ମଣିଷ ବନୁଛନ୍ତି କବାବ ରୋଲ

ମଣିଷ ବନୁଛନ୍ତି କବାବ ରୋଲ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଟ୍ରେଣ୍ଡ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକେ ନିଜକୁ କବାବ ରୋଲ୍ ଭଳି ପ୍ରସ୍ତୁତ କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଆମେରିକାରୁ ଆରମ୍ଭ ହୋଇଥିବା ଏହି ଅଜବ ଟ୍ରେଣ୍ଡ୍କୁ 'କେବାବିଙ୍ଗ୍' କୁହାଯାଉଥିବା ବେଳେ ଏବେ ଏହା ୟୁକେରେ ମଧ୍ୟ ଖୁବ୍ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଏହି ପ୍ରକ୍ରିୟାରେ ମଣିଷ ଶରୀର ଉପରେ ସସ୍, ପନିପରିବା ଏବଂ ମସଲା ଭଳି ସାମଗ୍ରୀ ସଜାଯାଇ ସେମାନଙ୍କୁ କବାବ ରୋଲ୍ ଭଳି ଗୁଡ଼ାଯାଇଥାଏ । ଆମେରିକାର ଫୁଡ୍ ରୋଲ୍ପ୍ଲେ ଏବଂ ଫୁଡ୍ ଫେଟିଶ୍ କମ୍ୟୁନିଟି ମଧ୍ୟରୁ ଏହାର ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୟୁକେର 'ଡୋନର ଡ୍ୟାଡି' ନାମକ ଏକ ସର୍ଭିସ ଏହାକୁ ଲୋକପ୍ରିୟ କରାଇଛି । ଯେଉଁଠାରେ ଏକ ସ୍ୱାମୀ-ସ୍ତ୍ରୀଙ୍କ ଟିମ୍ ଲୋକମାନଙ୍କୁ ଏହି ବିଶେଷ 'ଡୋନର ମ୍ୟାଟ୍ରିକ୍ସ'ର ଅନୁଭୂତି ପ୍ରଦାନ କରୁଛନ୍ତି । ଏହି ମଣିଷ କବାବ ପ୍ରସ୍ତୁତ ପାଇଁ ପ୍ରାୟ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଉଛି, ଯେଉଁଥିରେ ପ୍ରଫେସନାଲ ସେଟ୍ଅପ୍, ଫଟୋସୁଟ୍ ଏବଂ ରେକର୍ଡିଂ ଭଳି ସୁବିଧା ପ୍ୟାକେଜ୍ ଆକାରରେ ଦିଆଯାଉଛି । ଏଭଳି ଅଜବ କାର୍ଯ୍ୟରୁ କିଛି ଲୋକଙ୍କୁ ମାନସିକ ଶାନ୍ତି ମିଳୁଥିବା ବେଳେ ସେମାନଙ୍କ ମତରେ ଶରୀର ଉପରେ ପଡ଼ୁଥିବା ଚାପ, ସ୍ପର୍ଶ ଏବଂ ଖାଦ୍ୟର ସୁଗନ୍ଧ ସେମାନଙ୍କୁ ସମ୍ପୂର୍ଣ୍ଣ ଆରାମ ବା ରିଲାକ୍ସ ଅନୁଭବ କରାଉଛି ।

Tags: