ଜୈବ ବିବିଧତାର ଗୁରୁତ୍ୱ

ଜୈବ ବିବିଧତାର ଗୁରୁତ୍ୱ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲୋନରେ ମିଳୁଛି ଛେଳି

ସମ୍ବନ୍ଧିତ ଖବର ମହାକାଶ ଫେରନ୍ତା ମୂଷା ହେଲା ମା  

ମାନବ ସମାଜ ଜୀବଜଗତରୁ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସୁଫଳ ପ୍ରାପ୍ତ କରିଥାଏ । ଜୈବ ବିବିଧତା ହେଉଛି ଆମର ଖାଦ୍ୟ, ଔଷଧ, ଔଷଧୀୟ ଉପାଦାନ, ତନ୍ତୁ , ରବର ଏବଂ କାଠ ପ୍ରଭୃତିର ମୁଖ୍ୟଉତ୍ସ । ଏହି ଜୈବିକ ସମ୍ପଦଗୁଡ଼ିକ ମଧ୍ୟରେ ଭବିଷ୍ୟତ ପାଇଁ ଅନେକ ସମ୍ଭାବ୍ୟ ଉପଯୋଗୀ ସମ୍ବଳ ମଧ୍ୟ ଲୁକ୍କାୟିତ ହୋଇ ରହିଛି । ଏହା ବ୍ୟତୀତ, ଜୀବଜଗତର ଏହି ବିବିଧତା ଆମକୁ ବିନା ମୂଲ୍ୟରେ ଅନେକ ପାରିସ୍ଥିତିକ ସେବା ପ୍ରଦାନ କରିଥାଏ, ଯାହା ଇକୋସିଷ୍ଟମର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ । ଦୈନନ୍ଦିନ ଜୀବନରେ ବ୍ୟବହୃତ ଅଧିକାଂଶ ପ୍ରାକୃତିକ ସାମଗ୍ରୀ ଜୈବ ବିବିଧତାରୁ ହିଁ ଆସିଥାଏ । ବାୟୁ ବିଶୁଦ୍ଧିକରଣ, ଜଳ ଚକ୍ର ନିୟନ୍ତ୍ରଣ ଏବଂ ମୃତ୍ତିକା ସଂରକ୍ଷଣ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏହି ଜୀବମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ। କୀଟପତଙ୍ଗ ଏବଂ ପକ୍ଷୀମାନେ ଶସ୍ୟ ଉତ୍ପାଦନରେ ସାହାଯ୍ୟ କରି ଆମର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରନ୍ତି । ଇକୋ ସିଷ୍ଟମ ଏବଂ ପ୍ରତ୍ୟେକ ସ୍ୱତନ୍ତ୍ର ପ୍ରଜାତିଠାରୁ ମିଳୁଥିବା ବିଭିନ୍ନ ସାମଗ୍ରୀ ଓ ସେବାଗୁଡ଼ିକର ସଠିକ୍ ପରିଚାଳନା ତଥା ସ୍ଥାୟୀ ଉପଯୋଗ  ପାଇଁ ଜୈବ ବିବିଧତା ଏକାନ୍ତ ଆବଶ୍ୟକ । ଏହା କେବଳ ପ୍ରକୃତିର ସନ୍ତୁଳନ ରକ୍ଷା କରେ ନାହିଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଜୈବ ବିବିଧତା ହେଉଛି ଔଷଧୀୟ ଗୁଣ ସମ୍ପନ୍ନ ପଦାର୍ଥର ଏକ ସମୃଦ୍ଧ ଭଣ୍ଡାର । ବିଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧ ମୂଳତଃ ଉଦ୍ଭିଦ-ଭିତ୍ତିକ ପଦାର୍ଥରୁ ହିଁ ସୃଷ୍ଟି ହୋଇଛି । ଯେପରି କ୍ୱିନାଇନ୍ , ଏହା 'ସିନ୍କୋନା' ଗଛରୁ ମିଳିଥାଏ, ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଟାକ୍ସୋଲ୍  ଏହା 'ୟୁ'  ଗଛର ଛାଲିରୁ ପ୍ରାପ୍ତ ଔଷଧ । ସେହିଭଳି ଆଜି ମଧ୍ୟ ବିଶ୍ୱର ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଉଦ୍ଭିଦ-ଭିତ୍ତିକ ଔଷଧ ଉପରେ ନିର୍ଭର କରନ୍ତି । ଘରେଘରେ ଘରୋଇ ଉପଚାରରେ ବିଭିନ୍ନ ଉଦ୍ଭିଦକୁ ବ୍ୟବହାର କରାଯାଇଥାଏ । ତେଣୁ ଯଦି ଆମେ ଏହି ପ୍ରଜାତିଗୁଡ଼ିକୁ ସୁରକ୍ଷିତ ନ ରଖିବା, ତେବେ ଆମେ ଅନେକ ମୂଲ୍ୟବାନ ଔଷଧୀୟ ଉତ୍ସକୁ ଚିରଦିନ ପାଇଁ ହରାଇ ବସିବା ।

ସମ୍ବନ୍ଧିତ ଖବର ଧାରରେ ଦେଉଛନ୍ତି ବୟସ

 

 

Tags:

Related Posts

ଭାରତୀୟ ସେନା ଦିବସ

ଭାରତୀୟ ସେନା ଦିବସ

ଲୁଇ ବ୍ରେଲ୍

ଲୁଇ ବ୍ରେଲ୍

ପକ୍ଷୀ ଜଗତ

ପକ୍ଷୀ ଜଗତ