୌ ସିଝିନଥିଲା । ଏଥିରେ ଅତିଷ୍ଠ ହୋଇ ସେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ୍ ତୁରନ୍ତ ସମ୍ପୃକ୍ତ ମାଂସ ବିକ୍ରେତାଙ୍କୁ ଥାନାକୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରାଇଥିଲେ । ଦୋକାନୀ ଜଣକ ସ୍ୱୀକାର କରିଥିଲେ ଯେ ବୋଧହୁଏ ଛେଳିଟି ବୁଢ଼ା ହୋଇଥିବାରୁ ମାଂସ ସିଝୁନଥିଲା। ଏହାପରେ ସେ ଗ୍ରାହକଙ୍କୁ ନୂଆ ତଥା ତାଜା ମଟନ୍ ଦେବାକୁ ରାଜି ହେବା ପରେ ଏହି ବିଚିତ୍ର ବିବାଦର ଅନ୍ତ ଘଟିଥିଲା ।
Tags:



