ଶାଢ଼ୀ ପିନ୍ଧି କାଦୁଳରେ ଚାଲିଲେ ଆଇଏଏସ୍ ଅଫିସର୍
ସୋସିଆଲ ମିଡିଆରେ ଜଣେ ଆଇଏଏସ୍ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ସାଦାସିଧା ଜୀବନ ଏବଂ ସମାଜପାଇଁ କିଛି କରିବାର ଦୃଢ ଇଛାଶକ୍ତିର ସମସ୍ତେ ପ୍ରଂଶସା କରୁଛନ୍ତି । ଆସାମର ବନ୍ୟା ପ୍ଲାବିତ ଅଞ୍ଚଳ ବୁଲୁଛନ୍ତି ଆଇଏଏସ୍ ଅଫିସର କିର୍ଥି ଜଲାଇ । କିର୍ଥିଙ୍କୁ ଏକ ଶାଢୀ ପିନ୍ଧି କାଦୁଅରେ ପାଦରେ ଚାଲିଚାଲି ଏହି ସ୍ଥାନର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଜନ୍ମିତା ଏହି ଅଫିସର ବର୍ତ୍ତମାନ ସାରା ଭାରତରେ ଏକ […]
ସୋସିଆଲ ମିଡିଆରେ ଜଣେ ଆଇଏଏସ୍ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ସାଦାସିଧା ଜୀବନ ଏବଂ ସମାଜପାଇଁ କିଛି କରିବାର ଦୃଢ ଇଛାଶକ୍ତିର ସମସ୍ତେ ପ୍ରଂଶସା କରୁଛନ୍ତି । ଆସାମର ବନ୍ୟା ପ୍ଲାବିତ ଅଞ୍ଚଳ ବୁଲୁଛନ୍ତି ଆଇଏଏସ୍ ଅଫିସର କିର୍ଥି ଜଲାଇ । କିର୍ଥିଙ୍କୁ ଏକ ଶାଢୀ ପିନ୍ଧି କାଦୁଅରେ ପାଦରେ ଚାଲିଚାଲି ଏହି ସ୍ଥାନର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି ।

ହାଇଦ୍ରାବାଦରେ ଜନ୍ମିତା ଏହି ଅଫିସର ବର୍ତ୍ତମାନ ସାରା ଭାରତରେ ଏକ ଚିହ୍ନା ମୁହଁ ପାଲଟିଛନ୍ତି । ୨୦୧୨ରୁ ସେ ଆଇଏଏସ୍ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । କିର୍ଥି କାର୍ଯ୍ୟରତ ଜିଲ୍ଲାର ପ୍ରଥମ ଜିଲ୍ଲା ଡେପୁଟି କମିସନର । ତେବେ ତାଙ୍କୁ ତାଙ୍କ କାର୍ଯ୍ୟପାଇଁ ଅନେକ ଥର ପୁରସ୍କାର ମଧ୍ୟ ମିଳିଛି । ବନ୍ୟା ସମୟରେ ସେ ପାଦରେ ଚାଲିଚାଲି ଅଞ୍ଚଳର ସ୍ଥିତି ପରଖିବା ସହିତ ଲୋକଙ୍କ ସହ କଥା ହୋଇଥିଲେ । ସେ ସର୍ବଦା ପ୍ରାକୃତିକ ବିପର୍ଯୟ ସମୟରେ ଲୋକଙ୍କ ସହିତ ରହିବା ସହିତ ସେମାନଙ୍କ ଦୁଃଖସୁଖ ବୁଝିଥାଆନ୍ତି ।




