କିଭଳି ଥିଲା ଘଟଣା

କିଭଳି ଥିଲା ଘଟଣା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିଫଳତାକୁ କରୁଛନ୍ତି ଉପଭୋଗ

ଦିଲ୍ଲୀରେ ଜନ୍ମିତ ହରିଶ ରାଣା ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବିଟେକ୍ର ଜଣେ ମେଧାବୀ ଛାତ୍ର ଥିଲେ, କିନ୍ତୁ ୨୦୧୩ ମସିହାର ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ହଷ୍ଟେଲର ଚତୁର୍ଥ ମହଲାରୁ ଖସିପଡ଼ିବା ପରେ ତାଙ୍କର ସମଗ୍ର ଶରୀର ପକ୍ଷାଘାତର ଶିକାର ହୋଇଥିଲା ଏବଂ ସେ କୋମାକୁ ଚାଲିଯାଇଥିଲେ । ସେବେଠାରୁ ହରିଶ କିଛି କହିପାରୁନାହାନ୍ତି କିମ୍ବା କିଛି ଅନୁଭବ ମଧ୍ୟ କରିପାରୁନାହାନ୍ତି । ଡାକ୍ତରମାନେ ତାଙ୍କୁ 'କ୍ୱାଡ୍ରିପ୍ଲେଜିଆ' ରୋଗରେ ପୀଡ଼ିତ ବୋଲି ଘୋଷଣା କରିଥିଲେ, ଯେଉଁଥିରେ ରୋଗୀ ସମ୍ପୂର୍ଣ୍ଣ ରୂପେ ଫିଡିଙ୍ଗ୍ ଟ୍ୟୁବ୍ ଏବଂ ଭେଣ୍ଟିଲେଟର ସପୋର୍ଟ ଉପରେ ନିର୍ଭରଶୀଳ ହୋଇଯାଏ । ଏହି ସ୍ଥିତିରେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାର କୌଣସି ଆଶା ନଥିବା ବେଳେ ଗତ ୧୩ ବର୍ଷ ଧରି ଶେଯରେ ପଡ଼ି ରହିବା କାରଣରୁ ତାଙ୍କ ଶରୀରରେ ଗଭୀର କ୍ଷତ ବା 'ବେଡ୍ସୋର୍' ମଧ୍ୟ ସୃଷ୍ଟି ହୋଇଛି। ହରିଶଙ୍କ ଏହି ଅତି ଯନ୍ତ୍ରଣାଦାୟକ ସ୍ଥିତି ପରିବାର ପାଇଁ ମାନସିକ ସ୍ତରରେ ଅସହ୍ୟ ହୋଇପଡ଼ିଛି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ଭେଣ୍ଟିଲେଟର, ଔଷଧ ପଛରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହୋଇସାରିଥିବାରୁ ପରିବାର ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ତେଣୁ ନିଜ ପୁଅର ଇଚ୍ଛାମୃତ୍ୟୁ ପାଇଁ ପରିବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, ଯାହାକୁ ମଞ୍ଜୁରୀ ମିଳିଛି ।

ସମ୍ବନ୍ଧିତ ଖବର କାଉ କରୁଛନ୍ତି ସହର ସଫା

ହରିଶ ରାଣା ମାମଲାରେ ସୁପ୍ରିମକୋର୍ଟଙ୍କ ୪ଟି ନିର୍ଦ୍ଦେଶ

ସମ୍ବନ୍ଧିତ ଖବର ପୁଣି ଚର୍ଚ୍ଚାରେ ପାଲି

୧. ରୋଗୀଙ୍କୁ ଦିଆଯାଉଥିବା ଚିକିତ୍ସା ସହାୟତାକୁ ପ୍ରତ୍ୟାହାର କରାଯାଇପାରିବ ବା ବନ୍ଦ କରାଯାଇପାରିବ । ଏହି ମାମଲାରେ ସାଧାରଣତଃ ଲାଗୁ ହେଉଥିବା ୩୦ ଦିନର ପୁନର୍ବିଚାର ଅବଧିକୁ ଛାଡ଼ କରିଦିଆଯାଇଛି ।

୨. ରୋଗୀଙ୍କୁ ପେଲିଏଟିଭ୍ କେୟାର ସେଣ୍ଟରରେ ଭର୍ତ୍ତି କରିବା ପାଇଁ ଏମ୍ସ କୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ଚିକିତ୍ସା ବନ୍ଦ କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇପାରିବ । ପେଲିଏଟିଭ୍ କେୟାର ଅର୍ଥାତ୍ ଏପରି ରୋଗୀଙ୍କୁ ଆରାମ ଦେବା ଭଳି ଚିକିତ୍ସା, ଯାହାଙ୍କର ଆରୋଗ୍ୟ ହେବା ସମ୍ଭବ ନୁହେଁ ।

୩. ରୋଗୀଙ୍କୁ ଘରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ସମସ୍ତ ବ୍ୟବସ୍ଥା ଏମ୍ସ କରିବ ।

୪. ଲାଇଫ୍ ସପୋର୍ଟ ହଟାଇବାର ପ୍ରକ୍ରିୟା ଏକ ସ୍ୱତନ୍ତ୍ର ଚିକିତ୍ସା ଯୋଜନା ଅଧୀନରେ କରାଯିବା ଉଚିତ, ଯେପରି ରୋଗୀଙ୍କ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବ ।

Tags: