ମାନବାଧିକାର ଦିବସ 

ମାନବାଧିକାର ଦିବସ 
Ipsita Picture
By: Ipsita


ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ମାନବାଧିକାର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ । ମିଳିତ ଜାତିସଂଘର ସାଧାରଣ ସଭାର ୧୦ ଡିସେମ୍ବର ୧୯୪୮ରେ ହୋଇଥିବା ଅଧିବେଶନରେ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାନାମା କରାଯାଇଥିଲା । ମିଳିତ ଜାତିସଂଘର ଏହି ପ୍ରଥମ ପ୍ରମୁଖ ସଫଳତା ତଥା ଘୋଷଣାକୁ ସମ୍ମାନିତ କରିବାକୁ ଏହି ତାରିଖ ଚୟନ କରାଯାଇଥିଲା । ମାନବାଧିକାର ଦିବସର ଆନୁଷ୍ଠାନିକ ଘୋଷଣା ୪ ଡିସେମ୍ବର ୧୯୫୦ରେ ସାଧାରଣ ସଭାର ୩୧୭ ତମ ସାଧାରଣ ଅଧିବେଶନରେ ଗୃହୀତ ହୋଇଥିଲା । ଯେତେବେଳେ ସାଧାରଣ ସଭାରେ ଏହି ସଂକଳ୍ପ ଘୋଷଣା କରାଯାଇଥିଲା, ସେହିସମୟରେ ସମସ୍ତ ସଦସ୍ୟ ରାଷ୍ଟ୍ର ତଥା ଅନ୍ୟ ଯେକୌଣସି ଆଗ୍ରହୀ ସଂଗଠନକୁ ଏହି ଦିନ ପାଳନ କରିବାକୁ ଆମନ୍ତ୍ରଣ କରାଯାଇଥିଲା । ଏହି ଦିନରେ ସାଧାରଣତଃ ଉଚ୍ଚସ୍ତରୀୟ ରାଜନୈତିକ ସମ୍ମିଳନୀ ସହିତ ମାନବିକ ଅଧିକାର ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀ କରାଯାଇଥାଏ । ମାନବିକ ଅଧିକାର କ୍ଷେତ୍ରରେ ସକ୍ରିୟ ଥିବା ଅନେକ ସରକାରୀ ଏବଂ ବେସରକାରୀ ସଂଗଠନ ତଥା ଅନେକ ନାଗରିକ ମଧ୍ୟ ଏହି ଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଥିବାର ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର ଚାଲୁଥିବା ଗଛ !

Tags:

Related Posts

ଗୁପ୍ତଚର ଓଡଶ

ଗୁପ୍ତଚର ଓଡଶ

ଫୁଲରୁ ମିଳେ ଖୁସି

ଫୁଲରୁ ମିଳେ ଖୁସି