ବଢିବ ମଣିଷ ଆୟୁ !

ବଢିବ ମଣିଷ ଆୟୁ !
Ipsita Picture
By: Ipsita
Published On

 

ବିଶାଳକାୟ ବୋହେଡ୍ ତିମି ମାନଙ୍କ ଦୀର୍ଘାୟୁର ରହସ୍ୟ ଏବେ ମଣିଷର ଆୟୁଷ ବଢ଼ାଇବା ଦିଗରେ ଏକ ନୂଆ ଆଶା ସଞ୍ଚାର କରିଛି । ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଏହି ଜୀବମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଦ୍ଭୁତ ରହିଥିବା ବେଳେ ସେମାନଙ୍କ ଶରୀରରେ ଥିବା ସିଆଇଆରବିପି ନାମକ ଏକ ପ୍ରୋଟିନ୍ ଏହାର ମୁଖ୍ୟ କାରଣ ବୋଲି ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । 'ନେଚର' ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ଏହି ତିମିଙ୍କ ଶରୀରରେ ୧୦୦ ଗୁଣ ଅଧିକ ସିଆଇଆରବିପି ପ୍ରୋଟିନ୍ ରହିଥାଏ । ଯାହା ଡିଏନଏ ମରାମତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ସୂଚନା ଅନୁସାରେ ଏହି ପ୍ରୋଟିନ୍କୁ ହୁମ୍ୟାନ କଲଚର ସେଲ ( ଲାବରେ ରଖାଯାଇଥିବା ମଣିଷର କୋଷ )  ଓ ଫ୍ରୁଟ ଫ୍ଲାଏର  କୋଷରେ ପ୍ରୟୋଗ କରାଗଲା, ସେତେବେଳେ ଡିଏନଏ ମରାମତି ପ୍ରକ୍ରିୟାରେ ଉନ୍ନତି ଆସିବା ସହ ଉଭୟଙ୍କ ଆୟୁଷ ମଧ୍ୟ ବୃଦ୍ଧି ପାଇଥିବା ଜଣା ପଡିଛି । ବିଶେଷକରି ଆର୍କଟିକର ଅତି ନିମ୍ନ ତାପମାତ୍ରା ଯୋଗୁଁ ଏହି ପ୍ରୋଟିନ୍ ବଢ଼ୁଥିବାରୁ ବୈଜ୍ଞାନିକମାନେ ମଣିଷ ଶରୀରରେ ଏହାକୁ ବଢ଼ାଇବା ପାଇଁ ଥଣ୍ଡା ପାଣିରେ ଗାଧୋଇବା ଭଳି ଜୀବନଶୈଳୀ ପରିବର୍ତ୍ତନ ଉପରେ ଅନୁଧ୍ୟାନ କରୁଛନ୍ତି । ଏହି ଉପାଦାନ ଭବିଷ୍ୟତରେ ମଣିଷକୁ ସୁସ୍ଥ ଓ ଦୀର୍ଘାୟୁ କରିବାରେ ସହାୟକ ହୋଇପାରେବୋଲି ବୌଜ୍ଞାନିକମାନେ ଆଶା ରଖିଛନ୍ତି । ଏ ଦିଗରେ ଆହୁରି ପରୀକ୍ଷଣ ଜାରି ରହିଛି ।

Tags: