କିଭଳି ଧରିବେ ମିଛ
ସୋସିଆଲ ମିଡିଆରେ ଏଭଳି ଭାବରେ ପ୍ରତିଟି ଭିଡିଓରେ ତଥ୍ୟକୁ ସମ୍ପାଦନା କରାଯାଇଥାଏ ଯେପରି ଏହା ସବୁ ସତ । ଏଭଳି ଭିଡିଓକୁ ଅନେକ ସାଧାରଣ ଲୋକ ସତଭାବି ଅନୁକରଣ କରନ୍ତି ଏବଂ ସମସ୍ୟାରେ ପଡିଥାଆନ୍ତି । ଏହି ସମସ୍ତ ଭିଡିଓରେ ବ୍ୟବହାର କରାଯାଇଥିବା ଶବ୍ଦ, କହିବାର ଶୈଳୀ ସବୁ ଶୁଣିବା ପରେ ଜଣେ ସାଧାରଣ ମଣିଷକୁ ଏହା ସତ ବୋଲି ଧାରଣା ହୋଇଥାଏ । ଏହାକୁ ଲୋକମାନ ଜଣେ ସାଙ୍ଗଠାରୁ ଶୁଣୁଥିବା ପରାମର୍ଶ ଭଳି ଗ୍ରହଣ କରିଥାଆନ୍ତି । ହେଲେ ଏହା ଆମକୁ ବୁଝିବାକୁ ହେବ କି ସୋସିଆଲ ମିଡିଆରେ ଘୁରିବୁଲୁଥିବା ଅନେକ ଭିଡିଓ କେବଳ କୌଣସି ସାମଗ୍ରୀର ମାର୍କେଟିଂ ହୋଇଥାଏ । ଏମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବାର ପ୍ରମୋସନ କରୁଥାଆନ୍ତି । ବେଳେବେଳେ ଏଗୁଡିକରେ କିଛି ସତ୍ୟ ନଥାଏ । ତେଣୁ ସୋସିଆଲ ମିଡିଆରୁ ପରାମର୍ଶ ନେଇ କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀ କିଣିବା କିମ୍ବା କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟ୍ରିକକୁ ଆପଣାଇବା ମୁର୍ଖାମି ହୋଇଥାଏ । ତେବେ ସୋସିଆଲ ମିଡିଆରେ ଆସୁଥିବା ସବୁ ଭିଡିଓ ଭୁଲ ତଥ୍ୟ ଦେଇ ନଥାଆନ୍ତି । ତେଣୁ ୟୁଜର୍ସଙ୍କୁ ନିଜକୁ ଶିକ୍ଷିତ କରିବାର ଅଛି ଯାହାଫଳରେ ସେମାନେ ଜାଣିପାରିବେ କେଉଁ ଭିଡିଓ ନକଲି କେଉଁଟି ଅସଲି । ପ୍ରଥମେ ଆକାଉଣ୍ଟ ଫଲୋ କରିବା ଆଗରୁ ଜାଣିବାକୁ ହେବ ତାହା ବିଶ୍ବାସ ଯୋଗ୍ୟ କି ନାହିଁ । ଏଥିରେ ତଥ୍ୟ ପ୍ରଦାନ କରୁଥିବା ବ୍ୟକ୍ତି କିଏ ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ । ସେହିଭଳି ଭିଡିଓର କମେଣ୍ଟ ମଧ୍ୟ ପଢିପାରିବେ । ସେଥିରେ ଅନ୍ୟ ଲୋକ କଣ ମତ ଦେଇଛନ୍ତି ତାକୁ ମଧ୍ୟ ତର୍ଜମା କରିପାରିବେ । ସେଥିରୁ ମଧ୍ୟ ଆପଣ ଜାଣିପାରିବେ ଉକ୍ତ ଭିଡିଓରେ ଦିଆଯାଇଥିବା ତଥ୍ୟରେ କେତେ ସତ୍ୟତା ରହିଛି ।




