ମିଛ ଚିହ୍ନାଇବ ଶରୀର ଭଙ୍ଗୀ

ହିନ୍ଦୁ ଧର୍ମରେ ଏଭଳି ପୁରାଣ ଅଛି ଯେଉଁଥିରୁ ଅନେକ କିଛି ଶିଖିବାକୁ ମିଳିଥାଏ । ପୁରାଣରେ କେତେକ ବର୍ଣ୍ଣିତ କଥା ଆମକୁ ନୀତିଶିକ୍ଷା ଦେବା ସହିତ ଜୀବନରେ ଅନେକ ସମସ୍ୟାର ସମାଧାନ କରିଥାଏ । ସେହିଭଳି ଏକ ପୁରାଣ ହେଲା ଗରୁଡ ପୁରାଣ । ଏଥିରେ ବିଷ୍ଣୁ ଓ ଗରୁଡଙ୍କର କଥାକୁ ବର୍ଣ୍ଣନା କରାଯାଇଛି । ଏଥିରେ ବର୍ଣ୍ଣନା କରାଯାଇଛି କିଭଳି ଜଣେ ମଣିଷ ମିଛ କହୁଛି ବୋଲି ଜାଣିବ । ବୈଜ୍ଞାନିକମାନେ ମଧ୍ୟ ଲାଏଡିଟେକ୍‌ସନ ଟେଷ୍ଟ […]

Samaya Live Picture
Published On

ହିନ୍ଦୁ ଧର୍ମରେ ଏଭଳି ପୁରାଣ ଅଛି ଯେଉଁଥିରୁ ଅନେକ କିଛି ଶିଖିବାକୁ ମିଳିଥାଏ । ପୁରାଣରେ କେତେକ ବର୍ଣ୍ଣିତ କଥା ଆମକୁ ନୀତିଶିକ୍ଷା ଦେବା ସହିତ ଜୀବନରେ ଅନେକ ସମସ୍ୟାର ସମାଧାନ କରିଥାଏ । ସେହିଭଳି ଏକ ପୁରାଣ ହେଲା ଗରୁଡ ପୁରାଣ । ଏଥିରେ ବିଷ୍ଣୁ ଓ ଗରୁଡଙ୍କର କଥାକୁ ବର୍ଣ୍ଣନା କରାଯାଇଛି ।

ମିଛ ଚିହ୍ନାଇବ ଶରୀର ଭଙ୍ଗୀ

ଏଥିରେ ବର୍ଣ୍ଣନା କରାଯାଇଛି କିଭଳି ଜଣେ ମଣିଷ ମିଛ କହୁଛି ବୋଲି ଜାଣିବ ।

ବୈଜ୍ଞାନିକମାନେ ମଧ୍ୟ ଲାଏଡିଟେକ୍‌ସନ ଟେଷ୍ଟ ଦ୍ୱାରା ଶରୀର କେତେକ ଅଙ୍ଗଭଙ୍ଗୀରୁ ମିଛ ସତର ପ୍ରଭେଦ ଜାଣି ଥାଆନ୍ତି । ସେହିଭଳି ଏହି ପୁରାଣ ଅନୁସାରେ ଯଦି ଜଣେ ମିଛ କହୁଛି ତେବେ ତାହାର ଶାରୀରିକ ହାବଭାବରୁ ଏହା ଜଣାପଡିବ ।
ମିଛ ଚିହ୍ନାଇବ ଶରୀର ଭଙ୍ଗୀ

ମିଛ କହୁଥିବା ବ୍ୟକ୍ତି ସର୍ବଦା ନିଜ ମିଛକୁ ସତ କରିବା ପାଇଁ ଏହାକୁ ବର୍ଣ୍ଣନା କରି କହିଥାଏ । ସବୁବେଳେ ବ୍ୟକ୍ତି ଜଣଙ୍କ ସତ ଲୁଚାଇବାକୁ ଚେଷ୍ଟା କରିଥାଏ ।
କୌଣସି ଆଲୋଚ୍ୟ ବିଷୟ ଉପରେ କଥାବାର୍ତ୍ତା ଚାଲିଥିବା ବେଳେ ବ୍ୟକ୍ତି ଯଦି ଅଧିକ ଗମ୍ଭୀର ରୁହନ୍ତି, କଥାବାର୍ତ୍ତା ସମୟରେ ଗୋଟିଏ ପଟକୁ ନିଜ କାନ୍ଧକୁ ଢଳାଇ କରି କଥା କୁହନ୍ତି ତେବେ ଏହା ମିଛର ସଙ୍କେତ ହୋଇପାରେ । ସେହିଭଳି ଜଣେ ବ୍ୟକ୍ତି ଯଦି ଦରକାରରୁ ଅଧିକ ଆରାମରେ କଥା ହୁଅନ୍ତି ତେବେ ସେ ମଧ୍ୟ ମିଛ କହୁଥିବାର ସମ୍ଭାବନା ବଢିଥାଏ ବୋଲି ଏହି ପୁରାଣରେ ବର୍ଣ୍ଣନା କରାଯାଇଛି ।

କିଛି ବ୍ୟକ୍ତି କଥା କହିବା ସମୟରେ ଦୁଇଟି ଯାକ ହାତ ହଲାଇଥାଆନ୍ତି, ପାଦ ମଧ୍ୟ ହଲାନ୍ତି ।

ମିଛ ଚିହ୍ନାଇବ ଶରୀର ଭଙ୍ଗୀ

ହେଲେ ଯଦି ଜଣେ ମିଛ କହିଥାଏ ତେବେ ସେ ଅଧିକ ମାନସିକ ଚିନ୍ତାରେ ରହିଥାଏ ତେବେ ଏହି ପରିପ୍ରେକ୍ଷୀରେ ସେ ଅଧିକ ଗୋଡ ହଲାଇଥାଏ । କଥା ହେଉଥିବା ବ୍ୟକ୍ତିଙ୍କ ସହ ଆଖି ମିଶାଇ କଥା ମଧ୍ୟ ହୋଇନଥାଏ । ସେହିଭଳି ଅନାବଶ୍ୟକୀୟ କଥା କହିବା ସହିତ ଖୁବ୍‌ ତରତର ହୋଇଥାଆନ୍ତି । ଏହା ମିଛ କହିବାର ଏକ ବଡ ସଙ୍କେତ ।