ବର୍ଜ୍ୟ କାଚ ବୋତଲରୁ ଘର
ବ୍ରାଜିଲର ଇଟାମାରାକା ଦ୍ବୀପରେ ୫୫ ବର୍ଷୀୟା ପରିବେଶବିତ୍ ଏଡନା ଦାନ୍ତାସ ଓ ତାଙ୍କ ଝିଅ ମାରିଆ ମିଶି କାଚ ବୋତଲ ଏବଂ ବର୍ଜ୍ୟବସ୍ତୁ ବ୍ୟବହାର କରି ଏକ ଅନନ୍ୟ ୭ କୋଠରୀ ବିଶିଷ୍ଟ ଘର ତଆରି କରିଛନ୍ତି । ପ୍ରଥମେ ଉଭୟ ପ୍ରାୟ ଦୁଇ ବର୍ଷ ଧରି ୧୩ ହଜାରରୁ ଅଧିକ ଫିଙ୍ଗାଯାଇଥିବା ବୋତଲ ସଂଗ୍ରହ କରିଥିଲେ । ଯାହାପରେ ସେଥିରୁ ୮ ହଜାର କାଚ ବୋତଲରେ ସେମାନେ ଘରର ଭିତ୍ତି ଓ କାନ୍ଥ, କାଠର ପୁରୁଣା ପ୍ୟାଲେଟରୁ ଘରର ଅନ୍ୟାନ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ମାରିଆଙ୍କ ସିଲେଇ କର୍ମଶାଳା ପାଇଁ ୨୧୫ ବର୍ଗଫୁଟର ଗୋଟିଏ କୋଠରୀ ତିଆରି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ଘରର ରୂପ ଦିଆଯାଇଛି । ଯାହା ସମୁଦ୍ରକୂଳରେ ପଡ଼ିରହୁଥିବା ବୋତଲଗୁଡ଼ିକର ପୁନଃବ୍ୟବହାର କରି ପରିବେଶ ସୁରକ୍ଷା ପାଇଁ ଏକ ନୂଆ ବାର୍ତ୍ତା ଦେଇଛି । ଘରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।
Tags:




