ସ୍କୁବାଡ୍ରାଇଭର ରୋବୋ
ବିଜ୍ଞାନର ଅଦ୍ଭୁତ ଉଦ୍ଭାବନ ମଧ୍ୟରୁ ରୋବଟ୍ ସର୍ବୋତମ । ଏହାକୁ ବ୍ୟବହାର କରି ଅନେକ କାର୍ଯ୍ୟ କରାଯାଇଥାଏ । ରୋବଟ୍ ବିଭିନ୍ନ ସ୍ଥାନ ଯେପରି ରେସ୍ତୋରାଁରେ ଖାଦ୍ୟ ପରଷିବା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପାଠ ପଢାଇବା । ଏଭଳି ଅନେକ କାର୍ଯ୍ୟରେ ରୋବଟ ସାହାଯ୍ୟ କରିଥାଏ । ତେବେ ଏହି ତାଲିକାରେ ଆଉ ଗୋଟିଏ ରୋବୋ ଯୋଡି ହୋଇଛି, ଯିଏ ସମୁଦ୍ରର ଗଭୀର ଜଳରାଶିରେ ସ୍କୁବା ଡାଇଭିଂ କରିପାରିବ । ଏହାକୁ କାର୍ଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଉଦ୍ଭାବନ […]
ବିଜ୍ଞାନର ଅଦ୍ଭୁତ ଉଦ୍ଭାବନ ମଧ୍ୟରୁ ରୋବଟ୍ ସର୍ବୋତମ । ଏହାକୁ ବ୍ୟବହାର କରି ଅନେକ କାର୍ଯ୍ୟ କରାଯାଇଥାଏ । ରୋବଟ୍ ବିଭିନ୍ନ ସ୍ଥାନ ଯେପରି ରେସ୍ତୋରାଁରେ ଖାଦ୍ୟ ପରଷିବା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପାଠ ପଢାଇବା । ଏଭଳି ଅନେକ କାର୍ଯ୍ୟରେ ରୋବଟ ସାହାଯ୍ୟ କରିଥାଏ । ତେବେ ଏହି ତାଲିକାରେ ଆଉ ଗୋଟିଏ ରୋବୋ ଯୋଡି ହୋଇଛି, ଯିଏ ସମୁଦ୍ରର ଗଭୀର ଜଳରାଶିରେ ସ୍କୁବା ଡାଇଭିଂ କରିପାରିବ ।

ଏହାକୁ କାର୍ଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି । ଯେଉଁ ସ୍ଥାନକୁ ମଣିଷ ପହଞ୍ଚିବା କଷ୍ଟ ସେହି ସ୍ଥାନରେ ଏହି ରୋବଟ୍ ପହଞ୍ଚିବା ସହିତ ଗଭୀରତଳେ ଥିବା ବିଭିନ୍ନ ସାମଗ୍ରୀର ପରୀକ୍ଷଣ ମଧ୍ୟ କରିପାରିବ । ଏହି ରୋବଟକୁ ବାହାରୁ ରିମୋଟରେ ପରିଚାଳନା କରାଯିବା ସହିତ ଏହା ବ୍ୟବହାରକାରୀଙ୍କୁ ଫିଡ୍ବ୍ୟାକ ମଧ୍ୟ ପ୍ରଦାନ କରିବ । ଏହାକୁ ବୈଜ୍ଞାନିକମାନେ ଭର୍ଚୁଆଲ ଡ୍ରାଇଭରର ନାଁ ଦେଇଛନ୍ତି ।

ଏହି ରୋବୋର ଦୁଇଟି ଆଖି ରହିଛି ଯାହା ଏହାକୁ ଥ୍ରୀଡି ଭିଜନ ଦେବାରେ ସକ୍ଷମ, ଏହାସହିତ ରୋବୋର୍ଟର ହାତ ମଧ୍ୟ ରହିଛି । ରୋବଟଟିରେ କମ୍ପୁ୍ୟଟର ଏବଂ ୮ଟି ମଲଫିଡିରେକ୍ସନାଲ ଥ୍ରଷ୍ଟର ରହିଛି ଯାହା ଏହାକୁ ନାଭିଗେସନ୍ରେ ସାହାଯ୍ୟ କରିବ । ସେହିଭଳି ଏହାର ପ୍ରତ୍ୟେକ କଚଟିରେ ଏକ ସେନସର ରହିଛି ଯାହା ସାହାଯ୍ୟରେ ସେ ପାଣି ଭିତରର ଘଟଣା ସମ୍ପର୍କରେ ସୂଚନା ଦେଇପାରିବ ।

ଏଥିରେ ଏକ ମେରବୋଟସ୍ର ବ୍ରେନ୍ ମଧ୍ୟ ରହିଛି, ଯାହାର ବ୍ୟାଟେରୀ ରୋବଟ୍ର ଲାଞ୍ଜରେ ସଂଯୋଗ କରାଯାଇଛି ।




