ପ୍ଲାଷ୍ଟିକ ବୋତଲରୁ ଘର

ପ୍ଲାଷ୍ଟିକ ବୋତଲରୁ ଘର
Ipsita Picture
By: Ipsita
Published On

 

ଭାରତରେ ବାର୍ଷିକ ପ୍ରାୟ ୩.୫ ମିଲିୟନ ଟନ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଥିବା ବେଳେ ଏହାର ସଠିକ୍ ପରିଚାଳନା ଏକ ବଡ଼ ଆହ୍ୱାନ ସାଜିଛି । ଏହି ସମସ୍ୟାର ସମାଧାନ ପାଇଁ ଔରଙ୍ଗାବାଦର ଦୁଇ ବାନ୍ଧବୀ ନମିତା କପାଲେ ଏବଂ କଲ୍ୟାଣୀ ଭରମ୍ବେ ଏକ ଅଭିନବ ପନ୍ଥା ଆପଣେଇଛନ୍ତି । ସେମାନେ ୧୬,୦୦୦ ପ୍ଲାଷ୍ଟିକ୍ ପାଣି ବୋତଲ, ଗୋବର, ମାଟି ଏବଂ ପ୍ରାୟ ୧୨-୧୩ ଟନ୍ ନନ ରିସାଇକେଲ ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରି ଏକ ପରିବେଶ ଅନୁକୂଳ ଘର ନିର୍ମାଣ କରିଛନ୍ତି । 'ଦି ବେଟର ଇଣ୍ଡିଆ' ସହ କଥାବାର୍ତ୍ତା ବେଳେ ସେମାନେ ଜଣାଇଛନ୍ତି ଯେ, ଆସାମର ଅକ୍ଷର ସ୍କୁଲରୁ ଅନୁପ୍ରାଣିତ ହୋଇ ସେମାନେ ଏହି 'ଇକୋ-ବ୍ରିକ୍' ପ୍ରକଳ୍ପ ଆରମ୍ଭ କରିଥିଲେ ।  ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଘରଟି ସାଧାରଣ ସିମେଣ୍ଟ ଘର ତୁଳନାରେ ଅଧା ଖର୍ଚ୍ଚରେ ପ୍ରସ୍ତୁତ ହୋଇଛି । ଏହାର ବିଶେଷତ୍ୱ ହେଉଛି ଏହା ଗ୍ରୀଷ୍ମ ଦିନେ ଥଣ୍ଡା ଓ ଶୀତ ଦିନେ ଗରମ ରହିଥାଏ । 'ୱାବର' ନାମରେ ନାମିତ ଏହି ଘରଟି ଏବେ ଅନେକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।

Tags: