ଘରେ କେଉଁ ଭଳି ହନୁମାନଙ୍କ ଚିତ୍ର ରଖିବେ
ହିନ୍ଦୁ ଧର୍ମରେ ପ୍ରତ୍ୟକ ଦେବତାଙ୍କୁ ପୂଜା କରିବାର ବିଭିନ୍ନ ବାର ଓ ନିୟମ ରହିଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଠାକୁର ମାନଙ୍କୁ ରଖିବା ଦିଗ ସମ୍ବନ୍ଧୀୟ ସ୍ୱତନ୍ତ୍ର ନିୟମ ରହିଛି । ସେହିଭଳି ଦେବଦେବୀ ମାନଙ୍କ ମଧ୍ୟରୁ ବଜରଙ୍ଗବାଲି ହନୁମାନଙ୍କୁ ସଙ୍କଟ ମୋଚକ କୁହାଯାଏ I ପ୍ରତି ଘରେ ଘରେ ହନୁମାନ ଫୋଟ ବା ମୂର୍ତ୍ତି ରଖି ନିୟମ ଅନୁସାରେ ପୂଜା କରାଯାଇଥାଏ I ଆପଣ ଯଦି ଘରେ ହନୁମାନଙ୍କ ମୂର୍ତି କିମ୍ବା ଫୋଟ ରଖି […]
ହିନ୍ଦୁ ଧର୍ମରେ ପ୍ରତ୍ୟକ ଦେବତାଙ୍କୁ ପୂଜା କରିବାର ବିଭିନ୍ନ ବାର ଓ ନିୟମ ରହିଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଠାକୁର ମାନଙ୍କୁ ରଖିବା ଦିଗ ସମ୍ବନ୍ଧୀୟ ସ୍ୱତନ୍ତ୍ର ନିୟମ ରହିଛି । ସେହିଭଳି ଦେବଦେବୀ ମାନଙ୍କ ମଧ୍ୟରୁ ବଜରଙ୍ଗବାଲି ହନୁମାନଙ୍କୁ ସଙ୍କଟ ମୋଚକ କୁହାଯାଏ I ପ୍ରତି ଘରେ ଘରେ ହନୁମାନ ଫୋଟ ବା ମୂର୍ତ୍ତି ରଖି ନିୟମ ଅନୁସାରେ ପୂଜା କରାଯାଇଥାଏ I ଆପଣ ଯଦି ଘରେ ହନୁମାନଙ୍କ ମୂର୍ତି କିମ୍ବା ଫୋଟ ରଖି ପୂଜା କରୁଥାନ୍ତି ତେବେ ଆସନ୍ତୁ ଜାଣିବା ଏହା ରଖିବାର ନିର୍ଦିଷ୍ଟ ନିୟମ ବିଷୟରେ I
— ପୂଜା ସ୍ଥାନରେ ବା ଘରେ ହନୁମାନଙ୍କର ଉଡ଼ିବାର ଚିତ୍ର ରଖି ପୂଜା କରନ୍ତୁ ନାହିଁ । କାରଣ ହନୁମାନ ହେଉଛନ୍ତି ପବନ ପୁତ୍ର Iତାଙ୍କର ଏଇଭଳି ଚିତ୍ର ରଖି ପୂଜା କଲେ ମନ ବିଚଳିତ ହୋଇଥାଏ I ତେଣୁ ଘରେ ରାମ ଦରବାର ସହିତ ହନୁମାନ ଚିତ୍ର ଥିବା ଫୋଟ ରଖି ପୂଜା କରନ୍ତୁ I
–ବାସ୍ତୁ ଅନୁଯାୟୀ, ହନୁମାନଜୀଙ୍କ ଫୋଟ ବା ପ୍ରତିମୂର୍ତ୍ତିକୁ ଦକ୍ଷିଣ ଦିଗରେ ରଖନ୍ତୁ I ଏହି ଦିଗରେ ହନୁମାନଙ୍କର ପ୍ରଭାବ ଅଧିକ ରହିଥାଏ I କାରଣ ମାତା ସୀତାଙ୍କ ସନ୍ଧାନ ଦକ୍ଷିଣରୁ ଆରମ୍ଭ ହୋଇଥିଲା I ସେହିପରି ଦକ୍ଷିଣ ଦିଗରେ ରାମ-ରାବଣ ଯୁଦ୍ଧ ହୋଇଥିଲା ଏବଂ ଶ୍ରୀରାମ ବିଜୟ ପ୍ରାପ୍ତ ହୋଇଥିଲେ I
— ଘରେ ହନୁମାନଙ୍କର ଗଦା ପ୍ରହାର,ଲଙ୍କା ଦହନ,ଛାତି ଚିରିବା,କ୍ରୋଧିତ ଚିତ୍ର ରଖି ପୂଜା କରନ୍ତୁ ନାହିଁ I ଏହିପରି ଚିତ୍ର ଲଗାଇବା ଦ୍ୱାରା ମନ ଅଶାନ୍ତି ହେବା ସହିତ ଜୀବନରେ ସୁଖ,ସମୃଦ୍ଧିର ଅଭାବ ରହିଥାଏ ଏବଂ ହନୁମାନ ଜୀଙ୍କର ଆଶୀର୍ବାଦ ମିଳେ ନାହିଁ I
— ଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ଉଠାଇଥିବା ଚିତ୍ର କିମ୍ବା ପ୍ରତିମା ରଖି ପୂଜା କରିବା ଉଚିତ୍ ନୁହେଁ,ଏଥିରେ ମନରେ ବ୍ୟାକୁଳତା ଜନ୍ମିଥାଏ I
–ଘରେ ପୂଜାସ୍ଥାନରେ କମଳା ରଙ୍ଗର ବସ୍ତ୍ର ପିନ୍ଧି ବସିଥିବା ହନୁମାନଙ୍କ ଫୋଟ ରଖି ପୂଜା କରନ୍ତୁ Iଏହା ଘରେ ସୁଖ ସମୃଦ୍ଧି ଆଣିବା ସହିତ ଏବଂ ଜୀବନରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇ ଥାଏ I
— ପିଲାମାନଙ୍କ ପଢା ଘରେ ବଜରଙ୍ଗବାଲୀଙ୍କର ବାଲ୍ୟାବସ୍ଥାର କୌପୀନ ପିନ୍ଧା ଚିତ୍ର ଲଗାନ୍ତୁ I ଏହା ଦ୍ୱାରା ପିଲାମାନଙ୍କ ମନ ସ୍ଥିର ହେବା ସହିତ ମନରୁ ଭୟ ଦୂର ହୋଇ ପାଠରେ ମନ ଲାଗିଥାଏ I




