କିଭଳି ରହିବେ ଦୂରରେ

କିଭଳି ରହିବେ ଦୂରରେ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ କେଉଁ କଣ୍ଟେଣ୍ଟ ଫେକ ଆଉ କେଉଁ କଣ୍ଟେଣ୍ଟ ରିଅଲ ତାହା ଜାଣିବା ଖୁବ କଷ୍ଟ ହୋଇଥାଏ । ତେଣୁ ଆପଣଙ୍କୁ ସୋସିଆଲ ମିଡିଆରେ କୌଣସି କଣ୍ଟେଣ୍ଟକୁ ଫଲୋ କରିବା ଆଗରୁ ସମସ୍ତ ଗାଇଡ ଲାଇନ ଜାଣିବାକୁ ପଡିବ । ସୋସିଆଲ ମିଡିଆରେ ସବୁବେଳେ ଭୁଲ ତଥ୍ୟ ଠିକ ତଥ୍ୟ ଅପେକ୍ଷା ଶୀଘ୍ର ଭାଇରାଲ ହୋଇଥାଏ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଭୁଲ ତଥ୍ୟ ସବୁଠାରୁ ଶୀଘ୍ର ପ୍ରଚାର ହୋଇଥାଏ । ତେବେ ଏହି ତଥ୍ୟ ଅନେକଙ୍କୁ ସମସ୍ୟାରେ ପକାଇଥାଏ । ତେଣୁ ଏଥିରୁ ଦୂରେଇବାର ସବୁଠାରୁ ସୁରକ୍ଷିତ ଉପାୟ ହେଲା ନିଜକୁ ଶିକ୍ଷିତ କରାଇବା । ତେବେ କିଛି ଟ୍ରିକ ରହିଛି ଯାହାକୁ ଅନୁକରଣ କରିବାର ଆବଶ୍ୟକତା ରହିଛି ।

_ ସୋସିଆଲ ମିଡିଆରୁ କେବେ ବି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଶୁଣନ୍ତୁ ନାହିଁ କି ଅନୁକରଣ କରନ୍ତୁ ନାହିଁ । ସବୁବେଳେ ନିଜର ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯଏ କୌଣସି ନିଷ୍ପତ୍ତି ନିଅନ୍ତୁ ।

_ ଯଦି କୌଣସି ଭିଡିଓର ତଥ୍ୟକୁ ଅନୁକରଣ କରୁଛନ୍ତି ତେବେ ପ୍ରଥମେ ସତ୍ୟର ସନ୍ଧାନ କରନ୍ତୁ । ସମସ୍ତ ତଥ୍ୟ ଜାଣିବା ପରେ ଏନେଇ ନିଜର ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ଯାହାପରେ ଏହାକୁ ଆପଣାଇ ପାରିବେ ।

 _ ସବୁବେଳେ ଯେଉଁମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଲାଇସେନ୍ସ ରହିଛି, ସେମାନଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତୁ । ତଥାପି ଏମାନଙ୍କର ତଥ୍ୟ ମଧ୍ୟ ନିଜ ବ୍ୟକ୍ତିଗତ ଡାକ୍ତରଙ୍କ ପାଖରୁ ତଦାରଖ କରାଇ ନିଅନ୍ତୁ ।

_ ସେହିଭଳି ଅନଲାଇନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ସର୍ଚ୍ଚ କରନ୍ତୁ ନାହିଁ । ଏପରି କରିବା ଫଳରେ ଆପଣଙ୍କ ସୋସିଆଲ ମିଡିଆ ଫିଡରେ ସବୁବେଳେ ସ୍ବାସ୍ଥ୍ୟ ସମ୍ବନ୍ଧୀତ ତଥ୍ୟ ହିଁ ଆସିବ । ସେହିଭଳି ଯଦି ଆପଣଙ୍କ ପାଖକୁ ଏଭଳି କୌଣସି ଭିଡିଓ ଆସୁଛି ତେବେ ଏହାକୁ ଅନ୍ୟମାନଙ୍କ ପାଖକୁ ପଠାନ୍ତୁ ନାହିଁ ।

_ ସବୁବେଳେ ଜଣେ ସଚେତନ ବ୍ୟକ୍ତି ଭାବେ ଇଣ୍ଟରନେଟର ବ୍ୟବହାର କରନ୍ତୁ ।

_ ଅନେକ ସମୟରେ କିଛି ଭିଡିଓରେ ତଥ୍ୟ କେଉଁଠାରୁ ଆସିଛି ସେନେଇ କୌଣସି ତଥ୍ୟ ନଥାଏ । ତେବେ ଏଭଳି ତଥ୍ୟଠାରୁ ଦୂରରେ ରୁହନ୍ତୁ । ଏଭଳି ଭିଡିଓରେ ସୋର୍ସର ନାଁ ନଥିବାରୁ ଭିଡିଓଟି ସତ କି ମିଛ ତାହା ଫ୍ୟାକ୍ଟଚେକ କରିବା ସହଜ ହୋଇନଥାଏ, ତେଣୁ ଏଭଳି କଣ୍ଟେଣ୍ଟ ଠାରୁ ଦୂରରେ ରହିବା ଲାଭ ଦାୟକ ।

_ ବେଳେବେଳେ ଇଣ୍ଟରନେଟରେ ଏଭଳି କିଛି ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ମିଳିଥାଏ ଯେଉଁଗୁଡିକ ଚିକିତ୍ସା ବିଜ୍ଞାନରେ ଉପଲବ୍ଧ ନାହିଁ  । ହେଲେ ଏହି ସମସ୍ତ ଭିଡିଓରେ କିଛି ଟିପ୍ସ ଦିଆଯାଇଥାଏ ଯାହାକୁ ଅନୁକରଣ କରିବା ଦ୍ବାରା ଆପଣ ଆରୋଗ୍ୟଲାଭ କରିବେ ବୋଲି ଦାବି କରାଯାଇଥାଏ । ହେଲେ ଏଭଳି କିଛି ନଥାଏ, ଏହି ଭିଡିଓ ଗୁଡିକ ସେମାନେ କେବଳ ନିଜର ଫାଇଦା ପାଇଁ ପ୍ରସ୍ତୁତ କରିଥାଆନ୍ତି । ଯେଉଁ ସ୍ଥାନରେ ବିଜ୍ଞାନ ଫେଲ ମାରିଥାଏ ସେହିଭଳି ସ୍ଥାନରେ ଆଉ କୌଣସି କଥା କାମ କରିବା ଅସମ୍ଭବ । ଯେ କୌଣସି ତଥ୍ୟକୁ ସତ ମାନିବା ଆଗରୁ ଏହାର ସତ୍ୟତାକୁ ପରଖି ନିଅନ୍ତୁ ।

Tags: